Odisha News

ଚନ୍ଦ୍ରପୁର କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୨୯/୯ : ଚନ୍ଦ୍ରପୁର କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତା ସରକାରୀ ଉଚ୍ଚ (ଝଝଊ) ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ଆୟୋଜନ କରାଯାଇଥିଲା ।
ଏଥିରେ କ୍ଲଷ୍ଟର ର ସମସ୍ତ ସ୍କୁଲ ର ୧୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ । ଶ୍ରୀ ବିରଞ୍ଚି ବାବୁ ମକ୍ସମମ, ଭାସ୍ଵର ଗମାଙ୍ଗ ପ୍ରଧାନ ଶିକ୍ଷକ ଗ୍ଦଗ୍ଦୟ ହାଇସ୍କୁଲ , ଜଗଦିଶ ନାୟକ,ଶିକ୍ଷକ ନୋଡାଲ ହାଇସ୍କୁଲ ତଥା ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ, ଓ କ୍ଲଷ୍ଟର ର ସବୁ ପ୍ରଧାନ ଶିକ୍ଷକ ମଞ୍ଚସୀନ ଥିଲେ ।
ଏଥିରେ ୧୧ରୁ ଉର୍ଦ୍ଧ ପ୍ରତିଯୋଗିତା ହୋଇଥଲା କ୍ଷକ୍ଷ ବିଭିନ୍ନ ସ୍କୁଲ ର କୁନି ପ୍ରତିଯୋଗୀ ଙ୍କ ଡାନ୍ସ ବହୁତ ଚିତାକର୍ଷକ ଓ ସମସ୍ତଙ୍କୁ ଆନଂଦ ଦେଇଥିଲା ।
ରିଫାନ ନାୟକ, ସାୟଂସୁଦ୍ଧା ମିଶ୍ର, ଅନାମିକା ଗୁମିଡ଼ଙ୍ଗା,ଆକାଶ ଦୋରା,ଓମ ପ୍ରକାଶ ଗୌଡ଼, ଶିବ ଗୌଡ଼,ଲିପ୍ସା ବ୍ରକେବେଡା,ଆଶିଷ ନାୟକ,ଦୀପା ପାଲଟାସିଂ,ଚାନ୍ଦିନୀ, ବିଘ୍ନସା ଟାଙ୍ଘରଙ୍ଗା ରଗ୍ଧମ ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ମୋନାନୀତ ହୋଇଛନ୍ତି ସମସ୍ତ ବିଜେତା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପ୍ରଥମ ହୋଇଥିବା ଡାନ୍ସ ଗ୍ରୁପ ମଧ୍ୟ ମୋନନୀତ ହୋଇଛନ୍ତି । ବିଭିନ୍ନ ସ୍କୁଲ ର ଶିକ୍ଷକ ମହାଶୟ ଗଣ ଜର୍ଜ ଭୂମିକା ନେଇ କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ ।
କୁନି ଝିଅ ମାନଙ୍କର ଡାନ୍ସ ସମସ୍ତଙ୍କୁ ବାନ୍ଧି ରଖି କାର୍ଯ୍ୟକୁ ଆହୁରି ସୁନ୍ଧର କରିଥଲା ।ଶେଷରେ ନରସିଂହ ବାବୁ ଧନ୍ୟବାଦ ଅର୍ପଣ ପରେ ମକ୍ସମମ ମହାଶୟ ସଭା ଭଙ୍ଗ କରିଥିଲେ ।

Related Posts

Seo wordpress plugin by www.seowizard.org.