Odisha News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜଣେ ମହିଳାଙ୍କୁ ନିର୍ମାଣ ଶ୍ରମିକ ମୃତ୍ୟୁକାଳିନ ସହାୟତା ପ୍ରଦାନ କଲେ ମନ୍ତ୍ରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୬: ବୌଦ୍ଧ ଜିଲାପାଳଙ୍କ କାର‌୍ୟ୍ୟାଳୟ ଠାରେ ଜଣେ ମହିଳାଙ୍କୁ ଆଜି ନିର୍ମାଣ ଶ୍ରମିକ ମୃତ୍ୟୁକାଳିନ ସହାୟତା ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବୌଦ୍ଧ ସହର ବାପୁଜୀ ନଗରର ବିଧବା ମହିଳା ପଲାସ ବେହେରାଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ବୌଦ୍ଧ ସହର ବାପୁଜୀ ନଗର ବାସିନ୍ଦା ନିର୍ମାଣ ଶ୍ରମିକ ଅଶୋକ ବେହେରାଙ୍କ ୨୦୨୦ ମସିହାରେ ମୃତ୍ୟୁ ହୋଇଥିଲା ।
ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟ।ଙ୍କ ଖାତାକୁ ନିର୍ମାଣ ଶ୍ରମିକ ମୃତ୍ୟୁକାଳିନ ସହାୟତା ବାବଦକୁ ୨ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ସଦଭାବନା ଗୃହ ଠାରେ ଚାଲିଥିବା କାୟାକଳ୍ପ ସମ୍ବର୍ଦ୍ଧନା ଉତ୍ସବରେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଜିଲାପାଳ ସତ୍ୟରଂଜନ ସାହୁ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଜିଲା ଶ୍ରମ ଅଧିକାରୀ ଶୁଶାନ୍ତ କୁମାର ପାଇକରାୟ ଙ୍କ ସମତେ ଅନ୍ୟମାନେ ଉପସ୍ଥଥିତ ରହିଥିଲେ ।

Related Posts

Seo wordpress plugin by www.seowizard.org.