Odisha News

ଗୋଷ୍ଠୀ ସଂଘର୍ଷ ଯୋଗୁ ନାକେଦମ ପ୍ରଶାସନ, କେନ୍ଦୁଝରରେ ବନ୍ଦ କଲା ଇଣ୍ଟରନେଟ୍ ସେବା

କେନ୍ଦୁଝର, ୧୨/୪ : ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ । ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ।
ଏପିରିକିଯୋଡା ସହରରେ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ସେପଟେ କେନ୍ଦୁଝର ଏସ.ପି. ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ୧୦ ଜଣ ଲେଖାଏଁ ବସି ଆଲୋଚନା କରିବା ପରେ ମଧ୍ୟ ଉତ୍ତେଜନା ଲାଗି ରହିଛି ।
ଆଗକୁ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି । ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପ୍ରବଳ ଉତ୍ତେଜନା ଦେଖଦେଇଥିଲା । ୨ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିଲା ।

Related Posts

Seo wordpress plugin by www.seowizard.org.