Odisha News

ଜବତ ହେଲା ଏକ କୁଇଣ୍ଟାଲ ରୁପା ଇଟା,ରୁପା ଅଳଙ୍କାର, ୧୦ଲକ୍ଷ ଟଙ୍କା

କଟକ ୨୨।୦୯ : ଗଞ୍ଜେଇ ଗାଡି ଯାଞ୍ଚ ବେଳେ ବେଳେ ଧରାପଡିଲା ରୂପା ଇଟା, ରୁପା ଅଳଙ୍କାର ଓ ଟଙ୍କା। ଏକ କ୍ବିଣ୍ଟାଲ ଚାନ୍ଦି ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ । ଗାଡିରେ ଥିବା ଦୁଇ ଜଣଙ୍କୁ ଅଟକ ରଖିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ। କାରରେ ସ୍ବତନ୍ତ୍ର ଚାମ୍ବରେ ଥିଲା ରୁପା ଇଟା, ଅଳଙ୍କାର ଓ ଟଙ୍କା। ଅଟକ ଦୁଇ ଯୁବକ ପଶ୍ଚିମବଙ୍ଗର ହୋଇଥିବା ସୂଚନା। ଟାଙ୍ଗି ଟୋଲ ଗେଟ ନିକଟରେ ଗାଡି ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ ।
ଏଭଳି ଚାଲଣ ପୁର୍ବରୁ ମଧ୍ୟ ହୋଇଥିବା ସୁଚନା ରହିଛି । ଅଟକ ରହିଥିବା ଦୁଇ ଜଣ ଯୁବକଙ୍କୁ ପୋଲିସ ପଚରା ଉଚୁରା କରୁଛି । ଏତେ ପରିମାଣ ରୁପା ଇଟା, ରୁପା ଅଳଙ୍କାର ଓ ମୋଟା ଅଙ୍କର ଟଙ୍କା କାହା ପାଖକୁ ଯାଉଥିଲା ।

Related Posts

Seo wordpress plugin by www.seowizard.org.