Odisha News

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ:ଯୁବଗୋଷ୍ଠି ଶୃଙ୍ଖଳିତ ହେଲେ ଭାରତ ଏକ ବିକଶିତ ରାଷ୍ଟ୍ରଭାବେ ବିଶ୍ୱରେ ପରିଚିତ ହୋଇପାରିବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୧: ଯୁବଗୋଷ୍ଠି ଦେଶର ଭବିଷ୍ୟତ । ଭାରତର ଯୁବଗୋଷ୍ଠି ଶୃଙ୍ଖଳିତ ହୋଇ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିଲେ ଆମଦେଶ ଏକ ବିକଶିତ ରାଷ୍ଟ୍ରଭାବେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ଧର୍ମିୟ ଭାବନାକୁ ପାଥେୟକରି କର୍ତ୍ତବ୍ୟ ପରାୟଣ ହେଲେ ଭବିଷ୍ୟତର କର୍ମପଥ ଶୃଙ୍ଖଳିତ ହୋଇଥାଏ ଏହାଦ୍ୱାରା ଆମେ ଅସିଦ୍ଧ କାର୍ଯ୍ୟକୁ ମଧ୍ୟ ସିଦ୍ଧ କରିପାରିବା ବୋଲି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବକ୍ତାମାନେ ମତପୋଷଣ କରିଥିଲେ । ବଘିଆପଡାସ୍ଥିତ ପଲିଟେକନିକ କଲେଜରେ ଆଜି ସ୍ୱାମୀ ବିବେକା ନନ୍ଦଙ୍କ ଜୟନ୍ତି ଅବସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ଦାଶ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ସିଭିଲ ବିଭାଗ ମୁଖ୍ୟ ଶିକ୍ଷକ ପ୍ରଦିପ୍ତ କୁମାର ସାହୁ, ମେକାନିକାଲ ବିଭାଗ ମୁଖ୍ୟ ଶିକ୍ଷକ ଆଶିଷ କୁମାର ସାହୁ, ଗଣିତ ବିଭାଗ ମୁଖ୍ୟ ଶିକ୍ଷକ ଡଃ ଲକ୍ଷ୍ମିଧର ଜେନା, ଜ୍ୟୋତିରଂଜନ ସାହୁ ପ୍ରମୁଖ ମଂଚାସୀନ ଥିଲେ । ଏହି ସଭାରେ ମୁଖ୍ୟବକ୍ତା ଭାବେ ଇଂ. ଡଃ ସଂଜୟ କୁମାର ପଣ୍ଡା ଯୋଗ ଦେଇଥିବାବେଳେ ସମ୍ମାନିତ ବକ୍ତାଭାବେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପଶ୍ଚିମପ୍ରାନ୍ତ ଗ୍ରାମ ବିକାଶ ସଂଯୋଜକ ଲକ୍ଷ୍ମଣ ନାୟକ ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଯୁବଗୋଷ୍ଠିର ଆଦର୍ଶ ।
ତାଙ୍କରି ଜୀବନୀକୁ ଅନୁସରଣ କରିବା ଏବଂ ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିପାରିଲେ ଜୀବନ ସାର୍ଥକ ହୋଇପାରିବ । ତେଣୁ ଆଜିର ବାର୍ତ୍ତା ବିକଶିତ ଯୁବ ବିକଶିତ ରାଷ୍ଟ୍ରକୁ ଅନୁଶିଳନ କରି ନିଜର କାର୍ଯ୍ୟଧାରାକୁ ଆଗେଇ ପାରିଲେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି ଅତିଥିମାନେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ବକ୍ତୃତା ପ୍ରତିଯୋଗୀତା କରାଯାଇ ନୀଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ।
ବୌଦ୍ଧ : ଲୋକାପଡ଼ା ଛକ ଠାରେ ୧୨କେଜି ଗଞ୍ଜେଇ ଜବତ ଜଣେ ବଙ୍ଗୀୟ ମହିଳା ସହ ଏକ ଗିରଫ
ବୌଦ୍ଧ,୧୩/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲୋକାପଡ଼ା ଛକ ଠାରେ ପୁଲିସ ୧୨କେଜି ଗଞ୍ଜେଇ ସହ ଜଣେ ବଙ୍ଗୀୟ ମହିଳା ସହ ଜଣେ ପୁରୁଷକୁ ଗିରଫ ହୋଇଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ମତେ ଆଜି ସକାଳ ସମୟରେ ପୁରୁଣା କଟକ ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଲୋକାପଡ଼ା ଛକ ଠାରେ ଜଣେ ପୁରୁଷ ଏବଂ ଜଣେ ମହିଳା ଠିଆ ହୋଇଥିଲେ ।
