ରକ୍ତଦାନ ଏକ ମହତ କାର୍ଯ୍ୟ : ସମାଜସେବୀ ପ୍ରଦୀପ୍ତ ବରାଳ
ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୫/୮ :ରକ୍ତଦାନ ଏକ ମହତ କାର୍ଯ୍ୟ। ଜଣଙ୍କର ଦାନ କରାଯାଇଥିବା ରକ୍ତ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ସମାଜସେବୀ ପ୍ରଦୀପ୍ତ କୁମାର ବରାଳ ଏହି ନିବେଦନ କରିଛନ୍ତି । ସେ କହିଛନ୍ତି କୁହାଯାଏ, ରକ୍ତଦାନ ମହାପୁଣ୍ୟ ।
ରକ୍ତଦାନ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଂଚାଇ ଥାଏ । ଏହା ଥାଲେସେମିଆ ଭଳି ମାରାତ୍ମକ ରୋଗରେ ପୀଡିତ ରୋଗୀଙ୍କ ଜୀବନକୁ ବଢ଼ାଇବାରେ ସହାୟକ ହୁଏ ।
ମା’ ଓ ଶିଶୁର ସ୍ୱାସ୍ଥ୍ୟରେ ଏହାର ବଡ ଯୋଗଦାନ । ମଣିଷ ରକ୍ତ ସୃଷ୍ଟି କରାଯାଇପାରିବନି, ଯେଉଁମାନେ ଏହାକୁ ଦାନ କରନ୍ତି, ସେମାନେ ହିଁ ଏହାର ଉତ୍ସ ହୁଅନ୍ତି ।
ସେଥିପାଇଁ ରକ୍ତଦାନ କରିବା ଜରୁରୀ । ସମସ୍ତେ ଜାଣିଛନ୍ତି ରକ୍ତଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଂଚାଯାଇପାରିବ ।
କିନ୍ତୁ ଆପଣ ଜାଣିନଥିବେ ଯେ ବ୍ଲଡ ଡୋନରକୁ ମଧ୍ୟ ଅନେକ ଫାଇଦା ମିଳେ । ରକ୍ତଦାନ କରିବା ପରେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାରେ ଚମକ ଆଣିଥାଏ । ରକ୍ତଦାନ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଯିବାର ଆଶଙ୍କା କମ ହେବା ସହ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ରକ୍ତଦାନ କଲେ ଶରୀରକୁ କ’ଣ ଲାଭ ମିଳିଥାଏ । ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ସ୍ତର ଠିକ୍ ରହିଥାଏ । ଏହା ସହ ହୃଦଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ରକ୍ତାଦାନ କରିବା ଦ୍ୱାରା ବାର୍ଦ୍ଧକ୍ୟର ଛାପ ସହଜରେ ଦିଶି ନ ଥାଏ ।ରକ୍ତଦାନ କଲେ ଯକୃତରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ଯକୃତର କାମ ଆଇରନ୍ ମେଟାବୋଲିଜିମ୍ ଉପରେ ନିର୍ଭର କରିଥାଏ ।
ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ପରିମାଣ ଠିକ୍ ରହୁଥିବାରୁ ଯକୃତ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ । ଯଦି ଶରୀରରେ ଆଇରନର ପରିମାଣ ଅଧିକ ରହିଥାଏ ତେବେ ଯକୃତ କୋଷର ଅକ୍ସିଡ଼େସନ ହୋଇଥାଏ ।
ଯାହା ଯକୃତ ଉପରେ ଖରାପ ପ୍ରଭାବ ପକାଇବା ସହ ପରେ କର୍କଟ ରୋଗର କାରଣ ବନି ଯାଇଥାଏ ।ଥରେ ରକ୍ତଦାନ କରିବା ପରେ ଶରୀରରୁ ୬୫୦-୭୦୦କିଲୋ କ୍ୟାଲୋରି କମ ହୋଇ ଯାଇଥାଏ ।
ଏହା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରତି ୩ ମାସକୁ ଥରେ ରକ୍ତଦାନ କରିବା ଉଚିତ୍ ବୋଲି ଜାଣି ରଖନ୍ତୁ । ମୋର ଏତିକି ନିବେଦନ ଆସନ୍ତୁ ରକ୍ତ ଦାନ କରିବା ଜୀବନ ବଞ୍ଚାଇବା ।




