Odisha News

ଆର ଏସ ଏସ ର ” ବିଶିଷ୍ଟ ନାଗରିକ ସଂଗୋଷ୍ଠୀ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୭/୪: ରାଷ୍ଟ୍ରୀୟ ସୟଂସେବକ ସଂଘ,(ଆରଏସଏସ)ର ଶତାବ୍ଦୀ ବର୍ଷ ପାଳନ ଅବସରରେ ଆରଏସଏସ ଖୋରଧା ଜିଲ୍ଲା ପକ୍ଷରୁ ସ୍ଥାନୀୟ ଜୟୀରାଜଗୁରୁ ଭବନ ପରିସରରେ ସଂଘର ଶତାବ୍ଦୀ ବର୍ଷରେ “ବିଶିଷ୍ଟ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜିଲ୍ଲା ସଂଘଚାଳକ ଶିକ୍ଷାବିତ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସଏସ ଓଡ଼ିଶା ପୂର୍ବ ପ୍ରାନ୍ତର ସହ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ଆରଏସଏସର ଶହେବର୍ଷର ଯାତ୍ରା ସାମାଜିକ ପୃଷ୍ଟଭୂମି ଉପରେ ଆଲୋକପାତ କରିଥିଲେ ।
ସଂଘ ସମାଜରେ ପରିବର୍ତନର ବାର୍ତା ରଖୁଛି ଓ ସାମାଜିକ ସମରସତା,ସଦେଶୀ ବିଚାର, ପର‌୍ୟ୍ୟାବରଣ ସୁରକ୍ଷା, ପରିବାର ସ୍ବ ବୋଧ ଏବଂ ନାଗରିକ ଦାୟିତ୍ଵ ଓ କର୍ତବ୍ୟ ।
ସଂଘ ଏବଂ ସମାଜ ଅଲଗା ନୁହଁ ଓ ସମାଜରେ ସମନତା ଆଣିବା, ହିନ୍ଦୁତ୍ବ ବିଚାରଧାରା, ସ ଆଧାରିତ ଭାରତୀୟ ସଂସ୍କୃତି, ପରମ୍ପରା ବେଷଭୁଷା, ଖାଦ୍ୟପାନୀୟ ପ୍ରକୃତି ମାତାର ସୁରକ୍ଷା, ଜଳ ସଂରକ୍ଷଣ ପାଇଁ ସଂଘ ଏହି ଶତାବ୍ଦୀ ବର୍ଷରେ ଆହ୍ବାନ ଦେଇଛି ।
ଭାରତବର୍ଷରେ ବିଭିନ୍ନ ବର୍ଗର ଲୋକଙ୍କୁ ସାମାଜିକ କାର‌୍ୟ୍ୟରେ ସାମିଲ ଉଦ୍ଦେଶ୍ୟରେ ଆବଶ୍ୟକ‌ତା ଅନୁସାରେ ବିବିଧ କ୍ଷେତ୍ର କାର‌୍ୟ୍ୟ କରୁଛି । ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ହେଉଛି ହିନ୍ଦୁ ସଂସ୍କୃତିର ସୁରକ୍ଷା।
ରାଷ୍ଟ୍ରକୁ ଆଗକୁ ନେବା ପାଇଁ ସାମୁହିକ ପ୍ରୟାସ ଜରୁରୀ। ନିଜ ସଂସ୍କୃତି ପରମ୍ପରାକୁ ନେଇ ଗର୍ବ କରିବା ସହ ଆଗାମୀ ପିଢି ପାଇଁ ଏହାକୁ ବଂଚାଇ ରଖିବା ଆମର ଦାୟିତ୍ଵ। ଦେଶର ଭବିଷ୍ୟତ ଶିଶୁଙ୍କ ମନରେ ରାଷ୍ଟୟୀୟତାର ଭାବ, ରାମାୟଣ, ଭାଗବତ ଗୀତା ହନୁମାନ ଚାଳିଶା ପାଠ କରିବା ପାଇଁ ପ୍ରେରଣା ଦିଅନ୍ତୁ।
ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ମାର୍ଗଦର୍ଶନ କରିବା ଦାୟିତ୍ବ ମାତାପିତାଙ୍କ ରହିଛି। ନିଜ ଶିଶୁଙ୍କୁ ଭାରତବର୍ଷ ର ଗୌରବମୟ ଗାଥା, ଐତିହ୍ୟ ସଂସ୍କୃତି, ପରମ୍ପରା ସମ୍ପର୍କରେ ଶିକ୍ଷା ଦିଅନ୍ତୁ । ଶିଶୁର ଜନ୍ମ ଦିନରେ କେକ ନୁହଁ, ଗଛଟିଏ ଲଗାଇ ଅଥବା ପ୍ରୀତି ଉପହାର ସରୂପ ଗଛଟିଏ ଦିଅନ୍ତୁ ।
ପ୍ଲାଷ୍ଟିକ ବୋତଲ ପାଣି ପିଇବା ଅପେକ୍ଷା ମାଠିଆ ପାଣି ବ୍ୟବହାର କରନ୍ତୁ ।
ସଦେଶୀ ଭାବ ଜାଗରଣ କରନ୍ତୁ । ନିଜ ମାତୃଭାଷାକୁ ନେଇ ଗର୍ବ କରିବା ସହ ଶିଶୁ, ପିଲାଙ୍କୁ ମଧ ଆଗ୍ରହ କରନ୍ତୁ । ଆରଏସଏସ ଖୋରଧା ଜିଲ୍ଲା ସହ ସଂଘଚାଳକ ଲଳିତମୋହନ ମହାପାତ୍ର ମଂଚାସୀନ ଥିଲେ ।
ଖୋରଧା ଜିଲ୍ଲା ଏବଂ ସ୍ଥାନୀୟ ଅଂଚଳରୁ ବହୁ ବୁଦ୍ଧିଜିବୀ, ଶିକ୍ଷାବିତ, ବିଭିନ୍ନ ସାମାଜିକ ଅନୁଷ୍ଠାନ, କର୍ମକର୍ତା ଉପସ୍ଥିତ ଥିଲେ ।

Related Posts