Odisha News

ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ୨୭ତମ ବାର୍ଷିକ ଉତ୍ସବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୧ : ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ୨୭ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏକାଡେମୀର ସଭାପତି ନାଟ୍ୟକାର ହରିହର ପ୍ରଧାନ ସଭାପତିତ୍ୱ କରିଥିଲେ ।
ଜେଏମବିବି ବିଜ୍ଞାନ ମହାବିଦ୍ୟାଳୟ ଭୁବନେଶ୍ୱର ର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ଉଦାହରଣ ଦେଇ “ଶ୍ରଷ୍ଟା ଉଦାର ଓ ସୃଷ୍ଟି କଠୋର “ବୋଲି ବକ୍ତବ୍ୟ ରଖିଥିଲେ ।
ମହିଳା ମହାବିଦ୍ୟାଳୟ ସୋନପୁରର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସମାଜ ଗଠନରେ ସାହିତ୍ୟର ଭୂମିକା ଅନନ୍ୟ ବୋଲି ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ବରିଷ୍ଠ ଅଧିବକ୍ତା ସୁଧୀର କୁମାର କର୍ଣ୍ଣ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ମେହେର ମଞ୍ଚାସୀନ ଥିବାବେଳେ ଅନୁଷ୍ଠାନର ଉପସଭାପତି ଶିଶୁ ସାହିତ୍ୟିକ ଧ୍ରୁବ ଚରଣ ଘିବେଲା ମଞ୍ଚ ସଂଚାଳନ କରିଥିଲେ ।
ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ବିବରଣୀ ପଠନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯାଇଥିଲା । ବିବେକାନନ୍ଦ ସାହିତ୍ୟ ପୁରସ୍କାର -ରାଜୀବ କର୍ମୀ, ବୌଦ୍ଧ, ପ୍ରଫୁଲ୍ଲ ମହାକୁଳ ସାହିତ୍ୟ ପୁରସ୍କାର -କେ. ବିପ୍ଳବ, ବାଙ୍କି, ଭିକାରି ନାଏକ କଳା ଓ ସଙ୍ଗୀତ ପୁରସ୍କାର -ସୁବାଷ ବିଶି, ରାମଗଡ଼, ବେଣୁଧର ମିଶ୍ର ସାହିତ୍ୟ ପୁରସ୍କାର -ପ୍ରଶାନ୍ତ ମହାନ୍ତି, ଭଞ୍ଜନଗର,ଶିଶୁ ସାହିତ୍ୟ ପୁରସ୍କାର -ଡକ୍ଟର ପର୍ଶୁରାମ ପଣ୍ଡା, ଭୁବନେଶ୍ୱର,ଭକ୍ତି ସାହିତ୍ୟ ପୁରସ୍କାର –ସୂର୍ଯ୍ୟକାନ୍ତି ବାରିକ, ବୌଦ୍ଧ, ଅଭିଷେକ ପ୍ରଧାନ ଯୁବ ପୁରସ୍କାର -ଅବକାଶ ପ୍ରଧାନ, ମନମୁଣ୍ଡା ଙ୍କୁ ପ୍ରଦାନ କରାଯାଇ ଥିଲା ।
ଶିଶୁ କବି ଆଦ୍ୟାଶା ମହାନ୍ତି ଓ ସ୍ଵାଗତିକା ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ । ଏକାଡେମୀର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ଦେହୁରୀ ପରିଚୟ ପ୍ରଦାନ କରିଥିବା ବେଳେ ଟଙ୍କଧର ସାହୁ ଧନ୍ୟବାଦ ଦେଇଥିଲେ, ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା । କବି କିଶୋର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଅଧ୍ୟାପକ ପ୍ରତାପ କୁମାର ରଥ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବରାଜ ନାଏକ , ବାସୁଦେବପୁର ଆଠମଲ୍ଲିକ, ମଞ୍ଚାସୀନ ଥିଲେ ।
