Odisha News

‘ବିଶ୍ୱାସ ଦେ ପୃଥ୍ୱୀ’ ପାଇଁ ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୯/୮ : ପ୍ରଖ୍ୟାତ ଓଡ଼ିଆ କବି, ପ୍ରାବନ୍ଧିକ ଓ ପୂର୍ବତନ ବୈଜ୍ଞାନିକ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ମିଳିବ ୪୭ତମ ଶାରଳା ପୁରସ୍କାର ।
ତାଙ୍କର ପ୍ରତିଷ୍ଠିତ କବିତା ସଂକଳନ ‘‘ବିଶ୍ବାସ ଦେ ପୃଥିବୀ ପାଇଁ ସେ ଏହି ପୁରସ୍କାର ପାଇବେ। ସେ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇସାରିଛନ୍ତି। ଅକ୍ଟୋବର ୨୫ରେ ମାନପତ୍ର ସହ ୭ ଲକ୍ଷ ଟଙ୍କାର ପୁରସ୍କାର ପାଇବେ।
ସୂଚନା ଥାଉକି, ଆଶୁତୋଷ ପରିଡ଼ା ୧୯୪୬ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ କେବଳ ସାହିତ୍ୟିକ ନୁହନ୍ତି ବରଂ ଜଣେ ବିଜ୍ଞାନୀ ଭାବେ ମଧ୍ୟ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଧୋଗିକୀ ସଂସ୍ଥା (IMMT)ରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ପ୍ରମୁଖ କବିତା ସଂକଳନରେ ତାଙ୍କର ଅନେକ ଉଚ୍ଚକୋଟୀର କବିତା ପୁସ୍ତକ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି। ସେଗୁଡ଼ିକ ମଧ୍ୟରେ ‘ଇପସିତ କ୍ରୋଧ’, ‘ଅପ୍ରସ୍ତୁତ ମୃତ୍ୟୁ, ‘ଅଙ୍ଗାର ଗାର’, ‘ଆକ୍ରାନ୍ତ ଅକ୍ଷର’, ‘ଅନ୍ତରାଳ’, ଏବଂ ‘ଚଣ୍ଡାଳ’ ଆଦି ଅନ୍ତର୍ଭୁକ୍ତ।
ସେ ୧୯୯୦ରେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ ଏବଂ ପ୍ରତିଷ୍ଠିତ’ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ସମେତ ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିସାରିଛନ୍ତି। ଶାରଳା ପୁରସ୍କାରର ଗୁରୁତ୍ୱ ଓଡ଼ିଆ ସାହିତ୍ୟର ଆଦିକବି ଶାରଳା ଦାସଙ୍କ ସ୍ମୃତିରେ ଇମ୍ପାକ୍ଟ (IMPaCT) ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପ୍ରତିବର୍ଷ ଏହି ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଏ।

Related Posts