Odisha News

ରଗଡ଼ରୁ ମିଳୁଛି ପୁଳା ପୁଳା ଟଙ୍କା; ଦୁଇ ଦିନରେ ଜବତ ହେଲାଣି ୧୬ ଲକ୍ଷ

ବରଗଡ଼,୧୯/୪: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା ଜବତ କରିଛି।
ସମ୍ପୃକ୍ତ ଯୁବକଦ୍ୱୟ ହେଲେ ବରଗଡ଼ ଜିଲା ଝାରବନ୍ଧ ଥାନା ବଲାଙ୍ଗୀର ଗ୍ରାମରର ମିତ୍ରଭାନୁ ସାହୁ ଓ ମନୋଜ କୁମାର ସାହୁ।
ଥାନାରେ ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ନିର୍ବାଚନ ପୂର୍ବରୁ ଏତେ ଟଙ୍କା କାହାପାଖରୁ ଆଣି କେଉଁଠିକୁ ନେଉଥିଲେ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Related Posts

Seo wordpress plugin by www.seowizard.org.