Odisha News

ଆଜି ଧାମନଗରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ, କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭଦ୍ରକ, ୬/୧୧: ଆଜି ଧାମନଗରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟଗଣତି । ମୋଟ୍ ୧୪ ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଇଭିଏମରେ ଭୋଟିଂ ହୋଇଥିବାରୁ ଅପରାହ୍ଣ ୪ଟା ସୁଦ୍ଧା ଫଳାଫଳ ସାମ୍ନାକୁ ଆସିଯିବ ବୋଲି ଆଶା କରାଯାଉଛି ।
ଧାମନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର‌୍ୟ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୭୬୯ ଭୋଟରେ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କୁ ୪୭୪୯, ବିଜେଡି ପ୍ରାର୍ଥୀ ୩୯୮୦ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୦୦ ଖଣ୍ଡ ଭୋଟ ମିଳିଛି। ଏନେଇ ଏଯାଏ ଆଧିକାରିକ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନର ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଛି। ତାପରେ ଇଭିଏମ୍ ଗଣତି ଚାଲିଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।
ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର‌୍ୟ୍ୟବଂଶୀ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଭିତରୁ କିଏ ବିଜୟୀ ହେଉଛନ୍ତି, ତାହା ଦେଖିବାକୁ ପ୍ରବଳ ଉତ୍କଣ୍ଠା ଲାଗି ରହିଛି।

Related Posts

Seo wordpress plugin by www.seowizard.org.