ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧରେ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ
![](https://odishanewsonline.com/wp-content/uploads/2025/02/boudha-a.jpg)
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୨ : ଯଶସ୍ବୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକଙ୍କ ସହ ପରୀକ୍ଷାପେ ଚର୍ଚା କାର୍ଯ୍ୟକ୍ରମ ଶୃଙ୍ଖଳାର ଅଷ୍ଟମସଂସ୍କରଣ ଅବସରରେ ସମ୍ବୋଧିତ କରିଛନ୍ତି ।
କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଆଜି ପିଏମଶ୍ରୀ କେନ୍ଦ୍ରୀୟବିଦ୍ୟାଳୟ ବୌଦ୍ଧର ଷଷ୍ଠଶ୍ରେଣୀରୁଦ୍ୱାଦଶଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ଦେଖିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦତ୍ତଉପାଦେୟ ପରାମର୍ଶ ସମ୍ୱନ୍ଧରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । .ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭିଵାବକ ଓ ଶିକ୍ଷକଙ୍କୁ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧିକରି କିପରି ସେମାନଙ୍କୁ ଚାପମୁକ୍ତ କରାଯାଇପାରିବ , ସେ ସମ୍ପର୍କରେ ମୂଲ୍ୟବାନ ପରାମର୍ଶଦେଇଥିଲେ ।
ପରୀକ୍ଷା ସମୟରେ ସମୟର ସଦୁପଯୋଗଏବଂନିଦ୍ରା କିପରି ଛାତ୍ରଛାତ୍ରୀମାନଙ୍କର ସ୍ମରଣଶକ୍ତି ଓ ପରୀକ୍ଷାର ଫଳାଫଳକୁ ପ୍ରଭାବିତକରେ , ସେ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଓ ଦେଶର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ।
ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଶ୍ରେଣୀଗୃହସହ କମ୍ପ୍ୟୁଟର ଲାବରେ ବିଦ୍ୟାଳୟର ପିଏମଶ୍ରୀ ବିଭାଗ ମୁଖ୍ୟଶ୍ରୀ ଧର୍ମେନ୍ଦ୍ରଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଚାର୍ଯ୍ୟ ଶ୍ରୀ ସନକ ମେହେର ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ଓ ସମୟପୋଯୋଗୀ ବୋଲି ଅଭିହିତ କରିଥିଲେ ।