Odisha News

ବୌଦ୍ଧଜିଲ୍ଲାରେ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ହାପିନେସ୍ ପୋଗ୍ରାମର ଶୁଭାରମ୍ଭ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨ା୭ : ଆର୍ଟ ଅଫ୍ ଲିଭିଙ୍ଗ ପକ୍ଷରୁ ବୌଦ୍ଧ ସହରର ରାଜନପାଲି ଓ୍ୟାର୍ଡ ରାଧାକୃଷ୍ଣ ମନ୍ଦିର ପରିସରରେ ଛଅ ଦିବସ ବ୍ୟାପୀ ହାପିନେସ୍ ପୋଗ୍ରାମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୂବନେଶ୍ୱର ର ରଞ୍ଜନ ସାହୁ ଯୋଗଦାନ କରି ସୁଦର୍ଶନ କ୍ରୀୟା ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକୁ ନିରୋଗ ରଖିବା ସହିତ ଖୁସିରେ ଜିବନ ଜିଇଁବାର କଳା ସଂପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଉପାୟ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଛି । ଶିବିରକୁ ବରିଷ୍ଠ ନାଗରୀକ ଲକ୍ଷ୍ମଣ ନାୟକ ପ୍ରଦିପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ପ୍ରତ୍ୟେକ ଦିନ ସଂଧ୍ୟା ୬ଘଂଟା ଠାରୁ ୮ଘଂଟା ୩୦ ମିନିଟ୍ ପର୍ଯ୍ୟନ୍ତ ଶିବିର ଅନୁଷ୍ଠିତ ହେଉଅଛି । ଆସନ୍ତା ରବିବାର ଦିନ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ମମତା ମିଶ୍ର, ବରୁନ ମହାନ୍ତ, ଦେବାଶିଷ ପୁରୋହିତ, ବିଜୟ କୁମାର ପ୍ରଧାନ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ନାରାୟଣ ପ୍ରଧାନ, ଶୂର୍ଯ୍ୟକାନ୍ତ ଦଳବେହେରା, ବିଜୟ କୁମାର ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି ।
ବୌଦ୍ଧ: ଜେଲକୁ ଯାଇ ମାର ମୃତ ଦେହ ପୁଅକୁ ଦେଖାଇ ଶବ ଦାହ ପାଇଁ ଗାଁକୁ ନେଲେ ପରିବାର
ବୌଦ୍ଧ,୨୨ା୭: ବୌଦ୍ଧ ଜିଲ୍ଲାରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳଛି । ମୃତ ମାଆର ମୁଖାଗ୍ନି ପାଇଁ ଜେଲରେ ଥିବା ବଡ ପୁଅର ଜାମିନ ପାଇ ମାଆର ମୃତ ଦେହ ରଖି କୋର୍ଟ ଆଗରେ ୩ ଘଣ୍ଟା ଧରି ରହିଲେ ପରିବାର ।
ମିଳିଥିବା ତଥ୍ୟ ଅନୁଯାୟୀ , ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଳାସପୁର ଗ୍ରାମପଞ୍ଚାୟତର ପଦରପଡା ଗ୍ରାମର ମେଘନାଦ ସାହୁ(୪୮) ବିଳାସପୁର ସେବା ସମବାୟ ନିର୍ବାଚନରେ ଗଣ୍ଡଗୋଳ ଘଟଣାରେ ମନମୁଣ୍ଡା ପୁଲିସ ଥାନାର ଏକ ମାମଲାରେ ବର୍ତ୍ତମାନ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରଧିନ ବନ୍ଦୀ ଭାବରେ ଗତ ୨୫.୬.୨୦୨୨ ରିଖ ଠାରୁ ଅଛନ୍ତି । ଏହି ଗଣ୍ଡଗୋଳ ମାମଲରେ ମେଘନାଦଙ୍କ ସମେତ ଆହୁୁରୀ ୮ ଜଣ ଅଭିଯୁକ୍ତ ଅଛନ୍ତି ।
