Odisha News

ଘସିପୁରାରୁ ବିଜେପି ତରଫରୁ ଲଢିପାରନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩୦/୪:ରାଜନୈତିକ ମହଲରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟୁଛି। ସେହି ଚର୍ଚ୍ଚାକୁ ଆଜି ବଳ ଦେଇଛନ୍ତି ଖୋଦ୍ ସୌମ୍ୟରଞ୍ଜନ ପଟ୍ଟନାୟକ।
କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ସେ ଏନେଇ ଇଙ୍ଗିତ କରିଛନ୍ତି। ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ସେ ଏନେଇ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି। ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଚାପ ପକାଉଛନ୍ତି। ଏନେଇ ମୋତେ ସଦ୍ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଖଣ୍ଡପଡ଼ା ସଂପର୍କରେ ମଧ୍ୟ ରୋଚକ ମନ୍ତବ୍ୟ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ଏଯାଏ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିନି। କାହିଁକି ପ୍ରାର୍ଥୀ ଘୋଷଣା କରିନି? କ’ଣ ରହସ୍ୟ ରହିଛି? ସେ ବିଷୟରେ ଜାଣିନି ବୋଲି ସୌମ୍ୟ କହିଛନ୍ତି।

Related Posts

Seo wordpress plugin by www.seowizard.org.