Odisha News

ବିଧାୟକ ହିମାଂଶୁଙ୍କ ବନ୍ୟାଂଚଳ ପରିଦର୍ଶନ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୨୧/ ୮ : ଧର୍ମଶାଳା ବ୍ଲକ ଅଂଚଳରେ ବ୍ରାହ୍ମଣୀ ଓ ଏହାର ଶାଖା କେଲୁଅ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଥିଲା ।
ଧର୍ମଶାଳା ଅଂଚଳରେ ପ୍ରଥମ ବନ୍ୟାରୁ ଲୋକେ ନିଜର ଅଂଟା ଶଳଖୁଥିବା ବେଳେ ନଦୀରେ ଦ୍ୱିତୀୟ ବନ୍ୟା ଆସି ବ୍ୟାପକ ଅଂଚଳ ପୁଣି ଜଳମଗ୍ନ ହୋଇଛି । ପ୍ରଥମ ଓ ଦ୍ୱିତୀୟ ବନ୍ୟାରେ ଧର୍ମଶାଳା ବ୍ଲକ ଅଂଚଳରେ କୌଣସି ସ୍ଥାନରେ ଘାଇ ହୋଇନଥିଲେ ମଧ୍ୟ ରାସ୍ତାଘାଟ, ଗାଁଗଣ୍ଡା ଓ ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି ।
ପ୍ରଥମ ବନ୍ୟା ଅପେକ୍ଷା ଦ୍ୱିତୀୟ ବନ୍ୟାରେ ଅଧିକ ବନ୍ୟା ଜଳ ଆସିନଥିଲେ ମଧ୍ୟ ନଦୀ ଗୁଡିକରେ ଦୀର୍ଘଦିନ ଧରି ବନ୍ୟାପାଣି ରହିବା ଫଳରେ ଗାଁ ଗଣ୍ଡା ଓ ଚାଷ ଜମିରେ ବନ୍ୟାଜଳ ଛାଡିବାର ନା ନେଉନାହିଁ । ଚଳିତ ବର୍ଷ ହେକ୍ଟର ହେକ୍ଟର ଜମିରେ ଧାନ ଓ ପନିପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି ।
ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । ପ୍ରଥମ ବନ୍ୟାରେ ବିଧାୟକ ହିମାଂଶୁ ଶେଖର ସାହୁ ବନ୍ୟାଂଚଳ ପରିଦର୍ଶନ କରିବା ସହ ଜିଲ୍ଲା ଓ ବ୍ଲକ ପ୍ରଶାସନର ଅଧିକାରୀମାନଙ୍କୁ ସାଙ୍ଗରେ ଧରି କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଥିଲେ । ଏଥିସହ ବିଧାୟକ ଶ୍ରୀ ସାହୁ ବନ୍ୟାପିଡିତମାନଙ୍କୁ ଭେଟି ସହାୟତା ଯୋଗାଇ ଦେବାର ପ୍ରତିସୃତି ଦେଇଥିଲେ ।
ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯାଜପୁର ଗସ୍ତରେ ଆସି ବନ୍ୟାଂଚଳ ପରିଦର୍ଶନ କରିବା ସହ ଏହାର ରିଭ୍ୟୁ କରି ବନ୍ୟା ପୀଡିତ ଯାଜପୁର ଜିଲ୍ଲାକୁ ୧ହଜାର କୋଟି ସହାୟତା ଘୋଷଣା କରିଥିଲେ । ଆଜି ଧର୍ମଶାଳା ବିଧାୟକ ଶ୍ରୀ ସାହୁ ପଟୁଣିଆ, କଦମପାଳ, କୋତପୁର, ପାଟପୁର, ଅରେଇକଣା ଆଦି ପଂଚାୟତରେ ବନ୍ୟା ପୀଡିତ ମାନଙ୍କୁ ଭେଟି ସେମାନଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।
ଏଥିସହ ବନ୍ୟାରେ କ୍ଷତିଗ୍ରସ୍ତ ସମସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାଲାଗି ପ୍ରତିସୃୃତି ଦେଇଛନ୍ତି । ଆଜି ବିଧାୟକଙ୍କ ବନ୍ୟାଂଚଳ ଗସ୍ତ କରିଥିବା ବେଳେ ସମସ୍ତ ବନ୍ୟାକ୍ଷତିଗ୍ରସ୍ତଙ୍କୁ ସଠିକ ଭାବେ ସରକାରୀ ସହୟତା ମିଳିବାର ପ୍ରତିସୃତି ଦେଇଥିଲେ । ଏଥିସହ ବିଧାୟକଙ୍କ ତତ୍ୱାବଧାନରେ ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବନ୍ୟାପୀଡିତମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରାଯାଇଥିବା ସମ୍ପର୍କରେ ପଚାରି ବୁଝିଥିଲେ ।
ବିଧାୟକ ଶ୍ରୀ ସାହୁ ଦୁଇ ଦୁଇଥର ବନ୍ୟା ଅଂଚଳ ପିଦର୍ଶନରେ ଯାଇ ବନ୍ୟାପିଡିତଙ୍କ ଦୁଃଖରେ ସାମିଲ ହେବାକୁ ନେଇ ସାଧାରଣରେ ବିଧାୟକଙ୍କୁ ସାଧୁବାଦ ଜଣାଯାଇଛି । ବିଧାୟକଙ୍କ ଏହି ବନ୍ୟାଂଚଳ ଗସ୍ତ ବେଳେ କୋତପୁର ଜୋନର ବିଜେପି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ପ୍ରଭାରୀ ଆଲୋକ ଲେଙ୍କା , ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଅଭିଶେକ ରାଉତ, ବିଶ୍ୱଜିତ ପୃଷ୍ଟି, ପ୍ରଦୀପ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Posts