ମେଘନାଦ ଜେଲ ଯିବାର ଦୁଇ ତିନି ପରେ ତାଙ୍କ ବାପା ବୁଧୁ ସାହୁଙ୍କ ଦୃହଘାତରେ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ନେଇ ପରିବାର ଲୋକ ମେଘନାଦ ଘରର ବଡପୁଅ ହୋଇଥିବାରୁ ବାପାଙ୍କୁ ମୁଖାଗ୍ନି ଦେବା ପାଇ ବୌଦ୍ଧ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ । କିନ୍ତୁ ଅଦାଲତର ବିଚାରପତି ମେଘନାଦକୁ ଜାମିନ ନଦେବାରୁ ସେ ମୁଖାଗ୍ନି ଦେଇପାରିନଥିଲା ।
ପୁଣି ବାପାଙ୍କ ମୃତ୍ୟୁର ୨୦ ଦିନ ପରେ ବୁଧବାର ଦିନ ମାଆ ବେଟିଖାଇ ସାହୁଙ୍କ ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକ ପୁଣି ମାଆକୁ ମୁଖାଗ୍ନି ଦେବା ପାଇ ମେଘନାଦର ଜାମିନ ସକାଶେ ମାଅର ମୃତ ଦେହ ଆମ୍ବୁଲାନସରେ ଧରି ବୌଦ୍ଧ ଅଦାଲତକୁ ଆସିଥିଲେ । ଏପେଟ ଗତ ୧୬.୭.୨୦୨୨ ରିଖରେ ମେଘନାଦର ଜାମିନ ନାମଞୁର ହୋଇସାରିଛି ।
ଫଳରେ ମେଘନାଦର ଜାମିନ ପାଇଁ କୌଣସି ପିଟିସନ ଦାଖଲ ହୋଇନଥିଲା । ଦୀର୍ଘ ତିନି ଘଣ୍ଟା ଅପେକ୍ଷା ପରେ ପରିବାର ଲୋକ ମାଆର ମୃତ ଦେହକୁ ଧରି ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ମେଘନାଦକୁ ଯାଇଥିଲେ । ଜେଲ କତ୍ତୃପକ୍ଷ କେବଳ ମେଘନାଦକୁ ମାଆର ମୃତ ଦେହକୁ ଦେଖାଇଥିଲେ । ଶେଷରେ ପରିବାର ନିରୁପାୟ ହୋଇ ମୃ୍‌ତ ମାଆର ଶବକୁ ପୁର୍ନବାର ଘରକୁ ନେଇ ଯାଇଥିଲେ ।
ବୌଦ୍ଧ: ବିଦ୍ୟାଳୟ ପରିସରରୁ ଶିକ୍ଷକଙ୍କ ଗାଡି ଡିକି ଭାଙ୍ଗି ୨ଲକ୍ଷ ୫୦ ହଜାର ଟଙ୍କା ଲୁଟ
ବୌଦ୍ଧ,୨୨/୭ : ବୌଦ୍ଧଜିଲ୍ଲାରେ ପୁଣିଥରେ ଡିକି ଭଙ୍ଗା ଗ୍ୟାଙ୍ଗ ରାକେଟ ସକ୍ରିୟ ହୋଇଛନ୍ତି । ବୁଧବାର ଏକ ବିଦ୍ୟାଳୟ ପରିସରରୁ ଜଣେ ଶିକ୍ଷକଙ୍କ ଗାଡି ଡିକି ଭାଙ୍ଗି ୨ଲକ୍ଷ ୫୦ ହଜାର ଟଙ୍କା ନେଇ ଦୁବୃର୍ତ୍ତମାନେ ଫେରାର ହେବାରେ ସଫଳ ହୋଇଛନ୍ତି ।
ସୂଚନା ମୁତାବକ, ହରଭଙ୍ଗା ବ୍ଲକ ସରସସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା କଣ୍ଢେଇ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରି ରାଜ୍ୟରେ ଚର୍ଚ୍ଚିତ ଏବଂ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିବା ଶିକ୍ଷକ ବସନ୍ତ କୁମାର ସାହୁ ବୁଧବାର ମଧ୍ୟାହ୍ନରେ ବୌଦ୍ଧ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା(୨ଲକ୍ଷ ୫୦ ହଜାର)ଉଠାଇ ବାଇକ ଡିକିରେ ରଖି ବିଦ୍ୟାଳୟକୁ ଫେରିଥିଲେ ।
