Odisha News

ଲୌହ ମାନବ ସର୍ଦ୍ଦାର ପଟେଲଙ୍କୁ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି , ରାଷ୍ଟ୍ରୀୟ ଏକତା ଦିବସ ପାଳିତ : ଏକତା ମାରାଥନ୍, ଶପଥ ପାଠ ଏବଂ ପୋଲିସ୍ ପ୍ୟାରେଡ ଅନୁଷ୍ଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୧/୧୦ : ରାଷ୍ଟ୍ରର ଅଦ୍ୱିତୀୟ ନେତା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସର୍ଦ୍ଦାର ପଟେଲଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଆଜି ସକାଳ ୭ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏକ ବିଶାଳ ମାରାଥନ୍ ଅନୁଷ୍ଠିତ ହୋଇଥିଲା କ୍ଷ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର ସ୍ମିତ୍ ପାରୁସୋତ୍ତମ ଦାସ ସର୍ଦ୍ଦାର ପଟେଲଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଷ୍ଟ୍ରର ଏକତା ଅଖଣ୍ଡତା ଏବଂ ନିରାପତ୍ତା ସମସ୍ତ ନାଗରିକଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ଆହ୍ଵାନ ଦେଇ ମାରାଥନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରୀନିବାସ ମହାନ୍ତି,ଶ୍ରୀ ଅନାଦି ଚରଣ ସେଠୀ, ସଦର ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ,ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ବିଜୟ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଉପଖଣ୍ଡ ଆରକ୍ଷୀ ଅଧିକାରୀ , ଖୋରଧା ଆଦର୍ଶ, ଆଇ ଆଇ ସି, ଶିଳ୍ପାଞ୍ଚଳ, ସଦର ସମେତ ପୋଲିସ ବିଭାଗ ଅଧିକାରୀ ଏବଂ କର୍ମଚାରୀ,ଛାତ୍ର ଛାତ୍ରୀ, କ୍ରୀଡ଼ା ସଂସଦ କର୍ମକର୍ତ୍ତା,ବୁଦ୍ଧିଜୀବୀ, କ୍ରୀଡାବିତ୍ ଯୋଗ ଦେଇ ପଲା ଛକ ଯାଇ ପୁନଃର୍ବାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ନିରାପତ୍ତା ବଜାୟ ରଖିବା ପାଇଁ ସଚେତନ କରାଇଥିଲେ ।
ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ରୀୟ ଏକତା ଶପଥ ପାଠ ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପୀନାଥ କୁଅଁର , ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗ ଦେଇଥିବା ବେଳେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ଜନଗଣନା ପ୍ରଶିକ୍ଷଣ ତାଲିମ ପ୍ରାର୍ଥି ଯୋଗ ଦେଇ ରାଷ୍ଟ୍ରୀୟ ଏକତା ଶପଥ ପାଠ ଗ୍ରହଣ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ବୈଠକର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ରାଷ୍ଟ୍ରୀୟ ଏକତା ଶପଥ ପାଠ କରାଇଥିଲେ ।
ଅପରାହ୍ନରେ ଆର ଓ ଗ୍ରାଉଣ୍ଡ , ତରତୁଆ ଠାରେ ଏକତା, ଅଖଣ୍ଡତା ଓ ରାଷ୍ଟ୍ରର ନିରାପତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ରାଷ୍ଟ୍ରୀୟ ଏକତା ଦିବସ ପ୍ୟରେଡ୍ ଅନୁଷ୍ଠିତ ହୋଇଥିଲା ।
ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ବିଜୟ କୁମାର ସାହୁ ଙ୍କ ଦ୍ଵାରା ପ୍ୟାରେଡ ପରିଚାଳନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର ସ୍ମିତ ପାରୋଷୋତ୍ତମ୍ ଦାସ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ କାର୍ଯ୍ୟାଳୟର ପ୍ୟାରେଡ ଦଳ ଅଂଶ ଗ୍ରହଣ କରିଥିଲେ ।
ରାଷ୍ଟ୍ରୀୟ ଏକତା ଦିବସ ର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୨ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ବଜାୟ ରଖିବା ନିମନ୍ତେ ବ୍ୟାପକ ଜନସଚେତନତା କରାଯାଇଅଛି ।

Related Posts