Odisha News

ଗଜପତି: ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରେସ ଡିଜାଇନ ଓ ଉଦ୍ୟୋଗୀକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୬ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହତୀ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଦିନିଆ ଡ୍ରେସ ଡିଜାଇନ ଓ ଉଦ୍ୟୋଗୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ମହାସଂଘର ୫୬ ଜଣ ସଭ୍ୟା ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଆର:କେ:ଏସ:ଏସ: ଅନୁଷ୍ଠାନ ପକ୍ଷରୁ ପରିଚାଳନା କରା ଯାଇଥିଲା ।
ଆଜିର ଏହି ଉଦଘାଟନ ଉତ୍ସବରେ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ସାଇମନ ଡୁଙ୍ଗଦୁଙ୍ଗ , ଜିଲ୍ଲା ନାବାର୍ଡ ସଂସ୍ଥା\’ର ଡିଡିଏମ: ଶ୍ରୀ ପ୍ରତୀକ ପଣ୍ଡା ମହେଶ୍ଵର ମଣ୍ଡଳ , ଏଲ:ଡ଼ି:ଏମ:, ଗଜପତି ଶ୍ରୀ ମହେଶ୍ୱର ମଣ୍ଡଳ , ତାଲିମ ଦାତା ସ୍ମିତାରାଣୀ ବୀର ଆରସେଟି , ରବି ନାରାୟଣ ପାଇକ ରାଓ ତାଲିମ ଦାତା , ତରୁଣ କୁମାର ନାୟକ , ଏଫ.ଏଲ.ସି, ଜଗନାଥ ଗମାଙ୍ଗ ବି:ଏସ:ଏ: , ଏନ:ଜି:ଏନ:ଆର:ଜିଏ: ଶ୍ରୀ ନୀଳବେଣୀ ଏମ:ବି:କେ – ଓ.ଏଲ.ଏମ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରଥମ ଦିନରେ ଏକ ପ୍ରାରମ୍ଭିକ ସୂଚନା ଦେଇ ଆର:କେ:ଏସ:ଏସ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କହିଲେ ଯେ , ଆଧୁନିକ ଯୁଗର ପରମ୍ଫରାକୁ ନେଇ ମହିଳା ମାନଙ୍କୁ ଡ୍ରେସ ଡିଜାଇନ , କିପରି କରା ଯାଇପାରିବ ଓ ତାହା ମହିଳା ମାନଙ୍କ ଆର୍ଥିକ ସ୍ଥିତିକୁ କିପରି ଆଗକୁ ନେବାରେ ସହାୟକ ହୋଇପାରିବ , ସେ ସବୁର ବିଭିନ୍ନ ଦିଗ ଉପରେ ସମ୍ୟକ୍ ସୂଚନା ଦେଇଥିଲେ ।
ତାଲିମ ଦାତା ଶ୍ରୀ ରବି ନାରାୟଣ ପାଇକରାୟ , କମୁଖ୍ୟତଃ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପ୍ରକ୍ରିୟା , ଦଶସୂତ୍ର , ବ୍ୟାଙ୍କ ସଂଯୋଗୀ କରଣ , ବ୍ୟବସାୟ ଭିତ୍ତି ଯୋଜନା ଏଭଳି ବିଭିନ୍ନ ଉପାଦେୟ ବିଷୟ ଗୁଡ଼ିକ ଉପରେ ଆଲୋଚନା କରା ଯାଇଥିଲା ।
ତାଲିମ ଦାତା ଶ୍ରୀ ସ୍ମିତାରାଣୀ ବୀର , ସିଲେଇ ପ୍ରକ୍ରିୟା , ବିଭିନ୍ନ ପ୍ରକାର ଡ୍ରେସ ଡିଜାଇନ , ଏମ୍ରେଡିଙ୍ଗ ଦ୍ଵାରା ବଜାରୀ କରଣ କିପରି କରାଯାଇ ମହିଳା ମାନଙ୍କୁ ଏକ ଉଦ୍ୟୋଗ ମାଧ୍ୟମରେ ଜୀବନ ଜୀବିକା ପ୍ରକ୍ରିୟାକୁ ଆଗକୁ ନେଇପାରିବ , ସେ ସମ୍ପର୍କରେ ସୂଚନା ଦେଇଥିଲେ ।
ଆସନ୍ତା ୧୫ ଦିନରେ ଯେପରି ସମସ୍ତ ମହିଳା , ଡ୍ରେସ ଡିଜାଇନ ଶିଖି ପାରିବେ , ସେହି ଅଭ୍ୟାସ ପ୍ରକ୍ରିୟାକୁ ଏଠାରେ ବିଶେଷ ଗୁରୁତ୍ଵ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
ଶେଷରେ ଅନୁଷ୍ଠାନର ସଂପାଦକ ଶ୍ରୀ ତରୁଣ କୁମାର ନାୟକ , ତାଲିମ କାର୍ଯ୍ୟକ୍ରମକୁ ଆସିଥିବା ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Related Posts

Seo wordpress plugin by www.seowizard.org.