Odisha News

କାର୍ଯ୍ୟାଳୟ ଭିତରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପିଟିଲେ ଶିକ୍ଷକ ଦମ୍ପତି

ବ୍ରହ୍ମପୁର, ୨୬/୪: ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବନିତା ସେନାପତିଙ୍କୁ ଆଜି ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ବଡ଼ମେଡିକାଲ ରେ ଭର୍ତ୍ତି କରାଯାଇଛି ।
ଜଣେ ଶିକ୍ଷୟିତ୍ରୀଙ୍କ ସ୍ଵାମୀ ଏପରି କରିଥିବା ସୂଚନା ମିଳିଛି। ଉକ୍ତ ଶିକ୍ଷୟିତ୍ରୀ କୌଣସି ଦାବି ନେଇ ଆନ୍ଦୋଳନରେ ବସିଥିଲେ। ଏହି ଦାବି ପୂରଣ ହେବାରେ ବିଳମ୍ବ ହେବାରୁ ତାଙ୍କ ସ୍ଵାମୀ ଆକ୍ରୋଶ ମୂଳକ ଭାବେ ଏପରି କରିଥିବା ଜଣା ପଡିଛି। ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ସ୍ଵାମୀ ସୁମନ ସାହୁକୁ ଅଟକ ରଖିଛି।
ତେବେ ଏଠାରେ ସଂଲଗ୍ନ କରାଯାଇଥିବା ସିସିଟିଭି ଫଟେଜ୍ରୁ ଜଣାପଡୁଛି ଯେ, ଶିକ୍ଷୟିତ୍ରୀ ଓ ତାଙ୍କର ସ୍ବାମୀ ପ୍ରଥମେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସେନାପତିଙ୍କୁ କିଛି ପ୍ରସଙ୍ଗରେ ଅଭିିଯୋଗ କରିଥିଲେ। ଏହା ପରେ ଆକ୍ରମଣ କରିଥିଲେ।
ଅଭିଯୁକ୍ତ ସୁମନ ସାହୁଙ୍କ ଏକ ମୁଥମାାଡ଼ରେ ଜିଲ୍ଲା ଶିକ୍ଷାଅଧିକାରୀ ତଳେ ପଡ଼ିଯାଇଥିଲେ। ଏହା ପରେ ମଧ୍ୟ ଶିକ୍ଷୟିତ୍ରୀ ଆକ୍ରମଣ କରିଥିଲେ। ପୁଲିସ ମାମଲାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.