Odisha News

ପୁରୀରେ ହେବ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର, ୧୦୯୫ ଦିନରେ ସରିବ କାମ

ପୁରୀ,୧୮।୨: ପୁରୀରେ ହେବାକୁ ଯାଉଛି ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର। ଏହାର ନିର୍ମାଣ କାମ ପିପିପି ମୋଡରେ କରାଯିବ।
ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧ ତାରିଖରୁ ଅନ୍ଲାଇନ୍ରେ ଟେଣ୍ଡର ଆବେଦନ କରାଯିବ। ବନ୍ଦର ନିର୍ମାଣ କାର‌୍ୟ୍ୟ ଶେଷ ପାଇଁ ୧୦୯୫ ଦିନ ବା ୩ ବର୍ଷ ଧାର‌୍ୟ୍ୟ କରାଯାଇଛି। ଇଡ୍କୋ ପକ୍ଷରୁ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ଦିଆଯାଇଛି।

Related Posts

Seo wordpress plugin by www.seowizard.org.