ଗଜପତି : ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲର ଛାତ୍ରଙ୍କ ଉତ୍କୃଷ୍ଟ ସଫଳତା
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୫/୧୨ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଗଜପତି ଷ୍ଟାଡିୟମ୍ ନିକଟସ୍ଥରେ ଥିବା ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲ୍ ର ନବମ ଶ୍ରେଣୀର ଛାତ୍ର ଏନ: କୁମାର ଭରଦ୍ୱାଜ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ଶ୍ରେଷ୍ଠ ୩୦ଜଣ ଅନ୍ତିମ ପର୍ଯ୍ୟାୟର ପ୍ରତିଯୋଗୀ ମଧ୍ୟରେ ସ୍ଥାନ ଅଧିକାର କରି ସ୍କୁଲର ଗୌରବ ବଢ଼ାଇଛନ୍ତି।
ଏହି ପ୍ରତିଷ୍ଠିତ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟ ୧୩ ଡିସେମ୍ବର ୨୦୨୫ ରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା। ଏହା ଟାଟା ଷ୍ଟିଲ୍ ଏବଂ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ର ସହଯୋଗରେ ଆୟୋଜିତ ହୋଇଥିଲା।
ଏହି ଅସାଧାରଣ ପ୍ରଦର୍ଶନ ପାଇଁ ଏନ୍: କୁମାର ଭରଦ୍ୱାଜ୍ଙ୍କୁ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ବିଜ୍ଞାନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ସାର୍ଟିଫିକେଟ୍ ଅଫ୍ ମେରିଟ୍ ଓ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଏହି ସଫଳତାର ଅଂଶ ରୂପେ ଚୟନିତ ହୋଇଥିବା ୩୦ ଜଣ ଚୂଡ଼ାନ୍ତ ପର୍ଯ୍ୟାୟର ପ୍ରତିଯୋଗୀଙ୍କୁ ଇସ୍ରୋର ଗୋଟିଏ କେନ୍ଦ୍ର ପରିଭ୍ରମଣ କରିବାର ଦୁର୍ଲଭ ଓ ଗୌରବ-ମୟ ସୁଯୋଗ ମିଳିବ, ଯାହା ତାଙ୍କୁ ଅନ୍ତରୀକ୍ଷ ବିଜ୍ଞାନ ଓ ଜ୍ୟୋତର୍ବିଜ୍ଞାନ କ୍ଷେତ୍ରରେ ଭବିଷ୍ୟତର ବୃତ୍ତି ଗଢ଼ିବାକୁ ପ୍ରେରିତ କରିବ।
ଏନ: କୁମାର ଭରଦ୍ୱାଜ୍ ସେଞ୍ଚୁରିଅନ୍ ପବ୍ଲିକ୍ନ ସ୍କୁଲର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ବିଷୟ ପାଠଦାନ କରୁଥିବା ଶିକ୍ଷକ ଏନ୍: ଚନ୍ଦ୍ରା ରାଓଙ୍କ ପୁତ୍ର ଅଟନ୍ତି।
ଏନ୍: କୁମାର ଭରଦ୍ୱାଜଙ୍କ ଏହି ସଫଳତା ଉପରେ ଗର୍ବ ଓ ସନ୍ତୋଷ ପ୍ରକାଶ କରି ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସମ୍ବୀତ ପାତ୍ର , ଉପା ଶ୍ରୀ ଜେ: କେ: ନାୟକ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଏହି ଯୁବ ପ୍ରତିଭାକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଭରଦ୍ୱାଜଙ୍କ ସମସ୍ତ ଭବିଷ୍ୟତ ପ୍ରୟାସରେ ଅବିରତ ଉତ୍କର୍ଷ ଓ ସଫଳତା କାମନା କରିଛନ୍ତି।




