Odisha News

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ

ଖୋରଧା, ୧୫/୩ : ଖୋରଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ବାଣପୁର କୋର୍ଟ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟ ଏକ୍କା ମିଳିତ ଭାବେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଯୋଗଦେଇ ବିଭିନ୍ନ ବିଚାରଧୀନ ମାମଲାର ଫଇସଲା କରିଥିଲେ।
ଉକ୍ତ ଲୋକ ଅଦାଲତରେ ସମୁଦାୟ ୯୨ ଗୋଟି ମାମଲାର ଫଇସଲା ହୋଇଥିବା ବେଳେ ତନ୍ମଧ୍ୟରୁ ୧୦ ଗୋଟି ଦେୱାନୀ ମାମଲା, ୨୩ ଗୋଟି ଫୌଜଦାରୀ ମାମଲା, ୫୭ ଗୋଟି ମୋଟର ଯାନ ମାମଲା, ୧ ଗୋଟି ଋଣ ଅନାଦେୟ ମାମଲା ଏବଂ ୧ ଗୋଟି ଦାମ୍ପତ୍ୟ କଳହ ମାମଲାର ଫଇସଲା ହୋଇଥିଲା।
ଉକ୍ତ ଲୋକ ଅଦାଲତରେ ବାଣପୁର ଓ ବାଲୁଗାଁର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଅନାଦେୟ ଋଣ ଆଦାୟ ଲାଗି ମାମଲା ପରିଚାଳନାରେ ସହଯୋଗ କରିଥିଲେ। ଅନୁରୂପ ଭାବେ ବାଣପୁର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ଅଦାଲତ କର୍ମଚାରୀମାନେ ଲୋକ ଅଦାଲତ ପରିଚାଳନାରେ ସହାୟତା କରିଥିଲେ।

Related Posts