ଟ୍ରକକୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ନେଇ ବସ୍ତାରୁ ବାଲେଶ୍ୱର ଯାଉଥିଲା
ବାଲେଶ୍ବର,୨୩/୬ : ବାଲେଶ୍ବର ଜିଲ୍ଲା ରୂପସା ନିକଟରେ ୬୦ ନଂ ଜାତୀୟ ରାଜପଥରେ ଏକ କଣ୍ଟେନରକୁ ୧୦୮ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇ ଜଳିଯାଇଥିବାର ଖବର ମିଳିଛି। ଏହି ଦୁର୍ଘଟଣା ଫଳରେ ରୋଗୀ ସମେତ ୪ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
୧୦୮ ଆମ୍ବୁଲାନ୍ସ ବସ୍ତା ଡ଼ାକ୍ତରଖାନାରୁ ରୋଗୀ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।