ଖୋରଧା ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ବର୍ଷକର ସବୁଠାରୁ ପବିତ୍ର ଦିନ – ମନ୍ତ୍ରୀ ଶ୍ରୀ ହରିଚନ୍ଦନ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୦/୪ : ଅକ୍ଷୟ ତୃତୀୟା ବର୍ଷକର ୩୬୫ ଦିନର ସବୁଠାରୁ ପବିତ୍ର ଓ କିମ୍ବଦନ୍ତୀ ଦିନ । ଆଜି ଦିନରେ ମହାପ୍ରଭୁଙ୍କର ରଥକାଠ ଅନୁକୂଳ ହୁଏ ।
ସେହିପରି ଆଜିର ଦିନରେ ତ୍ରେତୟା ଯୁଗ ଆରମ୍ଭ ଏବଂ ଭଗବାନ ପର୍ଶୁରାମ ଙ୍କ ଜନ୍ମ ହୋଇଥିଲା ବୋଲି କୁହାଯାଏ । ଆଜି ଦିନରେ ମା “ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ଆରାଧନା କରାଯାଏ ।
ଆଜି ଦିବସର ଅନନ୍ୟ ଗୁରୁତ୍ଵ ଅଛି,ମାଟି ମା” ଓ ପୃଥିବୀକୁ ଚାଷୀ କୁଳ ପୂଜା କରି ଭଲ ଫସଲ ଅମଳ ପାଇଁ ପୃଥିବୀ ପୃଷ୍ଠରେ ଯଥାର୍ଥ ପରିମାଣର ଖରା, ବର୍ଷା, ଶୀତ କାକରରେ ତାହାର ଫସଲ ଯେପରି ଭଲ ଅମଳ ହୋଇ ଖଳାକୁ ଆସିବ ସେଥିପାଇଁ କାମନା ରଖି ଅକ୍ଷୀ ମୁଠି କ୍ଷେତରେ ବୁଣିବା ଆରମ୍ଭ କରିଥାଏ ବୋଲି ଆଜି ଖୋରଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ବରପାଟଣା ଗ୍ରାମ ଜାଗର ପଡିଆ ଠାରେ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗ,ଓଡ଼ିଶା ସରକାର ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି କ୍ଷ ମନ୍ତ୍ରୀ ଆହୁରି କହିଛନ୍ତି ସି ଏମ କିଶାନ ସହାୟତା ରାଜ୍ୟ ସରକାର ଆଜି ରିଲିଜ୍ କରି ଚାଷୀ ପରିବାର ମୁହଁରେ ହସ ଫୁଟାଇଛନ୍ତି କ୍ଷ ଧାନର ସବସିଡି ୮୦୦ ଟଙ୍କା ବୃଦ୍ଧି, ବଳଭଦ୍ର ଜୈବିକ ଚାଷ ,ଡାଲି ଜାତୀୟ ଫସଲ, ଫସଲ ବିବିଧତା, କ୍ଷୁଦ୍ର ଚାଷୀ ରୋଜଗାର ବୃଦ୍ଧି କରିବା, ଶାଳିଆ ପ୍ରକଲ୍ପ ଡ୍ୟାମର ଉଚ୍ଚତା ବଢ଼ାଇବା ୨୯ ଗୋଟି କ୍ଷୁଦ୍ର ଜଳଚେଚନ ଆରମ୍ଭ କରି ଚିଲିକା ନିର୍ବାଚନ ମଣ୍ଡଳୀରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି କଳ୍ପେ ମନ୍ତ୍ରୀ ପ୍ରାଧ୍ୟାନ ଦେଇଛନ୍ତି ପ୍ରକାଶ କରି ସମସ୍ତ ଚାଷୀକୁଳ ଓ ଜିଲ୍ଲାର ସୁଖ ସମୃଦ୍ଧି କାମନା କରିଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ କହିଲେ ରାଜ୍ୟ ସରକାରଙ୍କ ଧାନକ୍ରୟରେ ଡି ବି ଟି ଏଲ ମାଧ୍ୟମରେ ଧାନର କୁଇଁଟାଲ ପିଛା ୮୦୦ ଟଙ୍କା ସବ୍ ସିଡି ବୃଦ୍ଧି ଏକ ଐତିହାସିକ ପଦକ୍ଷେପ ।
ସେହିଁପରି ବେରୋଜଗାର ସମସ୍ୟା ଏଡ଼ାଇବା ଦିଗରେ ରାଜ୍ୟ ସରକାର ଆନୁଷଙ୍ଗିକ କୃଷି, ଗୋପାଳନ, ଉଦ୍ୟାନ କୃଷି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସରକାର ଯୁବକ ମାନଙ୍କ ପାଇଁ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଏଣୁ ଯୁବକ ମାନେ ଚାଷ କ୍ଷେତ୍ରରେ ପ୍ରାଧ୍ୟାନ ଦେଲେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଓ ଜିଲ୍ଲା ଏବଂ ରାଜ୍ୟର ଆର୍ଥିକ ମେରୁଦଣ୍ଡ ମଜବୁତ୍ ହୋଇ ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତ, ସ୍ୱଦେଶୀ ଭାରତ ସାକାର ହେବ ବୋଲି କହି ରାଜନୈତିକ କେନ୍ଦ୍ରବିନ୍ଦୁରୁ ଉର୍ଦ୍ଧରେ ରହି ସବକାସାଥ ସବକାବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ କହିଲେ ଆମେ ସମସ୍ତେ କୃଷି ସଂସ୍କୃତି ମଧ୍ୟରେ ଜନ୍ମ ନେଇଛେ , କୃଷି ଆମ ଜାତିର ପ୍ରାଣ କେନ୍ଦ୍ର ।
