Odisha News

ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗର ଆଲୋଚନା ଚକ୍ର “ଭାରତୀୟ ନୀତି ଶାସ୍ତ୍ରର ଆଦର୍ଶ:ସାମ୍ପ୍ରତିକ ପରିସ୍ଥିତିର ଆହ୍ୱାନ”

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୦/୧୨ : ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନରେ ଦର୍ଶନ ବିଭାଗ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବିନ୍ଦୁଶ୍ରୀ ମିଶ୍ର ଅଧ୍ୟକ୍ଷତା କରି ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଜଣାଇ ବିଷୟବସ୍ତୁ ଉପରେ ତାଙ୍କର ମତାମତ ରଖିଥିଲେ ।
ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡ଼. ନନ୍ଦିତା ଛୋଟରାୟ ଆଲୋଚନା ଚକ୍ରର ବିଷୟବସ୍ତୁ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଫେସର ଆଦିତ୍ୟ ମହାନ୍ତି ବିଷୟ ବସ୍ତୁର ବିଭିନ୍ନ ଦିଗ ଉପରେ ତର୍କପୂର୍ଣ୍ଣ ବିଶ୍ଳେଷଣ କରିଥିଲେ। ତାଙ୍କର ବକ୍‌ତୃତା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ବିଭାଗର ପୁରାତନ ଛାତ୍ରଛାତ୍ରୀ ଯେଉଁମାନେ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ପଢୁଛନ୍ତି ସେମାନେ ମଧ୍ୟ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ବିଶେଷ ଉପସ୍ଥିତି ରହିଥିଲା।
ଏତଦ୍ ସହିତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଯଥା ଉପାଧ୍ୟକ୍ଷ ଡ଼. ପ୍ରତାପ ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ଡ଼. ପ୍ରିୟବ୍ରତ ମହାନ୍ତି, ଡ. ପ୍ରଦୀପ୍ର କୁମାର ମହାପାତ୍ର, ଡ. ଅଜୟ କୁମାର ମିଶ୍ର, ଅଧ୍ୟାପକ ସୁବୋଧ କୁମାର ଜଗଦେବ, ଅଧ୍ୟାପକ ପ୍ରମୋଦ କୁମାର ସାମଲ, ଅଧ୍ୟାପକ ସୁକୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। । ମହାବିଦ୍ୟାଳୟର ଦର୍ଶନ ବିଭାଗର ପ୍ରାକ୍ତନ ଅଧ୍ୟାପକ ଓ ବର୍ତ୍ତମାନ ଜଟଣୀ ମହାବିଦ୍ୟାଳୟରେ ନିୟୋଜିତ ଡକ୍ଟର ପ୍ରଶାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପୁଷ୍ପିତା ପ୍ରିୟମ୍ବଦା ତ୍ରିପାଠୀ ସଭା ସଂଯୋଜନା କରିଥିଲେ। ଉପସ୍ଥାପକ ଭାବରେ ସଭାରେ ସଂଯୋଜନା କରିଥିଲେ ଡ. ରଶ୍ମି ନାୟକ । ଦର୍ଶନ ବିଭାଗର ପ୍ରାକ୍ତନ ମୁଖ୍ୟ ଅଧ୍ୟାପିକା ଗୀତା ପଟ୍ଟନାୟକ ଉପସ୍ଥିତ ଥିଲେ ।
ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମଧୁସ୍ମିତା ଦୋବାଇ। ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ ମାନବିକତା କଥାର ସମ୍ପାଦକ ଶ୍ରୀ ନଟବର ମହାନ୍ତି ଏବଂ ସହଯୋଗୀ ପୂର୍ଣ୍ଣ ବାବୁ ସଭାର ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ଥିଲେ ।

Related Posts