Odisha News

ବାଇକ ରେଲିରେ ପାଛୋଟି ନେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୦/୭: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତିନି ଦିନିଆ ଗସ୍ତରେ ବଲାଙ୍ଗୀର ରେ ପହଂଚିଛନ୍ତି । ନିର୍ବାଚନ ରେ ବିଜୟ ପରେ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିର୍ବାଚନ ମଣ୍ଡଳୀ କୁ ପ୍ରଥମଗସ୍ତ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ହୋଇ ଥିବାରୁ ପାଟଣାଗଡ଼ ଜନସାଧାରଣ ତଥା କର୍ମୀ ମାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି ।
ବଲାଙ୍ଗିର ଜିଲ୍ଲା ବାନ୍ଧନଭାଡ଼ି ଠାରୁ ଏକ ବାଇକ ରେଲି ରେ ଭବ୍ୟସ୍ୱାଗତ କରାଯାଇଥିବା ବେଳେ ପାଟଣାଗଡ଼ ର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ସ୍ୱାଗତ କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ଙ୍କ ସହିତ ତାଙ୍କ ସ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ମଧ୍ୟ ତାଙ୍କ ସହିତ ଥିଲେ । ଉପମୁଖ୍ୟମନ୍ତ୍ରୀ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବେ ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.