ପବିତ୍ର ଇଦ୍ ମାସ ପର୍ବରେ ଯୋଗ ଦେଲେ ଜିଲ୍ଲା ବିଜେଡି ସଂଯୋଜକ ଟୁନା ଦାଶ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୩ : ପବିତ୍ର ଇଦ୍ ପର୍ବ ପାଳନ ପାଇଁ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ପ୍ରସ୍ତୁତି ଜୋରଦାର ହୋଇଛି। ଇଦ୍ ମାସ ଆରମ୍ଭ ହେବା ସହିତ ମୁସଲିମ ଭାଇଭଉଣୀ ମାନେ ଧାର୍ମିକ କାର୍ୟ୍ୟକ୍ରମ ଓ ପୂଜାପାଠ ରେ ମଗ୍ନ ହୋଇ ପଡ଼ିଛନ୍ତି। ଏହି ପବିତ୍ର ମାସରେ ମୁସଲିମ ଧର୍ମାବଳମ୍ବୀ ମାନେ ଉପବାସ ରଖ୍ ଆଲ୍ଲାହଙ୍କ ପ୍ରାର୍ଥନା କରିଥାନ୍ତି। ଏହି ସମୟରେ ମସଜିଦ ଗୁଡ଼ିକରେ ବିଶେଷ ନମାଜ ଓ ଧାର୍ମିକ ଅନୁଷ୍ଠାନ ହେଉଥାଏ।
ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ଉପବାସ ରଖି ଲୋକମାନେ ସନ୍ଧ୍ୟାବେଳେ ଇଫତାର କରିଥାନ୍ତି। ଏହା ସହିତ ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ପାଇଁ ମଧ୍ୟ ଏହି ମାସରେ ବିଶେଷ ଗୁରୁତ୍ବ ଦିଆଯାଏ। ଇଦ ପାର୍ଟି ପାଳନ ପାଇଁ ନୂତନ ପୋଷାକ, ମିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ କିଣିବା ପାଇଁ ମୁସଲିମ ମାନଙ୍କ ବଜାରରେ ଭିଡ଼ ଦେଖିବାକୁ ମିଳୁଛି । ଇଦ୍ ପର୍ବକୁ ଭାଇଚାରା ଓ ସମ୍ମିଳନ୍ନିର ପ୍ରତୀକ ଭାବେ ପାଳନ କରାଯାଉଥିବା ବେଳେ ସମସ୍ତଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଉଛି।
ଇଦ୍ ଦିନ ସକାଳେ ମସଜିଦରେ ବିଶେଷ ନମାଜ ପରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି “ଇଦ୍ ମୁବାରକ\” ଜଣାଇ ଖୁସି ବାଣ୍ଟିଥାନ୍ତି। ଏହି ପବିତ୍ର ପର୍ବ ମାନବତା, ଭାଇଚାରା ଓ ଶାନ୍ତିର ସନ୍ଦେଶ ଦେଇଥାଏ ।
ଏ ନେଇ କନ୍ଧମାଳ ଜିଲ୍ଲା ବିଜେଡି ଉପସଭାପତି ତଥା ସଂଯୋଜକ ଟୁନା ଦାଶ ଓ ସମ୍ପାଦକ ପ୍ରମୋଦ କୁମାର ସାହୁ ଯୋଗ ଦେଇ ବାଲିଗୁଡା ସହର ଏକ ପବିତ୍ର ସହର ଏଠି ମୁସଲିମ ଧର୍ମ ର ଲୋକ ଆନନ୍ଦ ଉଲ୍ଲାସରେ ଇଦ ପାଳନ କରିଥାନ୍ତି ବୋଲି କହିଛନ୍ତି ।
ଚିକିତ୍ସା ରେ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଗୁହାରୀ
ବାଲିଗୁଡା, ୬/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ପଞ୍ଚାୟତର ୧୧ ନମ୍ବର ୱାର୍ଡ଼ରେ ଥିବା ସାରଙ୍ଗଗଡ଼-ବାଲିଗୁଡ଼ା ମୁଖ୍ୟ ରାସ୍ତାକଡ଼ ବଲମର ପଦା ଗାଁ\’ରେ ବସବାସ କରୁଥିବା ମାଳିନୀ ପ୍ରଧାନ (୨୩) ପ୍ରାୟ ୫ ବର୍ଷ ଧରି ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି।
ବର୍ତ୍ତମାନ ମାଳିନୀର ପେଟ ଅସ୍ବାଭାବିକ ଭାବେ ବଢ଼ିବା ସାଙ୍ଗକୁ ଯନ୍ତ୍ରଣା ଭୋଗୁଛନ୍ତି। ଘରେ ଏକ ମାତ୍ର ରୋଜଗାରିଆ ଭାଇ ଯଶୋବନ୍ଧ ପ୍ରଧାନ (୨୬) କୁଲି ମଜୁରି କରି ପରିବାର ଚଳାଉ ଥିବା ବେଳେ ଭଉଣୀ ମାଳିନୀର ଉତ୍ତମ ଚିକିତ୍ସା କରି ପାରୁ ନାହାନ୍ତି।