ଯୁବ କବି କୁଳମଣି ମେହେର,, ହିମାଞ୍ଚଳ ପ୍ରଧାନ ଓ ହୃଦାନନ୍ଦ ପ୍ରଧାନ ସଂଯୋଜନା କରିଥିଲେ । କବି ଓ କବୟିତ୍ରୀ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ କବି ହରିହର ମେହେରଙ୍କ “ମହିୟସୀ କୈକେୟୀ “(କାବ୍ୟ )ଉନ୍ମୋଚନ କରାଯାଇଥିଲା ।
ବୌଦ୍ଧ: ସହରରେ ଗାଡି ମଟର ଯାଞ୍ଚକୁ ସାଧାରଣରେ ବିରୋଧ
ବୌଦ୍ଧ,୨/୨: ବୌଦ୍ଧ ସହର ମଧ୍ୟରେ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବାସହ ଏଭଳି ନୀତିକୁ ବିରୋଧ କରାଯାଇଛି । ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚ ନାମରେ ସହରର ଜନଗହଳି ସ୍ଥାନ ମାନଙ୍କରେ ଦୈନନ୍ଦିନ କାର୍ଯ୍ୟରେ ଯାଉଥିବା ସାଧାରଣ ଲୋକମାନଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ ହେଉଅଛି ।
ସହର ମଧ୍ୟରେ ଯାନବାହାନର ଗତି ଅତି ସାଧାରଣ ରହୁଥିବାବେଳେ ଏବଂ ପୂର୍ବରୁ କେବେ ଦୁର୍ଘଟଣାର ନଜିର ନଥିବାବେଳେ ହେଲମେଟ ଯାଞ୍ଚ,ଗାଡି କାଗଜପତ୍ର ଯାଞ୍ଚ ନାମରେ ଆର୍ଥିକ ଜୋରିମାନା ପକାଇ ଗରିବ ଓ ସାଧାରଣ ଲୋକମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେବା ସହିତ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଗାଡି ମୋଟର ଯାଞ୍ଚ ସମୟରେ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀମାନେ ସେମାନଙ୍କର ଇଛା ନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଚାପରେ ସହର ମଧ୍ୟରେ ଯାନବାହାନ ଯାଞ୍ଚ କରୁଥିବା କହି ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଭଳି ଅଭିଯୋଗ ମଧ୍ୟ ହେଉଅଛି ।
ତେଣୁ ଯଦିଓ ଗାଡି ଚାଳନାବେଳେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ ପାଇଁ ସରକାରୀ ନିୟମ ରହିଛି ଯାନବାହାନ ଯାଞ୍ଚ ନାମରେ ସହର ମଧ୍ୟରେ ଲୋକଙ୍କୁ ହଇରାଣ ନକରି ଜାତୀୟ ରାଜପଥ ଉପରେ ଏବଂ ଦ୍ରୁତ ଗାଡି ଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଉଅଛି ।
ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ବୈଠକ
ବୌଦ୍ଧ,୨/୧ : ବୌଦ୍ଧ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ର ଉପ ସଭାପତି ଶମ୍ଭୁ ଗିରି ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ମହେଶ କୁମାର ସେଠୀ ସମସ୍ତ ଙ୍କୁ ସ୍ଵାଗତ ଜଣାଇ ବୈଠକ ର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ ।
