ଘରକୁ ଫେରୁଥିଲେ, ଅଧାରାସ୍ତାରେ ହାତୀ ହାବୁଡରେ ପଡି ଚାଲିଗଲା ଜୀବନ

ଚମ୍ପୁଆ,୨/୧: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକସନ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ନିଶ୍ଚିନ୍ତପୁର ଗାଁର ଜଣେ ଲୋକଙ୍କୁ ଦଳିଦେଇଛି ଦନ୍ତା ହାତୀ। ଗାଁରେ ରାତିରେ ଲୋକେ ହାତୀପଲକୁ ଜଗିଥିବା ବେଳେ ହାତୀ ଭୀମ ମୁଣ୍ଡାଙ୍କୁ ଦଳି ଦେଇଛି। ତାଙ୍କର ବୟସ ୪୭ ବର୍ଷ ବୋଲି ସୂଚନା ମିଳିଛି। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ହାତୀପଲ ଆସିବା ଦେଖି ଅନ୍ୟମାନେ ଦଉଡ଼ି ପଳାଇଥିଲେ, ହେଲେ ଭୀମ ଯାଇପାରିନଥିଲେ। ଫଳରେ ସେ ହାତୀମାନଙ୍କ ହାବୁଡ଼ରେ ପଡ଼ିଗଲେ। ବାଲିବନ୍ଧ ସେକସନ ଅଞ୍ଚଳରେ କିଛି ଦିନ ହେଲା ୨୪ ଟିକିଆ ହାତୀପଲ ରହିଆସିଛନ୍ତି। ଏହି ଅଞ୍ଚଳ ହାତୀପଲ ଆତଙ୍କ ସୃଷ୍ଟି କରୁଛନ୍ତି। ଭୀମଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ଶବ ଜବତ କରିଛନ୍ତି।