କୃଷିକୁ ଛାଡ଼ି ସମାଜ ତିଷ୍ଠି ପାରିବ ନାହିଁ । କୃଷକ ଆମର ଅନ୍ନଦାତା, ଏଣୁ କୃଷକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକତା ଅଛି ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଲେ ଚିଲିକା ଅଂଚଳରେ ବୁଣା ଧାନ ଓ ରୁଆ ଧାନ ହୋଇଥାଏ ।
ଏଥି ସହ କୋଳଥ, ମାଣ୍ଡିଆ ଚାଷ କୁ ଅଗ୍ରାଧିକାର ଦେଇ ଚାଷୀ କୁଳର ହିତ ସାଧନରେ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ସଭାପତି ଅଭିଭାଷଣରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ କହିଲେ ଅକ୍ଷୟ ତୃତୀୟା ହିନ୍ଦୁ ଓ ଜୈନ ଧର୍ମର ପବିତ୍ର ପର୍ବ ।
ବୈଶାଖ ତାତିରୁ ମୁକ୍ତ ପାଇଁ ମହାପ୍ରଭୁ ଲିଙ୍ଗରାଜ ବିନ୍ଦୁ ସାଗରରେ ଚାପ ଖେଳୁଥିବା ବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳୁଛନ୍ତି ।
ଏହି ପର୍ବର ମହାନ୍ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାର ନିଦର୍ଶନ ଅଟେ ।
ବର୍ଷା ଠିକ୍ ସମୟରେ ହେଉ, ଅମଳ ଅଧିକ ହେଉ ବୋଲି ମା ଧରିତ୍ରୀ କୁ ପୂଜା କରାଯାଇଥାଏ ।
ଜିଲ୍ଲାପାଳ କହିଥିଲେ ଜିଲ୍ଲା ପ୍ରଶାସନ ଚାଷୀ ପଞ୍ଜିକରଣଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି, ମଣ୍ଡି ଅଧିକ ଖୋଲିବା, ଚାଷୀ ନିକଟରେ ଧାନ ଦେବା,ଡାଲି, ତୈଳ ଜାତୀୟ ଫସଲ କୁ ଗୁରୁତ୍ଵ ଦେବା, ପ୍ୟାକ୍ସ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନ, ଜୈବିକ ସାର ବ୍ୟବହାର ଦିଗରେ ଜିଲ୍ଲା ପ୍ରଶାସନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ପ୍ରକାଶ କରି ଚାଷୀ ହିତ ସାଧନରେ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି ବୋଲି ପ୍ରକାଶ କରି ଚାଷୀ ମାନେ ଏହାର ଫାଇଦା ନେବାକୁ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ମାନ୍ୟବର ବିଧାୟକ ଜିଲ୍ଲାପାଳ, ଜିଲ୍ଲାପରିଷଦ ଉପସଭାପତି ଭୂମି ପୂଜନ କରିବା ସହ କ୍ଷେତରେ ପାରମ୍ପାରିକ ବଳଦଯୋଡା ହଳ ବୁଲାଇ ଅକ୍ଷି ମୁଠି ଅନୁକୂଳ ବୁଣିଥିଲେ ।
ପରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ବଳନ କରି ଦିବସକୁ ଉଦ୍ଘାଟନ ଓ ବୃକ୍ଷରେ ଜଳଦାନ କରିଥିଲେ । ଅତିଥି ମାନଙ୍କୁ ଉତ୍ତରୀୟ ଓ ଚାରାକୁଣ୍ଡ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବସରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।
ମଞ୍ଚ ପରିଚାଳନାରେ ସଭାପତି, ଚିଲିକା ସାହିତ୍ୟ ସଂସଦ ଶ୍ରୀ ବାଳ ମୁକୁନ୍ଦ ଦାସ ନିର୍ବାହ କରିଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମନୋରଞ୍ଜନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳେଇ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ନାଥ ଦାସ, ଜଳ ବିଭାଜିକାଅଧିକାରୀ , ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି , ଶ୍ରେୟା ଶତପଥୀ,ବି ଡି ଓ, ଚିଲିକା, ପୁନମ୍ ମହାପାତ୍ର,ବି ଡି ଓ, ବାଣପୁର ,ବିକାଶ କୁମାର ମହାନ୍ତି ପ୍ରମୁଖ ମଞ୍ଚାଷୀନ ଥିଲେ ।
ପରିଶେଷରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି କୃଷି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ନେତୃବୃନ୍ଦ, ସରପଞ୍ଚ, ଚାଷୀ, କୃଷକ, ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ ।




