Odisha News

ହରଭଂଗା ବ୍ଲକ ସଭାଗୃହ ଠାରେ ବିଡ଼ିଓ ସ୍ୱପ୍ନିତା ନାୟକଙ୍କ ତତ୍ୱାବଧାନରେ ପଞ୍ଚାୟତିରାଜ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୩ : ହରଭଂଗା ବ୍ଲକ ସଭାଗୃହ ଠାରେ ମଙ୍ଗଳବାର ଦିନ ଗୋଟାଏ ସମୟରେ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି ।
ବିଡ଼ିଓ ସ୍ୱପ୍ନିତା ନାୟକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଯୋଗଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ମନରଞ୍ଜନ ପାତ୍ର , GPOଅବିନାଶ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ପ୍ରତି ବର୍ଷ ଆଜିର ଦିନକୁ ସମଗ୍ର ରାଜ୍ୟରେ ‘ପଞ୍ଚାୟତିରାଜ ଦିବସ’ ଭାବେ ପାଳନ କରାଯାଉଛି। କ୍ଷମତାର ବିକେନ୍ଦ୍ରୀକରଣ କରି ତାହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା। ସ୍ଥାନୀୟ ସ୍ବୟଂଶାସନ ଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ , ସମିତି ସଭ୍ୟ , ପିଇଓ, ଜିଆରଏସ, ବ୍ଲକ ର ସମସ୍ତ କର୍ମଚାରି ଓ ସାଧାରଣ ଲୋକେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.