ଏପଟେ ବୃଦ୍ଧ ବାପା ମୃତ ହୋଇଥିବା ବେଳେ ଘରେ ପକ୍ଷାଘାତ ଆକ୍ରାନ୍ତି ମାଆ ରହିଥିବା ଯୋଗୁଁ ଭଉଣୀର ଚିକିତ୍ସା କରିବା ପାଇଁ ଆଉ ସମ୍ବଳ ନାହିଁ। ଭଉଣୀ ମାଳିନୀକୁ ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇ ଖର୍ଚ୍ଚାନ୍ତ ହୋଇ ପାଖରେ ଯାହା ଥୂଲା ବିକି ଭାଙ୍ଗି ସବୁ ସାରି ଦେଇଛନ୍ତି।
ଦୂରକୁ ନେଇ ଅଧୂକ ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମାଳିନୀକୁ ଉନ୍ନତ ମାନର ପାଇଁ ଚିକିତ୍ସା ସହାୟତା ପ୍ରଦାନ କରିବା ପାଇ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି କ୍ଷ ଏ ନେଇ କ.ନୂଆଗାଁ ବିଡ଼ିଓ ସୁଶ୍ରୀ ଶୁଭ୍ରାଞ୍ଜଳୀ ପ୍ରଧାନ ଓ ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସରକାରୀ ସ୍ତରରେ ଯାହା ସହାୟତା ହୋଇ ପାରିବ ଏବଂ ଅଧୂକ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧୂଙ୍କ ଆଗରେ ପ୍ରକାଶ କରିଛନ୍ତି।ଏହା ସହ ମାଳିନୀ ପ୍ରଧାନଙ୍କୁ କୌଣସି ସହୃଦୟ ବ୍ୟକ୍ତି ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାହାଯ୍ୟ କରି ପାରିଲେ ପରିବାର ବର୍ଗ ଉପକୃତ ହେବେ ବୋଲି ପିଡିତା ପ୍ରକାଶ କରିଥିବା ବେଳେ ଭାଉଜ ମିନାକ୍ଷୀ କହଁର ୭୯୭୮୫୦୦୪୦୬ ଫୋନ୍ ନଂରେ ଯୋଗାଯୋଗ କରି ବ୍ୟାଙ୍କ ଏକାଉଣ୍ଟ୍ ନଂ ୩୪୪୫୧୩୭୮୪୮୬ ରେ ଆର୍ଥକ ସହାୟତା ଯୋଗାଇ ଦେଲେ ନଣନ୍ଦର ଚିକିତ୍ସା କରିବା ସହିତ ପରିବାର ଉପକୃତ ହେବେ ବୋଲି ମିନାକ୍ଷୀ ନିବେଦନ କରିଛନ୍ତି।
ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ
ବାଲିଗୁଡା, ୬/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମସିଏସ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱ ରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲ୍ଲୀପ କହଁର ତାଙ୍କ ବକ୍ତବ୍ୟରେ କହିଲେ ଛାତ୍ରୀ ମାନସିକ ଓ ଶାରୀରିକ ସ୍ତର ରେ ସୁସ୍ଥ ରହିଲେ ସେ କାହାରିକୁ ଭୟ କରିବ ନାହିଁ ।
ମୁଖ୍ୟ ବକ୍ତା ଭାବେ ସ୍ୱାତୀ ସ୍ବେଛାସେବୀ ସଂଗଠନ ର ସମ୍ପାଦିକା ଶ୍ରୀମତୀ ସୁସ୍ମିତା ଜେନା ଯୋଗଦେଇ ସୋସିଆଲ ମିଡିଆରେ ଆଜିକା ଝିଅ ବେଶି ନିଜକୁ ସାମିଲ କରୁଛନ୍ତି କିନ୍ତୁ ତାର ଭଲ ଦିଗ ପ୍ରତି ଦୃଷ୍ଟି ନଦେଇ ଖରାପ ଦିଗ ପ୍ରତି ଦୃଷ୍ଟି ଦେଇ ସମସ୍ୟାରେ ପଡୁଛନ୍ତି ।
ସମ୍ମାନିତ ଅତିଥି ଭାବେ ଟିକାବାଲି ଥାନା ଏ ଏସ ଆଇ ଶିବରାମ ବିଶୋଇ ଓ ଅଧ୍ୟାପକ ନରେନ୍ଦ୍ର ଦିଗାଲ ଯୋଗଦେଇ ଆତ୍ମ ସୁରକ୍ଷା ର କୌଶଳ ଉପରେ ବକ୍ତବ୍ୟ ରଖିଥିଲେ ମାଷ୍ଟ୍ରର ଟ୍ରେନର ପିଜି ଛାତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଖେଇଥିଲେ ।
ଏହି ଶିବିରରେ ଆଠ ଦିନ ଧରି ସ୍ନାତକ ପ୍ରଥମ ବର୍ଷର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଅଧ୍ୟାପିକା ସ୍ମୃତିରେଖା ନାୟକ ଏହି ଶିବିର ପରିଚାଳନା କରୁଛନ୍ତି ଏବଂ ଅଧ୍ୟାପିକା ନିବେଦିତା ଭୋଇ, ଅଧ୍ୟାପିକା ମୀରାମ୍ବିକା, ଅଙ୍କିତା ପ୍ରିୟଦର୍ଶିନୀ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ, ରତନ କୁମାର ଦିଗାଲ, ଭଞ୍ଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା :ବାଇକ ଚାଳକ ମୃତ
ବାଲିଗୁଡା, ୬/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଦଣ୍ଡିମାହା ନିକଟ ଶୁର୍ଷାମାହାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଗୋଟିଏ ଅଜଣା ବୋଲେରୋ ପିକଅପ ଭ୍ୟାନ ସହ ମଟର ସାଇକେଲ ର ମୁହାଁମୁହିଁ ଧକ୍କା ହେବା ଫଳରେ ମଟର ସାଇକେଲ ଚାଳକ ତିଲୋରି ଗ୍ରାମର ଦୟା ନାୟକଙ୍କ ପୁଅ ନାନୁ ନାୟକ (୨୨) ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ ।
ଗୁରୁତର ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗଞ୍ଜେଇ ସହ ରାଜ୍ୟ ବାହାର ମାଫିଆ ଗିରଫ
ବାଲିଗୁଡା, ୬/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ନିକଟରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ରାଜ୍ୟ ବାହାର ଚାଲାଣକାରୀକୁ ଗଞ୍ଜେଇ ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।କ.ନୂଆଗାଁ ପୋଲିସ ଦଳ ପେଟ୍ରୋଲିଂ ବେଳେ ଦାରିଙ୍ଗିବାଡ଼ି ଛକରେ ଗଞ୍ଜେଇ ଅଖା ଧରି ଚାଲାଣ କରିବା ପାଇଁ ମାଫିଆ ବସକୁ ଅପେକ୍ଷା କରିଥୂଲା।
ତେବେ ମାଫିଆ ପୋଲିସ ଗାଡିକୁ ଦେଖି ଚମ୍ପଟ ମାରିବା ପାଇଁ ଦୌଡ଼ୁଥିବା ବେଳେ ପୋଲିସ କାବୁ କରିଥିଲା।ପରେ ସେଠାରେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଅଖାରେ ଥିବା ୨୧ କେଜି ଗଂଜେଇ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣକାରୀ କର୍ଣ୍ଣାଟକ ରାଜ୍ୟ ବିଜାପୁର ଜିଲ୍ଲା ମୁଦେବାହାଲ ଥାନା ଅଞ୍ଚଳର ମହମ୍ମଦ ସାୟଦର ପୁଅ ସଜିଦ ମହମ୍ମ ମହମ୍ମଦ ସାୟଦ (୨୮) କୁ ପୋଲିସ ଗିରଫ କରିଛି।
ଏଥିରେ ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା ,ଏଏସଆଇ ବାସୁଦେବ ପଣ୍ଡାଙ୍କ ସମେତ ପୋଲିସ ପୋଲିସ କର୍ମଚାରୀ କର୍ମଚାରୀ ସହଯୋଗ କରିଥିଲା ବେ ବେଳେ ଏସକ୍ରାନ୍ତିରେ ଥାନା କେସ ନଂ ୪୪/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରିଥୂବା ବିଷୟ ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି ।



