Odisha News

ବୌଦ୍ଧ: ଭୋଟର ସଚେତନତା ରଥର ଶୁଭାରମ୍ଭ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୧୧: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୋଟର ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବୌଦ୍ଧ ଜିଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅବସରରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରିବା କାର୍ଯ୍ୟ ଚାଲୁ ରହିଛି । ଉପଜିଲାପାଳ ରବିନ୍ଦ୍ର ନାଥ କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।
ଏହି ସଚେତନତା ରଥ ସମଗ୍ର ଜିଲା ପରିକ୍ରମା କରିବ । ଏହି ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅବସରରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରିବା କାର୍ଯ୍ୟ ନେଇ ଲୋକଙ୍କୁ ସଚେତନ କରିବ ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ସହକାରୀ ଜିଲାପାଳ ସାସ୍ୱତ ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂଙ୍କ ସମତେ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.