ପୁଲିସ ସନ୍ଦେହ କରି ତାଙ୍କୁ ଯାଞ୍ଚ କରିଥିଲେ । ତାଙ୍କ ଠାରୁ ପୁଲିସ ୧୨ କେଜି ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ସ୍ୱପ୍ନା ଦାସ(୩୭) ଏବଂ ଖୋର୍ଦ୍ଧା ଜିଲ୍ଲାର ମାନସ ପ୍ରଧାନ(୪୫) । ଦୁଇ ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ବୌଦ୍ଧ ମହୋତ୍ସବ ପଲ୍ଲି ଶ୍ରୀମେଳା ଓ ବୟନିକା ହସ୍ତତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ:କୃଷି ଓ ପର୍ଯ୍ୟଟନର ବିକାଶ ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ
ବୌଦ୍ଧ,୧୩/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲି ଶ୍ରୀମେଳା ଓ ବୟନିକା ହସ୍ତତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ବୌଦ୍ଧଜିଲ୍ଲାର ଅତୀତ ଇତିହାସ ବହୁ ପୁରାତନ ଗୌରବମୟ ଏବଂ ତାକୁ ଅନୁଧ୍ୟାନ କରିବାର ସମୟ ଆସିଛି । ଜିଲ୍ଲାର ଅତିତ ଗୌରବମୟ ଏହାର ଅତିତକୁ ଖୋଜି ପାଇବାରେ ଆଜିବି ଆମ୍ଭେ ସକ୍ଷମ ହୋଇ ପାରିନାହୁଁ ।
ଏ ଅଂଚଳର ଶିକ୍ଷାବିତ , ଗବେଷକ ତଥା ରାଜ୍ୟ, ରାଜ୍ୟ ବାହାର ଶିକ୍ଷାବିତ, ଗବେଷକ ଅନୁଶୀଳନ କରୁନ୍ତୁ କିପରି ଏ ଅଂଚଳର ଅତିତ ଲୋକ ଲୋଚନକୁ ଆସିପାରିବ । ବୌଦ୍ଧ ଅଂଚଳର କଳା ସଂସ୍କୃତି ପରାମ୍ପରା ରହିଛି ସେହି କଳା ସଂସ୍କୃତି ପରମ୍ପରାକୁ ଅନୁଶୀଳନ କରି ରାଜ୍ୟସ୍ତରରେ ଆମର ସ୍ୱତନ୍ତ୍ର କଳା ସଂସ୍କୃତିକୁ ଉଥାପିତ କରିବାର ଆମର ଦାୟୀତ୍ୱ । ସମ୍ମାନିତ ଅତିଥି ଭାବରେ ଖଣି ଓ ଇସ୍ପାତ, ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ବୁଦ୍ଧଙ୍କ ନାମରେ ବୌଦ୍ଧଜିଲ୍ଲା ନାମିତ ହୋଇଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ବୌଦ୍ଧଜିଲ୍ଲାର ବିକାଶ ଚାଲିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ବିଧାୟକ ମହିଧର ରଣା ଯୋଗଦେଇ ବୌଦ୍ଧଜିଲ୍ଲା ଅଧିକମାତ୍ରାରେ କୃଷି ଓ ପର୍ଯ୍ୟଟନର ବିକାଶ ହୋଇ ପାରିଲେ ଜିଲ୍ଲାବାସୀ ଆଶା ପୁରଣ ହୋଇପାରିବ ବୋଲି ପ୍ରକାଶ କରିଥିଲି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବରେ ଏସପି ପ୍ରହ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ବବିତାରାଣି ଦଳବେହେରା ଯୋଗଦେଇଥିଲେ । ପରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ ବୁଦ୍ଧ ମନ୍ଦିର ଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ପ୍ୟାରେଡ ପଡିଆ ଠାରେ ପହଁଚିଥିଲା ।
