Odisha News

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ନିମନ୍ତେ ମେଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧ /୧୦: ସ୍ଵଚ୍ଛତା ହିଁ ସେବା ଓ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମ ନିମନ୍ତେ ବୌଦ୍ଧ NAC ପକ୍ଷରୁ ମେଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
ସଂପୂର୍ଣ୍ଣ ପରିମଳ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ NAC ପକ୍ଷରୁ ଏହି ମେଗା ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ NAC chairman ମୃତ୍ୟୁଞ୍ଜୟ ମିଶ୍ର ମେଗା ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ କ୍ଷ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ NAC chairman ମୃତ୍ୟୁଞ୍ଜୟ ମିଶ୍ର , ନିର୍ବାହି ଅଧିକାରୀ ମନରଂଜନ ପଣ୍ଡା ଯୋଗ ଦେଇ ଲୋକମାନଙ୍କୁ ବୁଝାଇବା ସହ ସହରକୁ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଚେତନତା ଶୋଭାଯାତ୍ରାରେ ଉପନଗରପାଳ, ୱାର୍ଡ ମେମ୍ବର ,ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥି, ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Related Posts

Seo wordpress plugin by www.seowizard.org.