Odisha News Sports News

ବିଶ୍ୱକପରେ ବିପର୍ଯ୍ୟୟ ସୃଷ୍ଟିକଲା ଆଫଗାନିସ୍ତାନ, ହାରିଲା ଇଂଲଣ୍ଡ

ନୂଆଦିଲ୍ଲୀ,୧୫/୧୦: ବିଶ୍ବକପ୍ କ୍ରିକେଟର ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହି ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଛି ।
ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । ବ୍ରୁକ୍ କିଛି ସମୟ ଲଢେଇ କରି ୬୬ ରନ କରିଥିଲେ । ଡାଓ୍ବିଡ୍ ମଲାନ ୩୨ ରନ କରିଥିଲେ ।
ଆଫଗାନିସ୍ତାନ ପକ୍ଷରୁ ରସିଦ ଖାଁ ଓ ମୁଜିବୁର ରେହମାନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ନବି ୨ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପାଇଁ ବ୍ୟାଟିଂ ଓପନ କରିଥିବା ରେହମାନୁଲ୍ଲା ଗୁରବାଜ୍ ଓ ଇବ୍ରାହିମ୍ ଜଦରାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୧୪ ରନ କରିଥିଲେ ।
ଗୁରବାଜ୍ ୫୭ ବଲରେ ୮୦ ରନ କରିଥିବାବେଳେ ଜଦରାନ ୨୮ ରନ କରିଥିଲେ । ମାତ୍ର ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ।
ତେବେ ଇବ୍ରାହିମ ଅଲିଖିଲ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୫୮ ରନ କରି ଆଉଟ ହୋଇଥିଲେ । ସେହିପରି ରସିଦ ଖାଁ ଓ ମୁଜିବୁର ରେହମାନ ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ । ଆଫଗାନିସ୍ତାନ ୨୮୪ ରନ କରି ଅଲଆଉଟ୍ ହୋଇଯାଇଥିଲା ।

Related Posts

Seo wordpress plugin by www.seowizard.org.