Odisha News

ବୌଦ୍ଧ ଜିଲ୍ଲାରେ ହକିର ପ୍ରଚାର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୯: ସାରା ରାଜ୍ୟରେ ରାଜ୍ୟ ସରକାର ହକି ଖେଳର ପ୍ରଚାର ପ୍ରସାର ସହିତ ଭିତିଭୂମିର ବିକାଶ ପାଇଁ ତୃଣମୂଳସ୍ତରରୁ ଯୋଜନା ପସ୍ତୁତ ଆରମ୍ଭ କରିଦେଇଥିବା ବେଳେ ବୌଦ୍ଧଜିଲ୍ଲାରେ ହକି କ୍ରିଡାର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ।
ବୌଦ୍ଧଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧଜିଲ୍ଲାର ଏକ ହକି ଖେଳାଳୀ ଚୟନ ଓ ତାଲିମ ଶିବିର ବୁଧବାର କଚେରୀ ପଡିଆ ଠାରେ ଆରମ୍ଭ ହୋଇଯାଇଛି । ଏହି ଶିବିରରେ ପ୍ରଶିକ୍ଷକ ଭାବରେ ପଂଚମ ଆଇଆରବି ବାଟାଲିଅନର ସୁରେନ୍ଦ୍ର ବାଲା ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ଏହି ଚୟନ ଓ ତାଲିମ ଶିବିରରେ ଜିଲ୍ଲାର ତିନି ବ୍ଲକ ଓ ଏନଏସିରୁ ୩୦ ଜଣ ଛାତ୍ର ଯୋଗଦେଇଥିଲେ ।
ଶିବିରକୁ ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ, ସେକ୍ସନ ଅଫିସର ମାନସ ରଂଜନ ସେଠୀ ପରିଚାଳନା କରିଥିଲେ । ଶିକ୍ଷା ବିଭାଗ ପକ୍ଷରୁ ଆଇପିଓ ଆନନ୍ଦ ବେହେରା, କ୍ରୀଡା ଶିକ୍ଷକ ଅରୁଣ ଖଟୁଆ, ଅମରେଶ ପ୍ରଧାନ, ଦଶରଥ ଭୋଇ, ପ୍ରବିଣ ବେହେରା, ସମରଜିତ କର୍ଣ୍ଣ ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିର ତିନିଦିନ ଧରି ଅନୁଷ୍ଠିତ ହେବ ।
ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ବୌଦ୍ଧ,୨୩/୯: ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧ ମାଟିର ଗର୍ବ ଓ ଗୌରବ ନଟବର ପ୍ରଧାନଙ୍କ ୩୯ତମ ଶ୍ରାଦ୍ଧ ବାର୍ଷିକୀ ବୌଦ୍ଧଠାରେ ବୁଧବାର ଦିନ ପାଳିତ ହୋଇଯାଇଛି । ନଟବର ପ୍ରଧାନ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ କମିଟିର ସଂପାଦକ ତାରେଣୀ ମହାପାତ୍ରଙ୍କ ନେତୃତ୍ୱରେ କମିଟିର ସଦସ୍ୟ ସହରର ବୁଦ୍ଧିଜିବୀ ଓ ବିଜେଡି ଦଳର ନେତାମାନେ ଯୋଗଦେଇ ଏନଏସି ଛକଠାରେ ସ୍ଥାପିତ ନଟବରଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହାପରେ କିମିଟି ପକ୍ଷରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ସମେତ ବରିଷ୍ଠ ଆଇନଜିବୀ ବନବିହାରୀ ପଟ୍ଟନାୟକ,ନବ କୁମାର ମିଶ୍ର,ଓମପ୍ରକାଶ ମିଶ୍ର,ଅଶୋକ କୁମାର ସାହୁ,ଯୋଗେଶ ପ୍ରସାଦ ନାୟକ, ବଣିକ ସଂଘ ସଭାପତି ସୁବାଶ ଚନ୍ଦ୍ର ସାହୁ,ପୂର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀ,ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ,ବସନ୍ତ ସ୍ୱାଇଁ, ଏନଏସି ଉପାଧ୍ୟକ୍ଷା ସୁଭାଷିନୀ ସେଠୀ,ଡା. ଗିରିଜା ଶଙ୍କର ପାଢୀ,ଜଗନ୍ନାଥ ମିଶ୍ର,ସନ୍ତୋଷ କୁମାର ନାୟକ,ଶିତାଂଶୁ ମହାକୁଳ. ସୁବୋଧ ପ୍ରଧାନ, ଦେବରଂଜନ ବିଶି,ଜ୍ଞାନରଂଜନ ପଟ୍ଟନାୟକ,ଅମ୍ରିତ ପ୍ରଧାନ,ମନୋରଂଜନ ଦାସ,ପୁପୁନ ଦଲାଲ,ଜୟନ୍ତ ଦାସ ଓ କମଳ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।
ଧଦଳାପଡା ଗ୍ରାମର ସୁଦର୍ଶନ ମୃତ୍ୟୁ ଘଟଣା :କ୍ରାଇମବ୍ରାଞ୍ଚତଦନ୍ତ ଦାବି କଲେ ପରିବାର ଲୋକ
ବୌଦ୍ଧ,୨୩/୯: ବୌଦ୍ଧ ଥାନା ଅର୍ନ୍ତଗତ ଟିକରପଡା ପଞ୍ଚାୟତର ଧଦଲାପଡା ଗ୍ରାମର ସୁଦର୍ଶନ ଘଣ୍ଟାଲଙ୍କ (୫୦) ମୃତ ଦେହ ଗତ ୩୧ ତାରିଖରେ ବ୍ରାହ୍ମଣପାଲି ରାସ୍ତା କଡ ଏକ ଗାତରେ ପଡିଥିଲା । ମୃତଦେହ ପଡିଥିବା ନେଇ ପ୍ରଚାର ହେବା ପରେ ମୃତ ସୁଦର୍ଶନଙ୍କ ଝିଅ କୁମୁଦିନି ଘଣ୍ଟାଲ ଘଟଣା ସ୍ଥଳକୁ ଆସି ଏହା ମୋର ବାପାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲା । ମୃତ ଦେହ ଚିହ୍ନଟ ପରେ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ବଘିଆପଡା ଫାଣ୍ଡିରେ ଅଭିଯୋଗ କରିଥିଲେ ।
ଏପେଟ ବୌଦ୍ଧ ଥାନା ପକ୍ଷରୁ ଶବକୁ ଜବତ କରିବା ସହ ଏକ ଅପମୃ୍‌ତ୍ୟୁ ମାମଲା ୨୮/୨୨ ରେ ରୁଜୁ କରି ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଥିଲା । କିନ୍ତୁ ପରିବାର ଲୋକ ଏହା ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ବୁଧବାର ଦିନ ମୃତ ସୁଦର୍ଶନର ପୁଅ ପ୍ରକାଶ ଘଣ୍ଟାଲ ଓ ଝିଅ କୁମଦିନି ଘଣ୍ଟଲ ବୌଦ୍ଧ ଜିଲ୍ଲାପାଳଙ୍କ ଠାରେ ଏହାର କ୍ରାଇମବ୍ରାଂଚ ତଦନ୍ତ ଦାବୀ କରିଛନ୍ତି । ଏନେଇ ବୌଦ୍ଧ ଥାନା ଅଧିକାରୀଙ୍କୁ ପଚାରିବାରୁ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ଓ ସେ ପାଣିରେ ବୁଡି ମରିଥିବା ରିପୋର୍ଟରୁ ଜଣାପଡିଛି ଥିବା ସୁଚନା ଦେଇଥିଲେ ।

ଥପାପାଲି ଗ୍ରାମକୁ ପାଇପ ଲାଇନ ସଂଯୋଗ କରିବା ଦାବିରେ ଜିଲ୍ଲାପାଳଙ୍କ ପାଖରେ ଦାବୀପତ୍ର ପ୍ରଦାନ କଲେ ଗ୍ରାମବାସୀ
