Odisha News

ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଅଧ୍ୟାୟ, ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର,୧୭/୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଗଡ଼କରୀ ଓଡ଼ିଶାବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି।
ସେ ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହାସହ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଗଡ଼କରୀ। ପୁରୀ-ଭୁବନେଶ୍ୱର ରାସ୍ତା ୬ ଲେନ୍ ହେବ ବୋଲି ବଡ଼ ସୂଚନା ଦିଆଯାଇଛି।
ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଡକରୀ ୧୩ଟି ଜାତୀୟ ରାଜପଥ ପାଇଁ ୨୯୦୫ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୪୨୭ କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜ ଶିଳାନ୍ୟାସ କରିଛନ୍ତି। ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କାର ଲୋକାର୍ପଣ କରିଛନ୍ତି ଗଡକରୀ ।
ଅନ୍ୟପଟେ ସମ୍ପର୍କ ସେତୁର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଝାରସୁଗୁଡ଼ା ଓ ବରଗଡ଼ ଜିଲାକୁ ଯୋଡିବ ଏହି ସେତୁ । ମହାନଦୀରେ ଏହି ସେତୁ ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇପାରିବ । ଗୁରୁବାର ଭୁବନେଶ୍ବରରୁ ଭିସି ଯୋଗେ ସମ୍ପର୍କ ସେତୁର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରୀ ମନ୍ତ୍ରୀ ନୀତିନ ଗଡକରୀ। ଏନେଇ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଳକ ଭିଖମପାଲି ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା।

Related Posts