Odisha News

ଭିଜିଲାନ୍ସ ଜାଲରେ ଏସଡିଏର ପ୍ଲାନିଂ ମେମ୍ବର, ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି

ସମ୍ବଲପୁର,୧୯/୧୨: ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀଙ୍କ ଘରେ ପଶିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଚଢ଼ଉ ଜାରି ରହିଛି।
ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ ଚାଲିଥିବା ବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ ହେଉଛି। ଲକ୍ଷ୍ମୀ ନାରାୟଣଙ୍କ କାର୍ଯ୍ୟାଳୟ ସହ କ୍ବାର୍ଟର ଓ ବାସଭବନରେ ଚଢ଼ଉ ହୋଇଛି।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ଚାଲିଥିବା ଚଢ଼ଉରେ ୬ ଡିଏସପି, ୯ ଇନ୍ସପେକ୍ଟର ଓ ୬ ଜଣ ଏଏସଆଇ ନିୟୋଜିତ ହୋଇଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Related Posts

Seo wordpress plugin by www.seowizard.org.