ଏଥିରେ ମନ୍ତ୍ରୀ ଶ୍ରୀ ଅମାତ, ଜିଲ୍ଲାପାଳ ଶ୍ରୀ ସାହୁ, ଏସପି ଶ୍ରୀ ମୀନା, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ରଥ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ମହୋତ୍ସବରେ ଏଥର ୨୩୦ ଗୋଟି ଷ୍ଟଲ ଖୋଲାଯାଉଥିବାବେଳେ ସେଥିମଧ୍ୟରେ କେବଳ ବୟନିକା ପକ୍ଷରୁ ୧୧୨ ଟି ଷ୍ଟଲ ଖୋଲାଯାଇ ବିଭିନ୍ନ ସମାଗ୍ରୀ ବିକ୍ରୟ କରାଯାଉଛି । ମହୋତ୍ସବରେ ଚଳିତ ବର୍ଷ କଳାହାଣ୍ଡି ଓ ବାଲେଶ୍ୱର ର କାଠ କାରିଗରୀ , ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାର ଟେରାକୋଟା,ପୁରୀ ର ଗାଲିଚା,ଯାଜପୁର ର ଟସର ଓ ମୟୁରଭଞ୍ଜ ର ସବାଇ ଇତ୍ୟାଦି ପ୍ରଦର୍ଶିତ ହେବା ଓ ବ୍ରିକୟ ହେଉଛି । ଚଳିତ ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ହଟିବା ପରେ ପୁର୍ନବାର ଆରମ୍ଭ ହୋଇଥିବା ଯୋଗୁଁ ମହୋତ୍ସବ ଦେଖିବା ପାଈଁ ଲୋକଙ୍କ ଭିଡ ହେଉଛି ।
ବୌଦ୍ଧ : ଆନ୍ତଃକ୍ଲବ ସିନିିଅର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ, ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ
ବୌଦ୍ଧ,୧୩/୧: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧ ଆନୁକୂଲ୍ୟରେ ବାଉଁଶୁଣୀ ହାଇସ୍କୁଲ ପଡିଆରେ ଆଜିଠାରୁ ଆନ୍ତଃକ୍ଲବ ସିନିିଅର କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଆଜିର ଓପନିଂ ମାଚ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ଓ ଜେବିସି ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅତିଥି ଭାବେ ୬ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଇଂ. ରାକେଶ ତ୍ରିପାଠୀ, ବାଉଁଶୁଣୀ ସରପଞ୍ଚଅଇଁଠୁ ମହାଲିକ, ଜିଲ୍ଲା କ୍ରିକେଟ ଆସୋସିଏସନର ବରିଷ୍ଠ ସଦସ୍ୟ ସତ୍ୟପ୍ରକାଶ ଦାଶ ଯୋଗଦେଇ ଖେଳାଳୀଙ୍କ ସହିତ ପରିଚିତ ହୋଇଥିଲେ । ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ନିରଞ୍ଜନ ମେହେର, ସଂପାଦକ ଯୁଗଳ କିଶୋର ସାମଲ, ଉପ-ସଭାପତି ଲମ୍ବୋଦର ପୁରୋହିତ, କାର୍ଯ୍ୟକାରୀ ସଦସ୍ୟ ଆଶୁତୋଷ ଦାଶ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
ଆଜିର ମ୍ୟାଚରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ୪ ୱିକେଟ ହରାଇ ୨୭୨ ରନ୍ କରିଥିଲା । ଦଳ ତରଫରୁ ଭି. ଭାଣ୍ଡେ ୯୧ ବଲ୍‌ରୁ ୧୨୯ ରନ୍ ଓ ପ୍ରକାଶ ଝା ୪୨ ବଲ୍‌ରୁ ୫୭ରନ୍ କରିଥିଲେ । ଜେବିସି ଦଳର ସୋମ୍ୟରଞ୍ଜନ ସାହୁ ୨ଟି ୱିକେଟ ହାସଲ କରିଥିଲେ । ଏହାର ଜବାବରେ ଜେବିସି ୧୬.୪ ଓଭରରେ ସମସ୍ତ ୱିକେଟ ହରାଇ ୮୮ ରନ୍ ସଂଗ୍ରହ କରିପାରିଥିଲା । ଫଳରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ୧୮୪ ରନ୍‌ରେ ବିଜୟୀ ଲାଭ କରିଥିଲା ।
ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ତରଫରୁ ଶୋଭନଦେବ ବେହେରା ୪ଟି, ଦେବାଶିଷ ବାଘ ୩ଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚରେ ଅଂପାୟାର ଭାବେ ଆଶୁତୋଷ ଦାଶ ଓ ଅମ୍ବରୀଶ ପ୍ରଧାନ ଖେଳ ପରିଚାଳନା କରିଥିବାବେଳେ ଓସିଏ ସ୍କୋରର ଭାବେ ମିକ୍ସନ ସାହୁ କାର୍ଯ୍ୟ ତୁଲାଇଥିଲେ । ବାଉଁଶୁଣୀ ଲିଟିଲ ମାଷ୍ଟର ସ୍ପୋର୍ଟସ କ୍ଲବର ସଦସ୍ୟମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.