ଆଲୋଚନା ରେ ଗତ ୨୬ ରେ ଡିଇଓ ଅଫିସ ରୁ ପ୍ରକାଶିତ ଗ୍ରେଡେସନ ତାଲିକା ରେ ହୋଇଥିବା ବ୍ୟତିକ୍ରମ କୁ ପ୍ରଥମେ ଆଲୋଚନା କରାଯାଇଥିଲା, ସଭା ସାଙ୍ଗ ହେବା ପରେ ପ୍ରାୟ ଅପରାହ୍ନ ୨ ଘଟିକା ସମୟରେ ଗ୍ରେଡେସନ୍ ତାଲିକା ହୋଇଥିବା ବ୍ୟତିକ୍ରମ ର ସମାଧାନ ପାଇଁ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସାକ୍ଷାତ କରାଯାଇଥିଲା,ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାର‌୍ୟ୍ୟାଳୟର ବ୍ୟବସ୍ଥାପନା ଅଧିକାରୀ ଓ ସଂପୃକ୍ତ କିରାଣୀଙ୍କ ସହିତ ସଂଘର କର୍ମକର୍ତ୍ତା ବୃନ୍ଦ ଆବଶ୍ୟକୀୟ କାଗଜ ପତ୍ର ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା,ଆଗାମୀ ଦିନରେ ଶିକ୍ଷକ ଙ୍କ ସର୍ଭିସ ବୁକ ଗୁଡିକ ର ଅପଡେସନ, ଆଇ ଟି ଆର ଫର୍ମ ତଥା ଅନ୍ୟାନ୍ୟ ସମସ୍ୟା ର ସମାଧାନ ଦିଗରେ ସଂଘ ପୂର୍ଣ୍ଣମାତ୍ରା ରେ ସହଯୋଗ କରିବ ବୋଲି ମତ ପ୍ରକାଶ ପାଇଥିଲା । ବୌଦ୍ଧ ବ୍ଲକ ସଂଘ ର ପୁନର୍ଗଠନ ଆସନ୍ତା ତା ୦୮/୦୧/୨୦୨୩ ଓ ଜ଼ିଲ୍ଲା ସଂଘ ର ପୁନର୍ଗଠନ ଆସନ୍ତା ତା ୧୫/୦୧/୨୦୨୩ ରିଖରେ କରାଯିବା ପାଇଁ ସ୍ଥିର କରାଗଲା ।
ଗୁଣାତ୍ମକ ଶିକ୍ଷା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିକାଶ ପାଇଁ” ଜ଼ିଲ୍ଲା ଶିକ୍ଷକ ଭବନ “ର ଗୁରୁତ୍ୱ ଥିବାରୁ ଏହାର ନିର୍ମାଣ କରିବାକୁ ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରାଯିବାକୁ ମତାପୋଷଣ କରାଗଲା ।
ବୈଠକ ରେ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର କୋଷାଧକ୍ଷ ସନ୍ତୋଷ କୁମାର କର୍ଣ୍ଣ,ବୌଦ୍ଧ ବ୍ଲକ ଶିକ୍ଷକ ସଂଘ ସଭାପତି ରାଜକୁମାର ପ୍ରଧାନ,ସମ୍ପାଦକ ଉତ୍ତମ ନାଏକ, କୋଷାଧକ୍ଷ ସୁଶାନ୍ତ ପଣ୍ଡା ,ଉପସଭାପତି ପ୍ରତାପ ବେହେରା. ସନ୍ତୋଷ କୁମାର ଶତପଥୀ,ରସିତା ରାଣୀ ସିଂହ, ବୀଜୟନି ପାତ୍ର , ଗୀତାଞ୍ଜଳି ବାରିକ , ଅନୁରି ହରିପାଲ୍,ହରଭଙ୍ଗା ବ୍ଲକ ଶିକ୍ଷକ ସଂଘ ସଭାପତି ରଜତ ନାଏକ, କୋଷାଧକ୍ଷ ପ୍ରସନ୍ନ ଭୁକ୍ତା, ପ୍ରବିଣ ପ୍ରଧାନ., ଶ୍ରୀକାନ୍ତ ସେଠି କଣ୍ଟାମାଲ କର୍ମକର୍ତ୍ତା ହୃଦାନନ୍ଦ ଦନ୍ତା, ଭରତ ସେନାପତି, ନୀଳାମ୍ବର ଭୋଇ, ସୁଶାନ୍ତ ଭୋଇ, ମହେଶ୍ବର ମହାଳିକ ପ୍ରମୁଖ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ଓଡ଼ିଶା କେନ୍ଦ୍ରୁପତ୍ର କର୍ମଚାରୀ ସଂଘ ବୌଦ୍ଧ ଡିଭିଜନର ବୈଠକ
ବୌଦ୍ଧ,୨/୧ : ଓଡ଼ିଶା କେନ୍ଦ୍ରୁପତ୍ର କର୍ମଚାରୀ ସଂଘର ବୌଦ୍ଧ ଡିଭିଜନ ବୈଠକ ବୌଦ୍ଧ ବ୍ଲକ ଅନ୍ତର୍ଗତ ଜୁରାମୁଣ୍ଡା ଗ୍ରାମ ହାଟପଦାଠାରେ ଅନୁଷ୍ଠିତ ହୋଇଯାଇଛି,ଡିଭିଜନ ସଂପାଦକ ଶ୍ରୀକାନ୍ତ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଉପସଭାପତି ମହମ୍ମଦ ମୁର୍ତୁଜା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ କେନ୍ଦୁପତ୍ର କର୍ମଚାରୀ, ତୋଳାଳୀମାନଙ୍କର ବିଭିନ୍ନ ସମସ୍ୟା ଶୁଣିବା ସହିତ ତାହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ।
