ଗଜପତି: ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଆଜି ୧୦ ମ ଦିନରେ “ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ”
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୪ : ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଚଳିତ ମାସ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ ୨୦୨୬ ।
ଏହି ଓଡ଼ିଆ ପକ୍ଷ ୨୦୨୬ ପାଳନର ଆଜି ୧୦ ମ ଦିନରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ପୌର ପରିଷଦ କାର୍ଯ୍ୟଳୟର ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି ” ଲୋକ କଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ।
ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କଳାକୁ ବୃତ୍ତି ଭାବେ ଗ୍ରହଣ କରି ଯେଉଁ କଳାକାର ମାନେ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି , ସେମାନଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ଆମ କଳା ଆମ ପରିଚୟ , ତାକୁ ପ୍ରାଧାନ୍ୟ ଦେଇ ଏଭଳି କାର୍ଯ୍ୟକ୍ରମ କରାଯିବା ମୁଖ୍ୟ ଆଭିମୁଖ୍ୟ ରହିଛି ବୋଲି କହିଥିଲେ ।
ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକକଳା ଓ ଲୋକ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଥିବା ୬ ଜଣ ବରିଷ୍ଠ କଳାକାରଙ୍କୁ ପୌର ପରିଷଦ ପକ୍ଷରୁ ଉତ୍ସାହିତ କରି ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣଗ୍ରାହୀ କହିଥିଲେ ଯେ , ପାରଳାଖେମୁଣ୍ଡି ସହର କଳା ଓ ସଂସ୍କୃତିର ଭଣ୍ଡାର ।
ଏଠି ସାହି ସାହିରେ କଳା ସଂସ୍କୃତିକୁ ପ୍ରାୟ ସବୁ ଘରେ ପାଇବେ । ଶିଙ୍ଘ କାମ , ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଏଭଳି ବିଭିନ୍ନ କ୍ଷେତ୍ରରେ ପାରଳାଖେମୁଣ୍ଡି ନାମ ଅର୍ଜନ କରିଆସିଛି ।
ପାରଳା ମହାରାଜା ମଧ୍ୟ ଏ ସବୁକୁ ଉତ୍ସାହିତ କରି ଆସୁଥିଲେ । ଆଗାମୀ ପିଢ଼ି ମଧ୍ୟ ତାଙ୍କ ପାଖରୁ ସମସ୍ତେ ଉତ୍ସାହିତ ହୋଇ ପାରଳା ର କଳା ସଂସ୍କୃତିକୁ ବଜାୟ ରଖିବାକୁ ହେବ ବୋଲି କହିଥିଲେ ।
ସମ୍ମାନିତ ହୋଇଥିବା ବରିଷ୍ଠ କଳାକାର ମାନେ ହେଲେ ଯୋଗଦେଇ ବରିଷ୍ଟ କଳାକାର ମାନେ ହେଲେ:- କଣ୍ଠଶିଳ୍ପୀ ନୃସିଂହ ପ୍ରସାଦ ପାଢ଼ୀ , ମଞ୍ଚ ଅଭିନେତା ନୃସିଂହ ଚରଣ ପଟ୍ଟନାୟକ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ରଘୁନାଥ ପାତ୍ର , ମଞ୍ଚ ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ଦାସ , ନୁତ୍ୟ ନିର୍ଦ୍ଦେଶକ ଶ୍ରୀ ଭି: ହେମଗିରି , ପାଇକ ଆଖଡ଼ାରେ କଳାକର ତିରୁପତି ପାତ୍ର ପ୍ରମୁଖ କଳାକାର ମାନଙ୍କୁ ମାନପତ୍ର ସହ ସମ୍ମାନୀତ କରା ଯାଇଥିଲା ।
ଏହି ଲୋକ କଳା ଦିନଟିଏ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ , ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ , ସାଂସଦ ପ୍ରତିନିଧି ଶ୍ରୀ ଆଦର୍ଶ ଦାସଙ୍କ ସମେତ ସମସ୍ତ ପୌର ପରିଷଦ ୱାର୍ଡ ସଭ୍ୟ ସଭ୍ୟା ଓ ଅଧିକାରୀ ଓ କର୍ମଚାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।




