Odisha News

ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୧୯/୪: ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ଜଣେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଦେଖିବାକୁ ମିଳୁଛି।
ହେଲେ ଏ ସାମ୍ବାଦିକ ପଦ ବୋଲାଉଥିବା ବ୍ୟକ୍ତି ମାନେ ପ୍ରକୃତ ରେ କିଏ ଅସଲି ଆଉ କିଏ ନକଲି ତାହା ଜଣା ପଡୁନାହିଁ ।
କେହି କେବେ, ମାନେ କିଛି ବର୍ଷ ପୂର୍ବେ ଗଣମାଧ୍ୟମରେ କାମ କରିଥିବା ଦାବି କରୁଛନ୍ତି, ତ ଆଉ କେହି ଦୀର୍ଘଦିନ ହେଲା ସେଇ ପେଶା ଛାଡି ଦେଇଥିବା ସତ୍ତ୍ବେ ମଧ୍ୟ ସାମ୍ବାଦିକ ପରିଚୟ ବ୍ୟବହାର କରୁଛନ୍ତି।
ଅନୁତାପର କଥା ହେଉଛି, ଏ ସମ୍ପର୍କ ରେ ପ୍ରଶାସନ ପାଖରେ ବର୍ତ୍ତମାନ କେତେଜଣ ସଠିକ ଓ କାର୍ଯ୍ୟରତ ପେଶାଦାର ସାମ୍ବାଦିକ ଅଛନ୍ତି, ତାହାର କୌଣସି ସଠିକ ତାଲିକା ନାହିଁ । ଅଞ୍ଚଳ ରେ ଯେତେବେଳେ ଯାହା କିଛି ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ ହେଉ ସାମ୍ବାଦିକ ଙ୍କ ପାଇଁ ଯଦି ପାସ ନ ମିଳିଛି, ତେବେ ଉକ୍ତ ବିଭାଗ ର କର୍ମଚାରୀ ଙ୍କୁ ଘାଇଲା କରି ଦେଉଛନ୍ତି ।
ଏବଂ ସରକାରୀ କାର୍ଯ୍ୟକ୍ରମ ରେ ପାସ ପାଇଁ ଲୋକସମ୍ପର୍କ ବିଭାଗ ଏବଂ ଏସ.ପି. କାର୍ଯ୍ୟାଳୟରେ ଭିଡ଼ ଲାଗୁଛି।
ଏହି ଭିଡ଼ ମଧ୍ୟରେ ପ୍ରକୃତ ସାମ୍ବାଦିକ ଠାରୁ ଅଧିକ ନକଲି ସାମ୍ବାଦିକ ଅଧିକ ଥ‌ିବା ଅଭିଯୋଗ ଉଠୁଛି ।
ଯେଉଁମାନେ କେବଳ କିଛି ମାସ କାମ କରିଥିଲେ କିମ୍ବା ଦୀର୍ଘଦିନ ଧରି ଧରି ପେଶାରୁ ଦୂରେଇ ରହିଛନ୍ତି, ସେମାନେ ମଧ୍ୟ ସାମ୍ବାଦିକ ପରିଚୟ ଦେଇ ପାସ ହାତେଇବାକୁ ଚେଷ୍ଟା କରୁଛନ୍ତି।
ଏହାର ପରିଣାମରେ ପ୍ରକୃତ ଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ପାସ ନପାଇବା ଭଳି ଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।
ଏଣୁ ସମଗ୍ର କନ୍ଧମାଳ ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ପ୍ରକୃତରେ କେଉଁ ପତ୍ରପତ୍ରିକା ଓ ଇଲେକ୍ଟ୍ରୋନିକ ମିଡିଆର କେତେ ଜଣ ସାମ୍ବାଦିକ କେଉଁ ଠାରେ କାର୍ଯ୍ୟରତ ଅଛନ୍ତି, ତାହାର ସ୍ପଷ୍ଟ ଚାଲିକା ପ୍ରକାଶ କରିବାକୁ ଦାବି ହେଉଛି ।
ଯଦି ପ୍ରଶାସନ ଏହାର ସଠିକ ବ୍ୟବସ୍ଥା ବା ହିସାବ ନ କରନ୍ତି, ତେବେ ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ଦେଖାଯିବା ସହ କନ୍ଧମାଳ ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ସାମ୍ବାଦିକ ମହଲ ରେ ଆଲୋଚନା ହେଉଛି ।
ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ
ବାଲିଗୁଡା, ୧୯/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମୁସୁକୁଲି ସ୍ଥିତ ଏକ ବୁଲାଣି ନିକଟରେ ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି ।
ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ରୁ ଅଟୋ ଯୋଗେ ବାରଖମା କୁ ମାଛ ନେଇ ଯାଉଥିବା ସମୟରେ ରାଜ୍ୟ ରାଜପଥ ୪୧ନମ୍ବର ରାସ୍ତାର ମୁସୁକୁଲି ନିକଟରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଦୁର୍ଘଟଣା ରେ ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ମାଛ ଗୁଡିକ କ୍ଷତି ଘଟିଥିବା ଜଣାପଡିଛି ।

Related Posts