ଶିରିପୁର ସ୍ଥିତ ଯୋଡା ବଡ଼ବିଲ ବସ ଷ୍ଟାଣ୍ଡରେ ଥିବା ଅଳିଆ ଆବର୍ଜନା
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟ
କେନ୍ଦୁଝର, ୨୧/୨ : ଦୀର୍ଘ ଦିନ ଧରି ଯୋଡ଼ା ଓ ବଡ଼ବିଲ ବସ ଷ୍ଟାଣ୍ଡ ନିକଟସ୍ଥ ଦକ୍ଷିଣ ପାର୍ଶରେ ଭିନ୍ନ ଭିନ୍ନ ପ୍ରକାର ଦୋକାନ ରହିଛି ଏବଂ ଦୋକାନ ପାଖରେ ଏକ ତାର ଜାଲି ଘେର ରହିଛି ଓ ସେ ତାର ଜାଲି ଭିତରେ ବହୁ ଦିନ ଧରି ଅଳିଆ ଆବର୍ଜନା ରହିଛି ।
କିନ୍ତୁ କେନ୍ଦୁଝର ପୌରପାଳିକା ବସ ଷ୍ଟାଣ୍ଡ ନିକଟରେ ଅଳିଆ କୁ ସଫା କରୁଛି ।
କିନ୍ତୁ ବସ ଷ୍ଟାଣ୍ଡ ଆଶ୍ରୟ ସ୍ଥଳ ପାଖରେ ଥିବା ଅଳିଆ ଆବର୍ଜନା କୁ ସଫା କରିବା ପାଇଁ ଜନ ସାଧାରଣ ପୌରପାଳିଆ କୁ ଜଣାଉ ନାହାନ୍ତି କିମ୍ବା ପୌରପାଳିକା ର ଅଧିକାରୀ ମାନେ ମଧ୍ୟ୍ୟ ଏଥି ପ୍ରତି ଧ୍ୟାନ ଦେଉ ନାହାନ୍ତି ଓ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକ ମାନେ ବସ ରେ ଯିବା ଆସିବା କରୁଛଅନ୍ତି ଏବଂ ସେ ପାଖରେ ଥିବା ଆଶ୍ରୟ ସ୍ଥଳୀରେ ଲୋକ ମାନେ ଆଶ୍ରୟ ନେଉଚହନ୍ତି ।
ଅଳିଆ ଆବର୍ଜନା ସବୁଦିନ ସଫା ହେଉଥିଲେ ଲୋକ ମାନେ ଡେଙ୍ଗୁ ଏବଂ ମ୍ୟାଲେରିଆ ରୋଗ ଭଳି ବଡ ରୋଗରୁ ମଧ୍ୟ ବଂଚିତ ରହନ୍ତେ ଓ ସରକାର ଯଦି ଏଥିପ୍ରତି ଗୁରୁତ୍ୱ ଦିଅନ୍ତେ, ତେବେ ବସ ଷ୍ଟାଣ୍ଡ ର ପରିବେଶ ଭଲ ରହନ୍ତା ।




