ବଗିଚା କାମ କରୁଥିଲେ କଏଦୀ, ସୁବିଧା ଦେଖି ଦୁଇ ଜଣ ଜେଲରୁ ମାରିଲେ ଚମ୍ପଟ

ଭବାନୀପାଟଣା, ୭/୪: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି।
ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।