National News

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଖୋର୍ଦ୍ଧା ଜିଲ୍ଲା ଠିକାଦାର ସଙ୍ଘ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୫/୩ : ଦୀର୍ଘ ୧୫ ଦିନ ଧରି ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟ ଠିକାଦାର ସଂଘ ଅନଶନରେ ବସିଛନ୍ତି। ଯାହା ଫଳରେ ରାଜ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି।
ରାସ୍ତାଘାଟ ଠାରୁ ଆରମ୍ଭ କରି ଡ୍ରେନ୍ ଓ ବିଲଡିଂ କାମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ରାଜ୍ୟ ଠିକାଦାର ସଂଘର ନିଷ୍ପତ୍ତି କ୍ରମେ ଆଜି ସମସ୍ତ ଜିଲ୍ଲାର ମୁଖ୍ୟ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଏନେଇ ଖୋର୍ଦ୍ଧା ଠିକାଦାର ସଂଘ ପକ୍ଷରୁ ଜିଲ୍ଲାର ଶତାଧିକ ଠିକାଦାର ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ।
ବିଶେଷକରି ସଂଘ ପକ୍ଷରୁ ନେଗେଟିଭ ବିଡ୍ ସର୍କୁଲାରକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ସଂଘର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ପ୍ରଧାନ, ପ୍ରଦୀପ ମିଶ୍ର, ପ୍ରକାଶ ରଣସିଂହ, ରବିନ୍ଦ୍ର ରାଉତରାୟ, କରୁଣାକର ରାଉତଙ୍କ ଉପସ୍ଥିତିରେ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।
ଆଜିର ଏହି ଶୋଭାଯାତ୍ରାରେ ଠିକାଦାର ବିଜୟ ବିଶ୍ୱାଳ, ରଶ୍ମିରଞ୍ଜନ ବଳିୟାରସିଂ, ରାଜେଶ କୁମାର ପ୍ରଧାନ ,ଶୁଭକାନ୍ତ ମହାପାତ୍ର, ରେହେମାନ ଖାଁ, ପୁଜେଶ ପ୍ରଧାନ,ଦୀପକ କୁମାର ମହାନ୍ତିଙ୍କ ସମେତ ଶତାଧିକ ଠିକାଦାର ଉପସ୍ଥିତ ଥିଲେ ।

Related Posts