Odisha News

ଗଜପତି : ଜିଲ୍ଲାସ୍ତରୀୟ “ବିଶ୍ବ ତମାଖୁ ବର୍ଜନ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧/୬ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନ୍ତର୍ଗତ ଜାତୀୟ ଟବାକୋ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପକ୍ଷରୁ ଜିଲ୍ଲାସ୍ତରୀୟ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ବିହିଁନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ସିଡିଏମଓ: ଡ଼ା: ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ତମାଖୁ ସେବନ ଦ୍ୱାରା କିଭଳି ଓ କେଉଁ ପ୍ରକାର ମାରାତ୍ମକ ରୋଗ ହୋଇଥାଏ ଏବଂ ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ଛାତ୍ରଛାତ୍ରୀ ଓ ଯୁବ ସମାଜର ଭୂମିକା ଉପରେ କହିଥିଲେ ।
କାର୍ଯ୍ୟକ୍ରମ ରେ ଡିପିଏଚଓ: ଡ଼ା: ମୁବାରକ ଅଲ୍ଲୀ ଏବଂ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ତମାଖୁ ସେବନ ଦ୍ୱାରା ସମାଜ ପରିବେଶ କିଭଳି କଳୁଷିତ ହୋଇଥାଏ , ତାମାଖୁ ଏବଂ କରୁଥିବା ବ୍ୟକ୍ତି କିଭଳି ବିଭିନ୍ନ କର୍କଟ ରୋଗରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରିଥାଏ କହି ସଚେତନତା ଓ ମାନସିକ ପରିବର୍ତ୍ତନ ଦ୍ୱାରା ହିଁ ଏକ ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ ହେବାରେ ସାହାୟକ ହୋଇଥାଏ ବୋଲି କହିଥିଲେ ।
ଜିଲ୍ଲା ମହାମାରୀ ବିଶେଷଜ୍ଞ ଡ଼ା: ଶରତ ଚନ୍ଦ୍ର ମହାପାତ୍ର , ପାୱାର ପଏଣ୍ଟ ମାଧ୍ୟମରେ ତମାଖୁ ସେବନ ଦ୍ୱାରା କିଭଳି ଓ କେଉଁ ପ୍ରକାରର ରୋଗ ସବୁ ଓ କେଉଁ କେଉଁ ସ୍ଥାନରେ ପ୍ରଭାବିତ କରିଥାଏ ତାର ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରି ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ତମାଖୁ ବର୍ଜନ , ଓ ଏହାକୁ ବ୍ୟବହାର ନ କରିବା ସହ ଅନ୍ୟକୁ ସଚେତନ କରାଇବା ଉପରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ସ୍ତରୀୟ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ତମାଖୁ ବର୍ଜନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ବକ୍ତୃତା ସମେତ ସ୍ଲୋଗାନ ଓ ଚିତ୍ରକଳା ପେଣ୍ଟିଙ୍ଗ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ ଓ ଏନସିଡି: ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ସୂର୍ଯ୍ୟକାନ୍ତ ମିଶ୍ର ପ୍ରମୁଖ ପରିଚାଲନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.