ବନ୍ଦ ଘରୁ ବାପ-ଝିଅ ଓ ନାତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଢେଙ୍କାନାଳ, ୧୫/୨ : ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଖମାର ଗାଁରେ ଘଟିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଆଜି ଢେଙ୍କାନାଳ ଜିଲ୍ଲା ସଦର ଥାନା ଖମାର ଗାଁର ଜଣଙ୍କ ବନ୍ଦ ଘରୁ ୩ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ମୃତଦେହ ବାପା, ୪୦ ବର୍ଷୀୟା ଝିଅ ଓ ୧୬ ବର୍ଷୀୟ ନାତିର ବୋଲି ଜଣାପଡିଛି । ବନ୍ଦ ଘର ବାହାରେ ବୃଦ୍ଧା ମାଆ ରହିଥିବାବେଳେ ବନ୍ଦ ଘରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ, ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି କରିଛି ।