Home Posts tagged Sundargarh
Odisha News
ସୁନ୍ଦରଗଡ଼,୨/୫: ପାରିବାରିକ କଳହର ଉଗ୍ର ରୂପ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ମାମୁକୁ ଜଣେ ବ୍ୟକ୍ତି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଗୌଡୁଣିପୋଷ ଗାଁ ପତଳା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି।ମୃତକ ଜଣକ ହେଉଛନ୍ତି କେନାପାଲି ଗାଁର ଶୁବନ୍ କଂଶରିଆ। ମାମୁକୁ ହତ୍ୟା କରିବା ପରେ ଭଣଜା ଠୁରୁ ଧୀବର ପୁଲିସ ନିକଟରେ ଆତ୍ମସର୍ମପଣ କରିଛି।ମାମୁ ଶୁବନ୍ ଭଣଜା ଘରକୁ ବୁଲିବାକୁ ଯାଇଥିଲେ। କୌଣସି Continue Reading
Odisha News
ସୁନ୍ଦରଗଡ଼, ୨୬/୪: ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଅଜଣା ଟ୍ରକଟି ଧକ୍କା ମାରି ଫେରାର ହୋଇଯାଇଥିବା ସୂଚନା ରହିଛି।ଗୋଟିଏ ବାଇକ୍ ରେ ଯାଉଥିବା ତିନି ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଦର୍ଲିପାଲି ଗାଁର ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଓ ରୂପକ […]Continue Reading
Odisha News
ସୁନ୍ଦରଗଡ଼,୨୨/୪ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜକେଇକଳା ଗାଁ ମୁଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଗାଡ଼ିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ ବୋଲି ଜଣାଯାଇଛି।ମୁରଲୀ ଏକ ବୋଲେରୋରେ ବଣେଇ ଚୈତ୍ର ମେଳା ଦେଖିବାକୁ ଯାଇଥିଲେ। ସେଠାରୁ ସେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁ ଥିଲେ। […]Continue Reading
Odisha News
ସୁନ୍ଦରଗଡ଼, ୧୦/୩ : ସୁନ୍ଦରଗଡ଼ ସହର ନିକଟସ୍ଥ ସେମିନାରେ ଇବ୍ ନଦୀରେ ଗତକାଲି ଗୋଟିଏ ପରିବାରର ୩ ଜଣ ସଦସ୍ୟ ବୁଡ଼ି ଯାଇଥିବା ବେଳେ ଆଜି ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଉଛନ୍ତି ମହମ୍ମଦ ସାଜିଦ (୩୫) ଓ ତାଙ୍କର ଦୁଇ ପୁତୁରା ମହମ୍ମଦ ଫରହାନ (୧୫) ଓ ମହମ୍ମଦ ରିଜୱାନ (୧୭)।ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳର ମହମ୍ମଦ ଫରହାନଙ୍କର ଗତକାଲି ଥିଲା ଜନ୍ମଦିନ। ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକେ […]Continue Reading
Odisha News
ସୁନ୍ଦରଗଡ଼, ୧୯/୧: ଆୟକର ଠକେଇ ଅଭିଯୋଗରେ ଜଣାଶୁଣା କୋଇଲା ବ୍ୟବସାୟୀ ଶିଳ୍ପପତି ଘନଶ୍ୟାମ ଡାଲମିଆ ଓରଫ ବଣ୍ଟି ଡାଲମିଆଙ୍କ ୧୦ଟି ଠିକଣାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି।ଆଜି ଦ୍ବିତୀୟ ଦିନରେ ବି ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ଅଧିକାରୀ ଯାଞ୍ଚ ଚଳାଇଥିବାବେଳେ ଟିମ୍ ହାତରେ ବହୁ ମୂଲ୍ୟବାନ ଦସ୍ତାବିଜ ଓ ନଗଦ ଟଙ୍କା ଲାଗିଥିବା କୁହାଯାଉଛି। ଆୟକର ବିଭାଗର ଏହା ବଡ଼ ଧରଣର ଚଢ଼ାଉ ହୋଇଥିବାବେଳେ ବଣ୍ଟିଙ୍କ ବିପୁଳ ଆୟକର Continue Reading
Odisha News
ଭୁବନେଶ୍ବର,୧୭/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି–ଇବ୍ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ Continue Reading
Odisha News
ସୁନ୍ଦରଗଡ଼,୬/୧୧: ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ। ଆହତ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଶିବାଜୀ ଲାକ୍ରା ତାଙ୍କ ସ୍ତ୍ରୀ ଅନିତା ଲାକ୍ରା ଏକ ଘର ଭଡ଼ା ନେଇ ବଣାଇ ଥାନା ଅଞ୍ଚଳରେ ଭଡ଼ା ନେଇ ରହୁଥିଲେ। ଶିବାଜୀ OMCରେ କାମ କରନ୍ତି। ଗତକାଲି ହଠାତ୍ ଶିବାଜୀ ଓ ତାଙ୍କ ସ୍ତ୍ରୀଙ୍କର ଘରୁ ଚିତ୍କାର ଶୁଭିଥିଲା। ସ୍ଥାନୀୟ ଲୋକେ ସେମାନଙ୍କ ପାଟି ଶୁଣି ଦୌଡ଼ି ଯାଇଥିଲେ। […]Continue Reading
Odisha News
ସୁନ୍ଦରଗଡ଼,୧୯/୧୦: ମାଆ ପାଖରେ ଶୋଇଥିଲା ୪ ବର୍ଷ କୁନି ଝିଅ। ରାତି ଅଧରେ ତାକୁ ଘରୁ ଉଠାଇ ଆଣି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ ମାମଲା ବିଚାର କରି ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି।୨୦୧୬ ମସିହା ଅକ୍ଟୋବର ୨୧ ତାରିଖ ରାତିରେ ମାଆ ଓ ବଡ଼ ଭଉଣୀ ସହିତ ଶୋଇଥିଲା ୪ ବର୍ଷର ବାପ ଛେଉଣ୍ଡ କୁନି ଝିଅ। ହେଲେ ରାତିରେ ନିଦ […]Continue Reading
Odisha News
ସୁନ୍ଦରଗଡ଼,୨୪/୯: ସୁନ୍ଦରଗଡ଼ରେ ଆଉ ୯ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ୨୩୦ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହଟ ହୋଇଛନ୍ତି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧୦ଟି ରକ୍ତନମୁନା ପରୀକ୍ଷା ହେବା ପରେ ସେଥିରୁ ୯ ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍ ରୋଗ ଚିହଟ ହୋଇଛି।ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗତକାଲି ଜିଲ୍ଲାରେ ୫୧ଜଣଙ୍କ ରକ୍ତ ନମୁନା ପରୀକ୍ଷା Continue Reading
Odisha News
ସୁନ୍ଦରଗଡ,୧୮/୯ : ସୁନ୍ଦରଗଡକୁ ଘାଇଲା କଲାଣି ସ୍କ୍ରବ ଟାଇଫସ୍ ଚିନ୍ତା। ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୩ ପଜିଟିଭ । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀ ଛାନିଆ ହୋଇ ଯାଇଛନ୍ତି।ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ନମୁନା ପଜିଟିଭ୍ ଆସିଛି । ଏହା ପୂର୍ବରୁ ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଏବେ ଜିଲ୍ଲାରେ ସ୍କ୍ରବ୍ Continue Reading
Seo wordpress plugin by www.seowizard.org.