Odisha News

ମୋ ଜଙ୍ଗଲ ଜମି ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୨ : ବୌଦ୍ଧ ଠାରେ ଶୁକ୍ରବାର ଦିନ ମୋ ଜଙ୍ଗଲ ଜମି ଯୋଜନା ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଅଛି ।  DWO ସୂର୍ଯ୍ୟ ନାରାୟଣ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର ଅତିଥି ଭାବେ ଯୋଗଦେଇଥିଲେ ।
ଏକ୍ସପର୍ଟ ଭାବେ ବାଳକୃଷ୍ଣ ସାହୁ, ପ୍ରଦୀପ ମହାରଣା, ଲିଙ୍ଗରାଜ ମହାକୁଡ଼ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସରକାରଙ୍କ ମୋ ଜଙ୍ଗଲ ଜମି ଯୋଜନାର କାର୍ଯ୍ୟକାରିତା, ହିତାଧିକାରୀ ଚୟନ, ଜଙ୍ଗଲ ଜମି ର ଚୟନ କରାଯିବା ସଂପର୍କରେ ବକ୍ତାମାନେ ମତପ୍ରଦାନ କରିଥିଲେ । ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନ୍ତର୍ଗତ ମୋ ଜଙ୍ଗଲ ଜମି ଯୋଜନାରେ ଆଦିବାସୀ ଓ ଅଣ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାର କରୁଛନ୍ତି ଓ ଜୀବିକା ପାଇଁ ଏହା ଉପରେ ନିର୍ଭର କରୁଛନ୍ତି ସେମାନଙ୍କୁ ନିୟମ ଅନୁସାରେ ଏହି ଜଙ୍ଗଲ ଜମିର ଅଧିକାରୀ ସ୍ଵତ ପ୍ରଦାନ କରାଯିବା ଉପରେ ଆଲୋକପାତ କରିଥିଲେ ।
କର୍ମଶାଳାରେ ତହସିଲଦାର, ଅତିରିକ୍ତ ତହସିଲଦାର , ଜଙ୍ଗଲ ବିଭାଗ ଓ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଙ୍କ ସମତେ ଅନ୍ୟ ବୁଦ୍ଧିଜିବିମାନେ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.