ବୈଠକରେ କେନ୍ଦୁପତ୍ର କର୍ମଚାରୀ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରାୟ ୪ଶହ ରୁ ଉର୍ଦ୍ଧ୍ୱ ଚେକର, ହେଡଚେକର, ମୁନସୀ. ଚପରାଶି ଓ କେନ୍ଦୁପତ୍ର ତୋଳାଳୀ ଉପସ୍ଥିତ ଥିଲେ,ବୈଠକରେ ଉପସଭାପତି ବିନୋଦ ପ୍ରଧାନ,ରାଜ୍ୟ ସହସଂପାଦକ ଅନାଦି ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଡିଭିଜନ ସଂପାଦକ ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୨/୧ : ବୌଦ୍ଧ ବ୍ଲକ ସ୍ତରୀୟ ଡିସେମ୍ବର ମାସର ଦ୍ଵିତୀୟ ଶିକ୍ଷା ସମୀକ୍ଷା ବୈଠକ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଡ.ଉଦୟନାଥ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଓ ଭାରପ୍ରାପ୍ତ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ ମଞ୍ଚାସୀନ ଥିଲେ, ପିଲାଙ୍କ ପାଠପଢା ଠିକଭାବେ ଦେଖିବା, ଶିକ୍ଷକ ମାନେ ନିଜେ ପ୍ରସ୍ତୁତ ହୋଇ ପିଲାଙ୍କୁ ପଢାଇବା, ବିଦ୍ୟାଳୟ ମନିଟରିଙ୍ଗ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ସି ଆର ସି ସି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଯେଉଁ ବିଦ୍ୟାଳୟ ଜମି ଘରୋଇ ବ୍ୟକ୍ତିଙ୍କ ନାମରେ ଅଛି ୧୫ଦିନ ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରି ପଟ୍ଟା ପାଇଁ ପଦକ୍ଷେପ ନେବା,ମୋ ସ୍କୁଲ ୟୁ ସି ଆସନ୍ତା ଜାନୁଆରୀ ୫ ତାରିଖ ଭିତରେ ଦାଖଲ କରିବା, ପୁସ୍ତକ ବଣ୍ଟନ, ଡାଏଟ ସି ଆର ସି ସି ଲିଙ୍କେଚ,ଆଧାର, ପି ଏଫ ଏମ ଏସ, ଶାଲା ସିଦ୍ଧି, ବିଦ୍ୟୁତ ଶୁଳ୍କ ପାଇଁ ବିଲ ପୈଠ, ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବା ଛାତ୍ର ଛାତ୍ରୀଙ୍କୁ ସମ୍ପର୍କ କରି ବିଦ୍ୟାଳୟ କୁ ଆଣିବା ବିଷୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମେହେର ଆଲୋଚନା କରିଥିଲେ,ମଧ୍ୟାହ୍ନ ଭୋଜନ ସୁପରିଚାଳନ ସମ୍ବନ୍ଧରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ, ସି ଆର ସି ସି ରାଜକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ, ବ୍ଲକର ସି ଆର ସି ସି ମାନଙ୍କ ସହିତ କାର୍ଯ୍ୟାଳୟ ସହାୟକ ଵାପିନା ମହାରଣା, ପଦ୍ମଲୋଚନ କର୍ଣ୍ଣ, ଶଙ୍କର ମେହେର, ଓ ଅରୁଣ କୁମାର ମେହେର ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.