ବୌଦ୍ଧ,୨୩ା୯: ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତର ଥପାପାଲି ଗ୍ରାମରେ ପାଣି ସମସ୍ୟା ନେଇ ଗ୍ରାମବାସୀ ମାନେ ନାହିନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ପାଣି ପାଇ ବର୍ଷ ସାରା ହଇରାଣ ଭୋଗୁଥିବା ଅଭିଯୋଗ କରିବା ସହ ଗ୍ରାମରେ ୩୦୦ରୁ ୪୦୦ ଫୁଟ ବୋରିଙ୍ଗ ଖୋଲିଲେ ମଧ୍ୟ ପାଣି ବାହରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗ୍ରାମର ପଶ୍ଚିମ ଦିଗରେ ସାଲୁଙ୍କୀ କେନାଲ ପାଣି ବହି ଯାଉଥିବା ବେଳେ ଗ୍ରାମବାସୀ ମାନେ ପାଣିରୁ ବଂଚିତ ହେଉଛନ୍ତି । ଗ୍ରାମବାସୀ ମାନେ ଚାଷ ପାଇଁ କେବଳ ବର୍ଷା ପାଣି ଉପରେ ଭରସା କରିଥାଆନ୍ତି । ବର୍ଷା ଠିକ ଭାବେ ନହେଲେ ଗ୍ରାମବାସୀ ମାନେ ମରୁଡିର ଶିକାର ହୋଇଥାନ୍ତି । ଗ୍ରାମରେ ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ ବିଗତ ୧୦ ବର୍ଷ ତଳେ ୨ ଗୋଟି ପଏଣ୍ଟ ସ୍ଥାପନ କରାଯାଇଥିବା ବେଳେ ପାଣି ଅଭାବରୁ ଏହା ସଫଳ ହୋଇନଥିବାବେଳେ ପରେ ଲାଗିଥିବା ବିଦ୍ୟୁତ ସରଞ୍ଜମ ସବୁ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ।
ପୁର୍ନବାର ୨ ବର୍ଷ ତଳେ ଉଠାଜଳସେଚନ ବିଭାଗ ପକ୍ଷରୁ ୨ ଗୋଟି ପଏଣ୍ଟ କାମ ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧ-ବଲାଙ୍ଗିର ରେଳ ଲାଇନ ବିଛା ଯାଇଥିବାରୁ ଠିକାଦାର ଅକ୍ଷମତା ପ୍ରକାଶ କରି କାମ କରି ପାରିଲେ ନାହିଁ କି ପାଇପ ଲାଇନ ବିଛାଇବା ପାଇଁ କୌଣସି ରାସ୍ତା ପାଇଲେ ନାହିଁ । ଏଣୁ ସେ କାମ ନକରି ଛାଡି ପଲାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଓଡିଶା ସରକାରଙ୍କ ପାର୍ବତୀ ଗିରି ବୃହତ ଉଠାଜଳସେଚନ ବିଭାଗ ତରଫରୁ ହିଲୁଙ୍ଗ ସ୍ଥିତ ମେଗା ଲିଫଟ କାମ ଆରମ୍ଭ ହୋଇ ବାଦିକଟା ଗ୍ରାମକୁ ପାଇପ ଲାଇନ ବିଛା ଯାଉଥିବା ବେଳେ ଥପାପାଲି ଗ୍ରାମ ବାଦିକଟା ଗ୍ରାମ ଠାରୁ ୫୦୦ମିଟର ଦୁରତା ହୋଇଥିବା ବେଳେ ଥପାପାଲି ଗ୍ରାମବାସୀ ମାନେ ଏହି ସୁବିଧାରୁ ବଞ୍ôଚତ ହେଉଛୁ ।ଏହା ଯୋଗୁଁ ଗ୍ରାମବାସୀ ମାନେ ଚାଷରୁ ମଧ୍ୟ ବଞ୍ଚତ ହେଉଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଏହାର ବିଚାର କରି ଥପାପାଲି ଗ୍ରାମକୁ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ବିଭାଗ ହିଲୁଙ୍ଗରୁ ପାଇପ ଯୋଗେ ସଂଯୋଗ କରିବାକୁ ଗ୍ରାମବାସୀ ମାନେ ଗୁରୁବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କୁ ପାଖରେ ଦାବୀ କରିଛନ୍ତି ।

Related Posts

Seo wordpress plugin by www.seowizard.org.