Odisha News

ଖୋରଧା ମହୋତ୍ସବ ସାଂସ୍କୃତିକ ମହାକୁମ୍ଭ ଉଦଯାପିତ, ବିର ସୌର୍ଯ୍ୟ ବୀର୍ଯ୍ୟ ଓ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ମାଟି ଖୋରଧା-ମୁଖ୍ୟମନ୍ତ୍ରୀ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୬/୧୨: ସ୍ଥାନୀୟ ବି ଡି ଏ ପଡ଼ିଆରେ ଚାଲିଥିବା ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ ସାଂସ୍କୃତିକ ମହାକୁମ୍ଭ ରଜତ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ ଖୋର୍ଦ୍ଧା ମହୋତ୍ସବର ରଜତ ଜୟନ୍ତୀ ଉଦଯାପନୀ ସମାରୋହ ଦଶମ ତଥା ଅନ୍ତିମ ସାନ୍ଧ୍ୟ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ନିଜ ଅଭିଭାଷଣରେ ଖୋର୍ଦ୍ଧା ବୀର, ସୌର୍ଯ୍ୟ ,ବୀର୍ଯ୍ୟ,ଓ ସ୍ୱାଧୀନତାର ମୂଳଦୁଆ ମାଟି ଉତ୍ଥାପନ କରି ଖୋର୍ଦ୍ଧା ଜିଲ୍ଲା ବିକଶିତ ଓଡ଼ିଶା ଗଠନରେ ଏକ ନମ୍ୱର୍ ଏବଂ ବିକଶିତ ଭାରତ ଗଠନରେ ପୂର୍ବ ଭାରତରେ ଓଡିଶା ସର୍ବାଗ୍ରେ ରହିବ ବୋଲି ଉଦବୋଧନ ରଖି ୫୧୬ କୋଟି ଟଙ୍କାର ୩୨ ଗୋଟି ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ୭ ଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଭେଟି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଖୋର୍ଦ୍ଧାର ପାଇକ ବିଦ୍ରୋହ ସ୍ବାଧିନତା ସଂଗ୍ରାମର ପ୍ରଥମ ଆନ୍ଦୋଳନ ଯାହା ଦୂର୍ଦ୍ଧସ ଇଂରେଜ ସରକାରଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁ , ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ ଏ ମାଟିର ରକ୍ତଭିଜା ଇତିହାସ ପ୍ରକାଶ କରି ଥାଏ ।
ସେହି ବିରତ୍ୱ ପାଇକ ପୁଅଙ୍କ ମଧ୍ୟରେ ଜାଗ୍ରତ କରି ବିକଶିତ ଓଡ଼ିଶା ଗଠନକୁ ସଫଳ କରିବା ପାଇଁ ଆହ୍ଵାନ ଦେଇ ଗରୀବ, ଅନ୍ନଦାତା କୃଷକ, ମହିଳା ଓ ଯୁବ ସମାଜକୁ ବିକଶିତ ଓଡ଼ିଶାରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ଉଦବୋଧନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ, ଭୁବନେଶ୍ୱର, ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଖୋର୍ଦ୍ଧା ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଶିଳ୍ପ ସବୁ ଦିଗରେ ଉନ୍ନତିର କାର୍ଯ୍ୟ ଚାଲୁରହିଛି ବୋଲି ପ୍ରକାଶ କରିଥିଲେ ।
ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ସାନ୍ଧ୍ୟ ସମାରୋହରେ ସମ୍ମାନିତ ଅତିଥି ଭାବେ ପୁର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ବିଏମ୍ ସି କମିଶନର ଚଞ୍ଚଳ ରାଣା, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ସିନେ ଅଭିନେତ୍ରୀ ଶୀତଳ ପାତ୍ର ମଞ୍ଚାସିନ ଥିଲେ ।
ମହୋତ୍ସବ ମୁଖ୍ୟ ଉପଦେଷ୍ଟା ମାନ୍ୟବର ବିଧାୟକ ଖୋର୍ଦ୍ଧା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଖୋର୍ଦ୍ଧା ମହୋତ୍ସବ ପ୍ରାଚୀନ ଐତିହ୍ୟ, କଳା ଓ ସଂସ୍କୃତି ଗୌରବର ଖୋର୍ଦ୍ଧା ମାଟିର କିମ୍ୱଦନ୍ତୀ ବହନକରି ଆମର ଯୁବଶକ୍ତିକୁ ଉତ୍ସାହିତ କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତରେ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଆତ୍ମ ନିର୍ଭରଶୀଳ କରିବ ବୋଲି କହିଥିଲେ।
ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଖୋର୍ଦ୍ଧାର ଖଡ୍ଗ, ମହୋତ୍ସବ ସ୍ମୃତି ଫଳକ, ଉପଢ଼ୌକନ, ଖୋର୍ଦ୍ଧା ମାଟିର ପାରମ୍ପାରିକ ପାଇକ ପଗଡ଼ି ସହ ମାନ୍ୟବର ସାଂସଦ ଏବଂ ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ସ୍ମୃତି ଫଳକ, ଉପଢ଼ୌକନ ପୁଷ୍ପ ଗୁଚ୍ଛ ଏବଂ ଖୋର୍ଦ୍ଧାର ପାରମ୍ପାରିକ ପାଇକ ପଗଡ଼ି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ମଞ୍ଚ ଉପସ୍ଥାପକ ଶ୍ରୀକାନ୍ତ ନାୟକ, ଉପସ୍ଥାପିକା ମୁନ ମୁନ ସିଂ, ବାସନ୍ତୀ ମହାପାତ୍ର, ଅଶୋକ ପାଲଟା ସିଂହ, ବରିଷ୍ଠ ସାମ୍ବାଦିକ ବଳରାମ ଲେଙ୍କା ସମେତ ଅନେକ ସାମ୍ବାଦିକ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts