Home Posts tagged world cup 2023
Sports News
ଅହମଦାବାଦ,୧୯/୧୧: ଚାରିଆଡ଼େ କେବଳ ନିରାଶ ହିଁ ନିରାଶ। ଶୂନଶାନ ହେଲା ପୂରା ଭାରତ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ଆରମ୍ଭ କରି ଓଡ଼ିଶାର ବାଲେଶ୍ୱର ଯାଏ ସବୁଠି ହତାଶର ଚିହ୍ନ। କାରଣ ଅଧା ରହିଗଲା ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ। ଅନେକ ଆଶା ଓ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ରୋହିତ ଶର୍ମା ଆଣ୍ତ କୋ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଓହ୍ଲାଇଥିଲା। ଭାରତ ମାଟିରେ ବିଶ୍ୱ ବିଜେତା ହୋଇ […]Continue Reading
Odisha News Sports News
ଅହମଦାବାଦ,୧୯/୧୧ : କ୍ରମାଗତ ୧୦ ପ୍ରାଧାନ୍ୟଭରା ବିଜୟର ଆତ୍ମବିଶ୍ବାସ ସାଙ୍ଗକୁ ୧୪୨ କୋଟି ଭାରତୀୟଙ୍କ ଶ୍ରଦ୍ଧା, ଶୁଭେଚ୍ଛା, ଭଲ ପାଇବା ଓ ପ୍ରାର୍ଥନା କ୍ଷେତ୍ର ପ୍ରସ୍ତୁତ କରିସାରିଛି। ୧୨ ବର୍ଷର ବିଶ୍ବକପ୍ ବିହୀନ ଯାତ୍ରା ଏବଂ ୧୦ ବର୍ଷ ଧରି ଆଇସିସି ଟ୍ରଫି ନ ଜିତିବାର ଦୁଃସ୍ବପ୍ନର ଅନ୍ତ ଘଟାଇବ ବୋଲି ରୋହିତ ଶର୍ମା ସେନାର ଆକାଶଛୁଆଁ ମନୋବଳ ଦୃଢ଼ ବିଶ୍ବାସ ବି ରଖିଛି।ଆଉ ଏକ ଅଗ୍ନି ପରୀକ୍ଷା ତ ଅପେକ୍ଷା କରିଛି, କିନ୍ତୁ ଘରୋଇ ପରିବେଶ […]Continue Reading
Odisha News Sports News
ମୁମ୍ବାଇ,୧୫/୧୧ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଏକ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ ବି ଅଳ୍ପକେ ଅର୍ଦ୍ଧଶତକରୁ (୪୭ ରନ) ବଞ୍ଚିତ ହୋଇଥିଲେ […]Continue Reading
Odisha News Sports News
କୋଲକାତା,୫/୧୧ : ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ ।ବିରାଟଙ୍କ ଏହି ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାଡେନ୍ସରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।ଏହି ମ୍ୟାଚରେ ଭାରତ ଟସ ଜିତି […]Continue Reading
Odisha News Sports News
ବେଙ୍ଗାଲୁରୁ,୪/୧୧: ବିଶ୍ୱକପ୍ କ୍ରିକେଟରେ ଆଜି ବର୍ଷା ବାଧିତ ଏକ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନ୍ରେ ପରାସ୍ତ କରିଛି ପାକିସ୍ତାନ। ବର୍ଷା ଯୋଗୁ ପାକିସ୍ତାନ ପୂରା ବ୍ୟାଟିଂ କରିପାରି ନଥିବା ବେଳେ ଡିଏଲ୍ଏସ୍ ନିୟମରେ ମ୍ୟାଚ୍ର ଫଇସଲା ହୋଇଥିଲା।ବେଙ୍ଗାଲୁରୁର ଖେଳା ଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ ୪୦୧ ରନ୍ କରିଥିଲା। ରଚିନ ରବୀନ୍ଦ୍ର ସର୍ବାଧିକ Continue Reading
Odisha News Sports News
ନୂଆଦିଲ୍ଲୀ,୧୫/୧୦: ବିଶ୍ବକପ୍ କ୍ରିକେଟର ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହି ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଛି ।ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । ବ୍ରୁକ୍ କିଛି ସମୟ ଲଢେଇ କରି ୬୬ ରନ କରିଥିଲେ । ଡାଓ୍ବିଡ୍ ମଲାନ ୩୨ ରନ […]Continue Reading
Odisha News Sports News
ଅହମଦାବାଦ,୧୪/୧୦ : ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ବିଶ୍ବକପରେ ପାକିସ୍ତାନ ବିରୋଧରେ ଭାରତର ଅଜେୟ ରେକର୍ଡ ବଜାୟ ରହିଛି । ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି ।ଏହି ମ୍ୟାଚରେ ପାକିସ୍ତାନ ଭାରତ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ […]Continue Reading
Odisha News Sports News
ଅହମଦାବାଦ,୧୪/୧୦: ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଶନିବାର ଦୁଇ ଚିର ପ୍ରତିଦ୍ବଦ୍ବୀ ଭାରତ ଓ ପାକିସ୍ତାନ ବିଶ୍ବକପ୍ ମୁକାବିଲାରେ ପରସ୍ପରକୁ ଭେଟିବେ। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି।ମ୍ୟାଚ୍ର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ ଏଠାକାର ପିଚ୍ ଓ ପଡ଼ିଆକୁ ଅନୁଧ୍ୟାନ କରିସାରିଥିଲା ବେଳେ ଭାରତ ଶୁକ୍ରବାର ସନ୍ଧ୍ୟାରେ ହାଲ୍କା ଅଭ୍ୟାସ କରିଛି। ଲିଗ୍ ପର୍ଯ୍ୟାୟ Continue Reading
Seo wordpress plugin by www.seowizard.org.