Odisha News

ଇଗଲ କପ୍ କ୍ରିକେଟ: ଉଇଣ୍ଡ -୨୦୦୦ କଟକ ଚମ୍ପିୟାନ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୮/୫ : ସ୍ଥାନୀୟ ଇଗଲ କ୍ଲବ ପଡ଼ିଆରେ ଚାଲିଥିବା ୨୧ତମ ରାତ୍ରକାଳୀନ ଏକ ଦିବସୀୟ ଇଗଲ କପ୍ କ୍ରିକେଟ୍ ଟୁର୍ନାମେଂଟ ଉଦଯାପିତ ହୋଇଯାଇଛି । ଏଥିରେ କଟକ, ଭୁବନେଶ୍ୱର ଓ ଖୋରଧା ର ୮ଟି ବଛାବଛା ଦଳ ଅଂଶଗ୍ରହଣ କରିଥିଲେ ।
ତେବେ ସମସ୍ତ ଦଳକୁ ପଛରେ ପକାଇ କଟକର ଦୁଇଟି ଦଳ ମ୍ୟାଜିକ ଏକାଦଶ ଓ ଓ୍ବିଣ୍ଡ-୨୦୦୦ ଫାଇନାଲକୁ ଉତୀନ୍ନ ହୋଇଥିଲେ। ତେବେ ଚିତାକର୍ଷକ ଫାଇନାଲରେ ମ୍ୟାଜିକ୍ ଏକାଦଶ ଦଳକୁ ହରାଇ ଓ୍ବିଣ୍ଡ-୨୦୦୦ କଟକ ଦଳ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ ।
ଟୁର୍ନାମେଂଟର ଉଦଘାଟନ ଭାବେ ପୂର୍ବତନ ପୌରାଧ୍ୟକ୍ଷ ସଂଯୁକ୍ତା ସାହୁ, ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଆୟୋଜକ କମିଟିର ସଂପାଦକ ଅଭିଶେକ ସିଂହସାମନ୍ତ, କାଉନସିଲର ପ୍ରବୀଣା ଜଗଦ୍ଦେବରାୟ, ଅନିଲ ରାମ ପ୍ରମୁଖ ଯୋଗଦେଇଥିଲେ ।
ରାତି ବଢିବା ସାଂଗକୁ ଆତାସବାଜି ଓ ଡ଼ିଜେ ର ତାଳେତାଳେ ଶତାଧିକ ଦର୍ଶକମାନେ ଖେଳର ବେଶ ମଜା ଉଠାଇଥିଲେ। ରବିବାର ରାତ୍ର ୩ଟାରେ ସମୟରେ ଆରମ୍ଭ ହୋଇଥିଲା ଇଗଲ କପ କ୍ରିକେଟର ୨୧ତମ ସଂସ୍କରଣର ଫାଇନାଲ ମ୍ୟାଚ । ମ୍ୟାଜିକ୍ ଏକଦଶ କଟକ ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ।
ଦଳ ନିର୍ଦ୍ଧାରିତ ୬ ଓଭରରେ ୪ଟି ୱିକେଟ୍ ହରାଇ ୧୪୫ରନ୍ କରିଥିଲେ । ଜବାବରେ ଓ୍ବିଣ୍ଡ-୨୦୦୦ ଦଳ ୫.୧ ଓଭରରେ ଉଇକେଟ୍ ନହରାଇ ଆବଶ୍ୟକ ୧୪୬ରନ କରି ବିଜୟ ଘୋଷିତ ହୋଇଥିଲେ । ଦଳ ପକ୍ଷରୁ ଅଭିଷେକ ବେହେରା ୨୨ଟି ବଲରେ ଅପରାଜିତ ୧୦୪ରନ କରିଥିଲେ। ଫାଇନାଲ ମ୍ୟାଚକୁ ବିରଞ୍ଚି ନାରାୟଣ ଜେନା ଓ ଦିଗନ୍ତ ରାଉତରାୟ ପଚିଚାଳନା କରିଥିବା ବେଳେ, ଟୁର୍ନାମେଂଟକୁ ସଫଳ କରିବାକୁ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।
ସେହିପରି ସ୍କୋର ଲେଖିବାରେ ନୂତନକ୍ରାନ୍ତି ପାଲ ଓ ଭାଷ୍ୟକାର ଭାବରେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ସହାୟତା କରିଥିଲେ।
ଉଦଯାପନୀ ଉତ୍ସବରେ ଖୋରଧା ର ପୂର୍ବତନ ବିଧାୟକ ତଥା ଇଗଲ କ୍ଲବର ସଭାପତି ରାଜେନ୍ଦ୍ର କୁମାର ସାହୁ, କାଉନସିଲର ଅମୀୟ ମହାନ୍ତି, ନାଗଭୂଷଣ ଜେନା, ଅଭିଶେଷ ସିଂହସାମନ୍ତ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ ।
ସେହିପରି ଟୁର୍ନାମେଂଟର ଶ୍ରେଷ୍ଠ ଖେଳାଳୀ ଓ ଫାଇନାଲର ଶ୍ରେଷ୍ଠ ଖେଳାଳୀ ଭାବେ ଅଭିଷେକ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା ।

Related Posts