Odisha News

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୧: ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ “ତରଫରୁ ୭୩ ତମ ପବିତ୍ର ସାଧାରଣ ତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି କ୍ଷ ଅନୁଷ୍ଠାନର ସଭାପତି କୌଶିକ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ କ୍ଷ ଜାତୀୟ ସଂଗୀତ ଗାନ ଓ ସଭାପତିଙ୍କ ଉଦବୋଧନ ପରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା କ୍ଷ
ବିଭିନ୍ନ ବକ୍ତା ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ କ୍ଷ ଏକ ମନୋଜ୍ଞ ପରିବେଶ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବାରୁ କୋଷାଧକ୍ଷ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ଗୋପାଳକୃଷ ନାୟକ, ଦେବବ୍ରତ ସିଂ ଦେଓ, ରାମଚନ୍ଦ୍ର ଗୋସ୍ୱାମୀ, ବିଶ୍ୱଜିତ ସାହୁ, ମିହିର ପାଢ଼ୀ ଓ ଶ୍ରିଲେଖା ଶୁଭଲତା ପ୍ରମୁଖ ଉପସ୍ଥିତ ଥିଲେ କ୍ଷ

Related Posts

Seo wordpress plugin by www.seowizard.org.