ବିଦ୍ୟାଳୟ ପରିସର ମଧ୍ୟରେ ବାଇକ୍ ରଖି କାର୍ଯ୍ୟାଳୟକୁ ଯିବାପରେ ଶିକ୍ଷକ ଶ୍ରୀସାହୁଙ୍କ ଗାଡି ଡିକି ଭାଙ୍ଗି ବ୍ୟାଙ୍କରୁ ଉଠାଇଥିବା ୨ଲକ୍ଷ ୫୦ ହଜାର ଟଙ୍କା ନେଇ ଜଣେ ଯୁବକ ଧାଇଁଥିଲେ । ପ୍ରଥମେ କୌଣସି ଛାତ୍ରଛାତ୍ରୀଙ୍କ ଅଭିଭାବକ ଆସିଥିବା ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୁବକଙ୍କୁ ସନ୍ଦେହ କରିନଥିଲେ ।
କିନ୍ତୁ ବିଦ୍ୟାଳୟ ଭିତରୁ ଜଣେ ଅପରିଚିତ ଯୁବକ ଧାଇଁ ଚାଲିଯାଉଥିବା ଶିକ୍ଷକ ଶ୍ରୀସାହୁ କାର୍ଯ୍ୟାଳୟ ଭିତରୁ ଲକ୍ଷ କରିବାପରେ ବାହାରକୁ ଆସି ଦେଖିବାରେ ବାହାରେ ଏକ ପଲସର ଗାଡି ନେଇ ଅପେକ୍ଷା କରିଥିବା ଯୁବକ ସହିତ ଉଭୟେ ଫେରାର ହୋଇଯାଇଥିଲେ । ଶିକ୍ଷକ ଶ୍ରୀସାହୁ ବ୍ୟସ୍ତ ହୋଇ ନିଜ ବାଇକ୍ ଦେଖିବାପରେ ଡିକି ଭଙ୍ଗା ହୋଇଥିବା ଏବଂ ଟଙ୍କା ନେଇ ଯୁବକ ଫେରାର ହୋଇଯାଇଥିବା ଜଣାପଡିଥିଲା ।
ସଙ୍ଗେ ସଙ୍ଗେ ବୌଦ୍ଧଥାନାରେ ଏନେଇ ଶିକ୍ଷକ ଶ୍ରୀସାହୁ ଲିଖିତ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ମଧ୍ୟ ଡିକି ଭଙ୍ଗା ଗ୍ୟାଙ୍ଗର କୌଣସି ସନ୍ଧାନ ମିଳିପାରିନଥିବା ଜଣାଯାଇଛି । ବ୍ୟାଙ୍କ ସମ୍ମୁଖରୁ ଦୁର୍ବୃତ୍ତମାନେ ଶିକ୍ଷକ ଶ୍ରୀସାହୁଙ୍କୁ ଅନୁସରଣ କରି ବିଦ୍ୟାଳୟ ପର୍ଯ୍ୟନ୍ତ ଯିବାପରେ ସେଠାରୁ ଟଙ୍କା ନେଇ ଚାଲିଯାଇଥିବା ଜଣାଯାଇଛି । ତେବେ ଏହି ଘଟଣାପରେ କୌଣସି କର୍ମଚାରୀ ବ୍ୟାଙ୍କରୁ ଟଙ୍କା ଉଠାଣ କରି ନେବାକୁ ସୁରକ୍ଷିତ ମଣୁନଥିବା ପ୍ରକାଶ କରୁଛନ୍ତି । ବ୍ୟାଙ୍କ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ସଂପୁର୍ଣ୍ଣ ଢିଲା ଥିବାବେଳେ କାମ ନଥିବା ଲୋକ ମଧ୍ୟ ବ୍ୟାଙ୍କ ଭିତରେ ବସିରହି ଗ୍ରାହାକମାନଙ୍କ ନେଣଦେଣ ଉପରେ ଦୃଷ୍ଟି ରଖୁଥିବା ଅଭିଯୋଗ ହେଉଅଛି । ତେଣୁ ପ୍ରତ୍ୟେକ ବ୍ୟାଙ୍କ ସମ୍ମୁଖରେ ନିଜସ୍ୱ ସୁରକ୍ଷା କର୍ମୀ ସହିତ ସାଧା ପୋଷାକରେ ପୁଲିସ ମୃତୟନ ପାଇଁ ଗ୍ରାହକମାନେ ଦାବି କରୁଛନ୍ତି ।
ବୌଦ୍ଧ:ମହାନଦୀରେ ଭାସିଯାଉଥିବାବେଳେ ମହିଳା ଉଦ୍ଧାର
