Odisha News

ଖୋରଧା ଆଇନ ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୫/୯ : ଖୋରଧା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ଛୋଟ୍ଟରାୟଙ୍କ ଅଧ୍ୟକ୍ଷତାରେ ଆଜି ମହାବିଦ୍ୟାଳୟ ପରିସରରେ ଶିକ୍ଷକ ଦିବସ ବା ଗୁରୁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।
ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ସ୍ମରଣ କରି ଏହି ସ୍ବତନ୍ତ୍ର ସଭା ଆୟୋଜିତ ହୋଇଥିଲା।
ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରାରମ୍ଭରେ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଧୀର କୁମାର ମାନସିଂହ ନିଜର ପ୍ରାରମ୍ଭିକ ଅଭିଭାଷଣରେ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଜୀବନୀ ସଂପର୍କରେ ଆଲୋକପାତ କରିବା ସହିତ ଶିକ୍ଷା ଓ ଇଂରାଜୀ ଭାଷାର ମୂଲ୍ୟ ସଂପର୍କରେ ଅବଗତ କରାଇଥିଲେ ।
ଅଧ୍ୟକ୍ଷ ଡ. ଛୋଟ୍ଟରାୟ ଜ୍ଞାନ, ଆତ୍ମବିଶ୍ବାସ, ଶୃଙ୍ଖଳା, ନୈତିକତା ଓ ଦାୟିତ୍ବବୋଧ ସଂପର୍କରେ ଅବଗତ କରାଇଥିଲେ ।
ଶିକ୍ଷକମାନେ କେବଳ ଜ୍ଞାନ ପ୍ରଦାନ କରନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କୁ ସଠିକ୍ ମାର୍ଗଦର୍ଶନ ଦେଇ ଜୀବନରେ ସଫଳ ହେବାର ପଥ ଦେଖାଇଥାନ୍ତି ବୋଲି ସେ କହିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ପ୍ରକାଶ କରିଥିଲେ।
ଶେଷରେ ଅଧ୍ୟାପିକା ସରସ୍ବତୀ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ସଭା କାର୍ଯ୍ୟକୁ ସମାପ୍ତ କରିଥିଲେ । ଏହି ଆୟୋଜନ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ନେହ, ସମ୍ମାନ ଓ ଆତ୍ମୀୟତାର ସମ୍ପର୍କକୁ ଆହୁରି ସୁଦୃଢ଼ କରିଥିଲା।

Related Posts