Odisha News

ରାଜ୍ୟସ୍ତରୀୟ ୧୩ବର୍ଷରୁ କମ୍ ଓପନ ଚେସ ପ୍ରତିଯୋଗିତା ଉଦଘାଟିତ

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଧର୍ମଶାଳା/ଓଡିଶା , ୧୭/୭ : ଯାଜପୁର ଜିଲ୍ଲା ଜରାକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ହଲରେ ରାଜ୍ୟସ୍ତରୀୟ ୧୩ବର୍ଷରୁ କମ ଓପନ ବାଳକ ଓ ବାଳିକା ଫିଡେ ରେଟିଙ୍ଗ ଚେସ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି।
ନିଖିଳ ଓଡିଶା ଚେସ ସଂଘ ଓ ଯାଜପୁର ୟୁନାଇଟେଡ଼ ଚେସ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାରୁ ୧୧୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଏହି ପ୍ରତିଯୋଗିତା ୪ ଦିନ ବ୍ୟାପି ଅନୁଷ୍ଠିଜତ ହେବ।
ଜିଲ୍ଲା ଚେସ ସଂଘ ସଭାପତି ଇଂ ତପନ କିଶୋର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ସମାଜସେବୀ ମିନତୀ ସାହୁ, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ପବିତ୍ର ମାହାଲା, ବରିଷ୍ଠ ପ୍ରଶିକ୍ଷକ ଚୈତନ୍ୟ ଜେନା, ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବାକୁ ଥିବା ପ୍ରତିଯୋଗୀ ମାନେ ଜାତୀୟ ଚେସ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ପାଇବେ। ଏଥିସହ ଆସନ୍ତା ସୋମବାର ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Related Posts