ବୌଦ୍ଧ,୨୨ା୭: ମହାନଦୀରେ ହୀରାକୁଦର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଜଣେ ମହିଳା ଗାଧୋଇବାକୁ ଯାଇ ଗୋଡ ଖସିଯିବାରୁ ଭାସିଯାଉଥିବାବେଳେ ତଳମୁଣ୍ଡରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ।
ସୂଚନା ମୁତାବକ, ବୌଦ୍ଧ ଭୈରବୀଛକ ନିକଟରେ ରହୁଥିବା ସୁବାସ କୁମାର ମେହେରଙ୍କ ପତ୍ନୀ ରଞ୍ଜୁବାଳା ମେହେର(୪୦) ପ୍ରତିଦିନ ପରି ବୁଧବାର ପ୍ରତ୍ୟୁଷରୁ ଉଠି ମହାନଦୀକୁ ଗାଧୋଇବାକୁ ଯାଇଥିଲେ ।
ନଦୀରେ ବନ୍ୟାଜଳ ଦୁଇକୂଳ ଖାଇ ପ୍ରବାହିତ ହେଉଥିବାବେଳେ ରଞ୍ଜୁବାଳା ଗାଧୋଉଥିବାବେଳେ ହଠାତ୍ ତାଙ୍କର ଗୋଡ ଖସିଯାଇଥିଲା । ରଞ୍ଜୁବାଳା ପହଁରା ଯାଣିଥିଲେ ମଧ୍ୟ ପ୍ରବଳ ସ୍ରୋତ ଯୋଗୁଁ ସେ ଭାସିଯାଉଥିବାବେଳେ ସହରର ତଳମୁଣ୍ଡରେ କାଲେଶ୍ୱର ଗ୍ରାମର କିଛି ଯୁବକ ଶୌଚ ହେବାକୁ ନଦୀକୁ ଆସିଥିବାବେଳେ ତାଙ୍କୁ ଦେଖି ଡଙ୍ଗା ପକାଇ ଉଦ୍ଧାର କରିଥିଲେ । ତେବେ ସେ ସଂପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିବାପରେ ପରିବାରଲୋକଙ୍କୁ ସୂଚନା ଦେଇଥିଲେ । ପରିବାରଲୋକ ପହଞ୍ଚି ରଞ୍ଜୁବାଳାଙ୍କୁ ଘରକୁ ନେଇ ଫେରିଥିବା ଜଣାଯାଇଛି ।
ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିପୁଳ ବିଜୟରେ ଜିଲା ବିଜେପି ପକ୍ଷରୁ ମିଷ୍ଟାନ୍ନ ବଂଟନ
ବୌଦ୍ଧ,୨୨/୭ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ବିଜୟୀ ହୋଇଥିବାରୁ ବୌଦ୍ଧଜିଲା ବିଜେପି ପକ୍ଷରୁ ସହରବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । ପ୍ରଥମ ଆଦିବାସୀ ମହିଳା ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବରେ ବିଜୟ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ପ୍ରକାଶ କରିବା ସହିତ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରିଥିଲେ ।
ସହରର ଗାନ୍ଧୀଛକଠାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଆତସବାଜୀ କରି ଉତ୍ସବରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ମନ୍ଦିରରେ ଅଖଣ୍ଡ ଦୀପଦାନ ସହିତ ସହରରେ ବୁଲି ବୁଲି ଶୁଭେଛୁମାନଙ୍କୁ ନୂତନ ରାଷ୍ଟ୍ରପତିଙ୍କ ବିଜୟ ଯୋଗୁଁ ମିଷ୍ଟାନ୍ନ ବଣ୍ଟନ ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତାପସ କୁମାର ପଟ୍ଟନାୟକ,ମନୋରଞ୍ଜନ ଦାଶ,ନମିତାରାଣୀ ଦାଶ,ରାଜ କୁମାର ମେହେର,ନିରଞ୍ଜନ ଦାନୀ,ପ୍ରେମାନନ୍ଦ ମିଶ୍ର,ଶୁମ୍ଭୁ ପ୍ରଧାନ,ହରିହର ବହିଦାର,ଅରୁଣ ସେଠୀ ଓ ରବିନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।
ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ମାମଲା,ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୨ା୭ : ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ଏକ ମାମଲାକୁ ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଗୁରୁବାର ଦିନ ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଥାନାର ଖମାରୀପଡାର ଗ୍ରାମର ଅଭିଯୁକ୍ତ ଶ୍ରୀକାନ୍ତ ପ୍ରଧାନ ତାର ଭିଣୋଇ ଗୋଠସାହି(ସରସରା) ଗ୍ରାମର ପ୍ରଶାନ୍ତ ବେହେରାଙ୍କ ଘରକୁ ଆସି ମାସ ମାସ ରହିଆସୁଥିଲା ।
ଅଭିଯୁକ୍ତ ଜଣକ ଭିଣୋଇ ଘର ପଡୋଶୀ ଜଣେ ଯୂବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଆସୁଥିଲା । ଯୁବତୀ ଜଣକ ଗର୍ଭବତୀ ହେବାପରେ ଅଭିଯୁକ୍ତକୁ ଜଣାଇବା ପରେ ସେ ବିବାହ କରିବାକୁ ପ୍ରତିଶୃତି ଦେଇଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଥିଲା ।
ଅଭିଯୁକ୍ତ ଶ୍ରୀକାନ୍ତ ଗର୍ଭ ନଷ୍ଟ କରିବାକୁ କହିବାପରେ ଯୁବତୀ ଜଣକ ମନାକରିବାରୁ ତାକୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ମିଥ୍ୟା ପ୍ରତିଶୃତି ଦେଇ ଠକିଥିବା ନେଇ ଯୁବତୀ ଜଣକ ଗତ ୧୪.୮.୨୦୧୭ରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲା ।
ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେସ ନଂ ୧୮୪/୧୭ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ମାମଲାଟି ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ଏସଟି ୬୫/୨୦୧୮ହୋଇ ବିଚାର ହୋଇଥିଲା ।
ମାମଲାରେ ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ପ୍ରମାଣ ଅଭାବରୁ ଅଭିଯୁକ୍ତ ଶ୍ରୀକାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ଆଇନଜୀବୀ ଅଶୋକ କୁମାର ସାହୁ ପରିଚାଳନା କରୁଥିଲେ ।
ବୌଦ୍ଧ : ବାହୁଡ଼ା ଯାତ୍ରା ପରେ ଜଗାକାଳିଆ ବାହୁଡିଲ ନିଜ ରତ୍ନବେଦୀ କୁ ହେଲେ ଆଜି ଯାଏଁ ଦୈତାରୀ ବାହୁଡି ପାରିଲେନି ଘରକୁ
