Odisha News

୭୭ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୭: ଅପରାହ୍ନ ୫ ଘଟିକା ସମୟରେ ୭୭ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ରଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଵାଧୀନତା ଦିବସକୁ ମହାସମାରୋହରେ ପାଳନ ପାଇଁ ସମସ୍ତଙ୍କ ସୁଚିନ୍ତିତ ମତାମତ ଆହ୍ଵାନ କରାଯାଇଥିଲା । ପ୍ରଥମେ ଶ୍ରୀଯୁକ୍ତ ପାତ୍ର ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କୁ ସ୍ଵାଗତ କରି ଏହି ଜାତୀୟ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ।
ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ସ୍ଥାନୀୟ ଷ୍ଟାଡିୟମ ପଡିଆଠାରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଶିକ୍ଷାନୁଷ୍ଠାନ, 5th INDIAN RESERVE BATTALION, POLICE APR, POLICE FLAG PARTY , HOME GUARD , BAND PARTY(DISTRICT POLICE & 5TH IRBN), CIVILIAN ଏବଂ NON-CIVILIAN GROUP ପ୍ୟାରେଡରେ ଅଂଶଗ୍ରହଣ କରିବେ ।
ପ୍ରାତଃ ଘ.୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ, ସକାଳ ଘ.୬ ରୁ ଘ.୬.୩୦ମି ମଧ୍ୟରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରୀ, ସକାଳ ଘ.୭ ରୁ ଘ.୭.୩୦ମି. ସମୟରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅନୁଷ୍ଠାନ, ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ଜାତୀୟ ପତାକା ଉତ୍ତୋଳନ କରାଯିବ ।
୭.୪୫ମି ସମୟରେ ବୌଦ୍ଧ ସହରର ବିଭିନ୍ନ ଛକରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସକାଳ ଘ.୯.୧୫ମି ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ ।
ପରେ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନ, ପ୍ୟାରେଡ ଏବଂ ଶାରୀରିକ କ୍ରୀଡାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ତା. ୧୧, ୧୨ ରିଖ ଅପରାହ୍ନ ୩ ଘଟିକାରେ ଏବଂ ତା. ୧୩ ରିଖ ସକାଳ ୮ ଘଟିକା ସମୟରେ (୩ ଦିନ) ପୋଲିସ ବାହିନୀ ଦ୍ଵାରା ସ୍ଥାନୀୟ ଷ୍ଟାଡିୟମ ପଡିଆଠାରେ ପ୍ୟାରେଡର୍ଯ୍ୟ ପୁର୍ବାଭ୍ୟାସ ଏବଂ ଶାରୀରିକ କ୍ରୀଡା ଓ ସାଂସ୍କୃତିକ କାର‌୍ୟ୍ୟକ୍ରମର ପୂର୍ବାଭ୍ୟାସ କରାଯିବ ।
ସେହିପରି ଜିଲ୍ଲାର ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ଉକ୍ତ ଦିନ ସକାଳ ୭ ରୁ ୭.୩୦ ଘଟିକା ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ବନ ବିଭାଗ, ଉଦ୍ୟାନ ବିଭାଗ ଏବଂ କୃଷି ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହିତ ଚାରା ବଣ୍ଟନ କରାଯିବ । ଏହି ଉପଲକ୍ଷେ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ ।
ଏହି ଅବସରରେ ଜିଲ୍ଲା ରେଡକ୍ରସ ପକ୍ଷରୁ ବ୍ଲଡ଼ ବ୍ୟାଙ୍କ ଠାରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୃଷ୍ଠାଶ୍ରମ, ଉପକାରାଗାରର ଅନ୍ତେବାସୀଙ୍କୁ ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ବଣ୍ଟନ କରାଯିବ ।
ଏହି ଉପଲକ୍ଷେ ୧୫ ଅଗଷ୍ଟ ଦିନ ଟାଉନହଲ ଠାରେ ଅପରାହ୍ନ ୪ ଘଟିକା ସମୟରେ ୧୦ବର୍ଷ ରୁ କମ ବଯସ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକ ବେଶପୋଷାକ ପ୍ରତିଯୋଗିତା, ଅପରାହ୍ନ ୫ ଘଟିକା ସମୟରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଏବଂ ସନ୍ଧ୍ୟା ୬ ଘଟିକା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏମ.ମିଞ୍ଜ, ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ନଗରପାଳ, NAC ବୌଦ୍ଧଗଡ ମୃତ୍ୟୁଞ୍ଜୟ ମିଶ୍ର, ସାଂସଦଙ୍କ ପ୍ରତିନିଧି ତାରେଣୀ ମହାପାତ୍ର, ନିର୍ବାହୀ ଅଧିକାରୀ ବୌଦ୍ଧଗଡ ଇଂ. ମନୋରଞ୍ଜନ ପଣ୍ଡା,ADEO ଘନଶ୍ୟାମ ମେହେର, ରିଜର୍ଭ ଇନ୍ସପେକ୍ଟର ମଧୁସୂଦନ ମହାପାତ୍ର, ସର୍ଜେଣ୍ଟ ଦୁଷ୍ମନ୍ତ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ପ୍ରତୀକ ପି ଦାସ, ଜେଇ ପଞ୍ଚାନନ ସାହୁ, ସହକାରୀ କମାନଡେଣ୍ଟ (5thIRBn) ଖଗପତି ନାଏକ, ସବ ଇନ୍ସପେକ୍ଟର ସୁବ୍ରତ କୁମାର ଗୌଡ, ସୁପରିଟେଣ୍ଡେଣ୍ଟ ଅଫ ଜେଲ ଆଲୋକ ପ୍ରିୟଦର୍ଶିନୀ କର, ଅଗ୍ନି ଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାସ, ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଯୋଗେନ୍ଦ୍ରନାଥ ମହାପାତ୍ର, IPE ଆନନ୍ଦ କୁମାର ବେହେରା, CRCC ସନ୍ତୋଷ କୁମାର କର୍ଣ୍ଣ, ବିପ୍ରଚରଣ ମହାନ୍ତି, ବସନ୍ତ କୁମାର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ସ୍ଥପତି ସୁମନ ଷଡଙ୍ଗୀ, ଚିତ୍ତରଞ୍ଜନ ମିଶ୍ର, ଚିତ୍ତରଞ୍ଜନ ଦାସ, ରବିନାରାୟଣ ବେହେରା, ମାରୱାଡି ଯୁବାମଞ୍ଚ, ବଣିକ ସଂଘ, ଗେଲ୍ହା ମା କଳାନିକେତନ, ଆର୍ଟ୍ସ ଟେମ୍ପୁଲ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ/ଶିକ୍ଷୟିତ୍ରୀ ଏବଂNCC ଅଫିସର ଗଣ ମାଧ୍ୟମ ପ୍ରତିନିଧି, ସ୍ଵେଚ୍ଛାସେବୀ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନର ସଭ୍ୟ/ସଭ୍ୟା, ବୌଦ୍ଧର ବୁଦ୍ଧିଜୀବୀ ତଥା ନାଗରିକବୃନ୍ଦ, JRA ମଣ୍ଟୁ ପାଣ୍ଡେ, ଅକ୍ଷୟ କୁମାର ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ ସଭା ସଂଯୋଜନା କରିଥିଲେ ଏବଂ ସଭା ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.