ବୌଦ୍ଧ,୨୨/୭: ବାହୁଡ଼ା ଯାତ୍ରା ପରେ ଜଗାକାଳିଆ ତୁମେ ବାହୁଡିଲ ନିଜ ରତ୍ନବେଦୀ କୁ ,ହେଲେ ଆଜି ଯାଏଁ ତମ ବାହୁଡ଼ା ଯାତ୍ରା ଦେଖି ମୋ ସ୍ବାମୀ ଘରକୁ ବାହୁଡ଼ି ନାହାନ୍ତି ।
ଆଜକୁ ୧୦ ଦିନ ହେଲା ତୁମେ ରତ୍ନ ସିଂହାସନରେ ହଜାରହଜାର ଭକ୍ତଙ୍କୁ ଦର୍ଶନ ଦେଉଛ । ଷାଠିଏ ପଉଟି ଭୋଗ ଖାଉଛ ଭକ୍ତଙ୍କୁ ବି ମହାପ୍ରସାଦ ଉଛ,ହେଲେ କାଳିଆ ତୁମେ ବାହୁଡିବା ଦିନ ଠାରୁ ଆଜି ଯାଏଁ ଆମ ଘରେ ଚୁଲି ଜଳୁନି , ସପରିବାର ଏବେ ଚିନ୍ତାରେ,ଜଗତକର୍ତା ଙ୍କ ନିକଟରେ ଏବେ ଦୁଖ ଜଣାଉଛନ୍ତି ।
ନିଖୋଜ ଦୈତାରୀ ବେହେରା ଙ୍କସ୍ତ୍ରୀ ମେନକା ବେହେରା,ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଂଚାୟତ ବିରାମଚନ୍ଦ୍ରପୁର ଗ୍ରାମର ଦୈତାରୀ ବେହେରା ବୟସ ୩୨ ବର୍ଷ , ଜଗା କାଳିଆ ର ଲୀଳା ଦେଖିବା ପାଇଁ ଗତ ୯ ତାରିଖରେ ପୁରୀ ଯାଇଥିଲେ ।
ସେଠାରେ ଜଗା ଚତୁର୍ଦ୍ଧାମୁରତି ଙ୍କ ବାହୁଡା ଯାତ୍ରା ଦେଖିଲେ । ସୁନାବେଶ ରେ କାଳିଆ କୁ ଦର୍ଶନକଲେ । ଏହା ପରେ ଦୈତାରୀ ନିଜ ସାଙ୍ଗ ମାନଙ୍କ ସହିତ ପୁରୀ ରେଳ ଷ୍ଟେସନ କୁ ଆସିଥିଲେହେଲେ ସେଠାରେ ପ୍ରବଳ ଭିଡ ଥିବା ଯୋଗୁଁ ସେ ସାଙ୍ଗ ମାନଙ୍କ ଠାରୁ ଅଲଗା ହୋଇ
ଯାଇଥିଲେ ।
ଟ୍ରେନ ପୁରୀ ଷ୍ଟେସନ ଛାଡ଼ିବା ପରେ ତାଙ୍କ ସାଙ୍ଗ ମାନେ ଦୈତାରୀ ଙ୍କୁଦେଖିବାକୁ ପାଇ ନଥିଲେ ।ଯାଦ୍ୱାରା ପୁରା ଟ୍ରେନ ଖୋଜିଥିଲେ ହେଲେ ତାଙ୍କୁ ପାଇଲେ
ନାହିଁ ,କୁଆଡେ ଗଲେ ଦୈତାରୀ , ପରିବାର ଲୋକ ଦୈତାରୀ ନ ଆସିବା ଜାଣିବା ପରେ ପୁରୀ
କୁ ଯାଇ ମଧ୍ୟ ଦୈତାରୀ ଙ୍କୁ ଖୋଜାଖୋଜି କଲେ ।
ହେଲେ ସେଠାରେ ତାଙ୍କୁ ପାଇଲେ ନାହିଁଏବଂ ପୁରୀ ଥାନା ରେ ଗୋଟିଏ ଲିଖିତ ଅଭିଯୋଗ କରିଛନ୍ତି ପରିବାର ବର୍ଗ ,ହେଲେ ଆଜି
ଯାଏଁ ଦୈତାରୀଙ୍କ କୌଣସି ସନ୍ଧାନ ନ ମିଳିବାରୁ ପରିବାର ବର୍ଗ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ଆଜି ସୁଦ୍ଧା ଦୈତାରୀ ଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ଆଜିଦୈତାରୀଙ୍କ ସ୍ତ୍ରୀ ମେନକା ବେହେରା ବୌଦ୍ଧ ଆରକ୍ଷୀ ଅଧକ୍ଷକଙ୍କ ନିକଟରେ ତାଙ୍କ
ସ୍ଵାମୀ ଙ୍କୁ ଫେରାଇଆଣିବା ପାଇଁ ନେହୁରା ହୋଇଛନ୍ତି ।
ଦୁଇ ଟି ଛୋଟ ଛୁଆ ଙ୍କୁ ଧରିମେନକା ରହୁଥିବା ବେଳେ ଦୈତାରୀ ଫେରି ନଥିବାରୁ ବହୁ ଦୁଃଖ କଷ୍ଟ ରେ ଦିନ କାଟୁଛନ୍ତି
ତାଙ୍କ ପରିବାର ।

Related Posts

Seo wordpress plugin by www.seowizard.org.